ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉପରେ ଠାକରେ କହିଛନ୍ତି - 'ମୁଁ ନୱାଜ ସରିଫଙ୍କୁ ଭେଟିବାକୁ ଯାଇନଥିଲି'
ଯଦିଓ ଆମେ ରାଜନୈତିକ ସ୍ତରରେ ଏକାଠି ନାହୁଁ, ଏହାର ଅର୍ଥ ନୁହେଁ ଯେ ଆମର ସମ୍ପର୍କ ସମାପ୍ତ ହୋଇଛି ବୋଲି ଠାକରେ କହିଛନ୍ତି । ସେ କହିଛନ୍ତି ମୁଁ ନୱାଜ ସରିଫଙ୍କୁ ଭେଟିବାକୁ ଯାଇନଥିଲି । ତେଣୁ ଯଦି ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବି, ସେଥିରେ କିଛି ଭୁଲ୍ ନାହିଁ
ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଛନ୍ତି । ଏହି ବୈଠକ ପିଏମ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଉଦ୍ଧବ ଠାକରେ କହିଛନ୍ତି ଯେ, ସେମାନଙ୍କ ସମ୍ପର୍କ ଭାଙ୍ଗି ନାହିଁ । ଯେତେବେଳେ ଠାକରେଙ୍କୁ ତାଙ୍କ ସମ୍ପର୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ଚତୁରତାରେ ସହ ସମସ୍ତ ଉତ୍ତର ଦେଇଥିଲେ । ଯଦିଓ ଆମେ ରାଜନୈତିକ ସ୍ତରରେ ଏକାଠି ନାହୁଁ, ଏହାର ଅର୍ଥ ନୁହେଁ ଯେ ଆମର ସମ୍ପର୍କ ସମାପ୍ତ ହୋଇଛି ବୋଲି ଠାକରେ କହିଛନ୍ତି । ସେ କହିଛନ୍ତି ମୁଁ ନୱାଜ ସରିଫଙ୍କୁ ଭେଟିବାକୁ ଯାଇନଥିଲି । ତେଣୁ ଯଦି ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବି, ସେଥିରେ କିଛି ଭୁଲ୍ ନାହିଁ ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କରୋନା ସଙ୍କଟ ସହ ମରାଠା ସଂରକ୍ଷଣ ଏବଂ ତାଉତେ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଯଦିଓ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚୌହ୍ୱାନ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଧବ ଠାକରେଙ୍କ ସହ 10 ମିନିଟ୍ ପାଇଁ ପୃଥକ ଭାବରେ ଆଲୋଚନା କରିଥିଲେ । ଉଲ୍ଲେଖଥାଉ କି, ବର୍ତ୍ତମାନ ଏହି ବୈଠକର ରାଜନୈତିକ ଅର୍ଥ ବାହାର କରାଯାଉଛି । ଏହି ବୈଠକ ପରେ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମହାରାଷ୍ଟ୍ରର ସମସ୍ୟା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ରଖାଯାଇଛି ଏବଂ ବାର୍ତ୍ତାଳାପ ଅତ୍ୟନ୍ତ ସକରାତ୍ମକ ପରିବେଶରେ ହୋଇଛି ।
ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି ଯେ, 'ଆମେ ମହାରାଷ୍ଟ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଅନେକ ଦାବି କରିଛୁ । ମରାଠା ସଂରକ୍ଷଣ ବିଷୟରେ ଆଲୋଚନା ହୋଇଛି । ଏସସି / ଏସଟି ପଦୋନ୍ନତି ସଂରକ୍ଷଣ ବିଷୟରେ ଆଲୋଚନା ହୋଇଛି । ଏହା ବ୍ୟତୀତ ମେଟ୍ରୋ କାର୍ ସେଡ୍ ପାଇଁ କଞ୍ଜୁରରେ ଜମି ଦିଆଯିବା ଉଚିତ ବୋଲି ଦାବି କରାଯାଇଛି । ଜିଏସ୍ଟି ରିଟର୍ଣ୍ଣ ଠିକ୍ ସମୟରେ ଦେବା ନେଇ ଆମେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛୁ ।'












Click it and Unblock the Notifications