ମରାଠା ସଂରକ୍ଷଣ ରଦ୍ଦ କଲେ ସୁପ୍ରିମ କୋର୍ଟ ; ଉଦ୍ଧବ ଠାକରେ କହିଲେ - ଆରକ୍ଷଣ ପାଇଁ ଆଇନ ଆଣନ୍ତୁ ମୋଦୀ ସରକାର
ମହାରାଷ୍ଟ୍ରର ଚାକିରୀ ତଥା ଶିକ୍ଷାନୁଷ୍ଠାନରେ ମରାଠା ସମ୍ପ୍ରଦାୟର ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟ ଆଇନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏହା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଦୁର୍ଭାଗ୍ୟଜନକ କହି ସର୍ବସମ୍ମତି କ୍ରମେ ପାରିତ ହୋଇଥିବା କହିଛନ୍ତି ।
ମୁମ୍ବାଇ : ମହାରାଷ୍ଟ୍ରର ଚାକିରୀ ତଥା ଶିକ୍ଷାନୁଷ୍ଠାନରେ ମରାଠା ସମ୍ପ୍ରଦାୟର ସଂରକ୍ଷଣ ପାଇଁ ସୁପ୍ରିମକୋର୍ଟ ଆଇନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏହା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଆମେ ଏହାକୁ ସର୍ବସମ୍ମତି କ୍ରମେ ପାରିତ କରିଥିବା ନେଇ କହିଛନ୍ତି । ବର୍ତ୍ତମାନ କୋର୍ଟ କହିଛନ୍ତି ଯେ ମହାରାଷ୍ଟ୍ର ଏହା ଉପରେ ଆଇନ ପ୍ରଣୟନ କରିପାରିବ ନାହିଁ, କେବଳ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହା କରିପାରିବେ । ଏଥି ସହ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏହା ସଫଳ ନହେବା ପର୍ଯ୍ୟନ୍ତ ମରାଠା ସମ୍ପ୍ରଦାୟକୁ ନ୍ୟାୟ ଦେବା ପାଇଁ ଆମର ଆଇନଗତ ସଂଗ୍ରାମ ଜାରି ରଖିବୁ । ଏହା ସହିତ ସେ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଏବଂ ମରାଠାଙ୍କୁ ସଂରକ୍ଷଣ ଦେବା ପାଇଁ ଏକ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରୁଛୁ । ମରାଠା ସଂରକ୍ଷଣ ପ୍ରସଙ୍ଗରେ ବିଜେପି ସାଂସଦ ସମ୍ୱାଜୀ ରାଜେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆପଏଣ୍ଟମେଣ୍ଟ ମାଗିୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ସମୟ ମିଳିନାହିଁ ।
କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ସମର୍ଥନ
ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି ଯେ, ଆମେ ସୁପ୍ରିମକୋର୍ଟଙ୍କୁ ସମ୍ମାନ ଦେଉଛୁ । ମରାଠା ସମାଜର ଯେଉଁ ଲୋକଙ୍କର ଆୟକମ୍ ସେମାନଙ୍କୁ ମହାରାଷ୍ଟ୍ର ସରକାର ଆରକ୍ଷଣ ଦେଇଥିଲେ । ମହାରାଷ୍ଟ୍ର ସରକାର କୋର୍ଟରେ ନିଜର ସ୍ଥିତି ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ । ଏହା ସହିତ ସେ କହିଛନ୍ତି ଯେ ମୋର ପାର୍ଟିର ଦାବି ଯେ ମରାଠା ଲୋକମାନଙ୍କୁ ସଂରକ୍ଷଣ ମିଳିବା ଉଚିତ୍ । ଆଞ୍ଚଳିକ ସମାଜ ଅଲଗା ସଂରକ୍ଷଣ ପାଇବା ଉଚିତ୍ । ଏନେଇ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ମଧ୍ୟ ଲେଖିବି ।












Click it and Unblock the Notifications