For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲି ଆସିବ ସିନ୍ଦେ କ୍ୟାବିନେଟ ତାଲିକା, ପୂର୍ବାହ୍ନ 11 ରେ ଶପଥ ନେବେ ମନ୍ତ୍ରୀ

ମଙ୍ଗଳବାର (ଅଗଷ୍ଟ 09) ସକାଳ 11 ଟା ସମୟରେ ମହାରାଷ୍ଟ୍ର ରାଜ ଭବନରେ ଏକନାଥ କ୍ୟାବିନେଟର ସମ୍ପ୍ରସାରଣ କରାଯାଇପାରନ୍ତି । ଖବର ଅନୁଯାୟୀ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ବିଭାଗ ମିଳିବ ବୋଲି ଆଶା କରାଯାଉଛି ।

|

ମୁମ୍ବାଇ : ଉଦ୍ଧବ ସରକାର ଭାଙ୍ଗି ବିଜେପି ସହ ମିଶି ସରକାର ଗଠନ କରିବା ଏବଂ ମୁଖ୍ୟମନ୍ତ୍ରୀ ହେବାର ଏକ ମାସ ପରେ କାଲି ଆସିବ ସିନ୍ଦେ କ୍ୟାବିନେଟ୍ ତାଲିକା । ଆସନ୍ତାକାଲି ମହାରାଷ୍ଟ୍ରରେ ସିନ୍ଦେ ଗୋଷ୍ଠୀ ଏବଂ ବିଜେପି ସରକାରର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବ ।

ସୂଚନାନୁସାରେ, ମଙ୍ଗଳବାର (ଅଗଷ୍ଟ 09) ସକାଳ 11 ଟା ସମୟରେ ମହାରାଷ୍ଟ୍ର ରାଜ ଭବନରେ ଏକନାଥ କ୍ୟାବିନେଟର ସମ୍ପ୍ରସାରଣ କରାଯାଇପାରନ୍ତି । ଖବର ଅନୁଯାୟୀ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୃହ ବିଭାଗ ମିଳିବ ବୋଲି ଆଶା କରାଯାଉଛି । ଏଥି ସହିତ ଅତି କମରେ 15 ଜଣ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇପାରେ ।

maharashtra Cabinet Expansion

ମିଳିଥିବା ଖବର ଅନୁଯାୟୀ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ ସିନ୍ଦେ କ୍ୟାବିନେଟର ଏକ ଅଂଶ ହେବାକୁ ଯାଉଛନ୍ତି । ଏଥି ସହିତ ତାଙ୍କ କ୍ୟାବିନେଟରେ ଯୋଗଦେବା ପରେ ଦଳ ନୂତନ ରାଜ୍ୟ ସଭାପତିଙ୍କ ପ୍ରକ୍ରିୟା ଆରମ୍ଭ କରିବ । ମହାବିକାଶ ଅଘାଡ଼ି ସହଯୋଗୀ ତଥା ପୂର୍ବତନ ସିଏମ୍ ଉଦ୍ଧବ ଠାକରେଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହ ମିଶି ଦଳର ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ କରିଥିଲେ । ଏଭଳି ପରିସ୍ଥିତିରେ, ସିଏମ୍ ଭାବେ ଶପଥ ଗ୍ରହଣ କରିବାର ପ୍ରାୟ ଏକ ମାସ ପରେ, ମନ୍ତ୍ରୀମଣ୍ଡଳ ନ ଆସିଥିବାରୁ ବାରମ୍ବାର ବିରୋଧୀଙ୍କ ଟାର୍ଗେଟ୍ ର ଶିକାର ହେଉଥିଲେ ।

ସୂଚନାଯୋଗ୍ୟ, ଜୁନ୍ 30 ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । କ୍ୟାବିନେଟର ସମ୍ପ୍ରସାରଣ ନକରିବାରୁ ବିରୋଧୀ ଦଳର ନେତା ଅଜିତ ପାୱାରଙ୍କ ସମେତ ଅନେକ ବିରୋଧୀ ଦଳ ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଥିଲେ । ଏନସିପି ନେତା ଅଜିତ ପାୱାର ଶନିବାର ଦିନ କହିଛନ୍ତି ଯେ ଦିଲ୍ଲୀରୁ ସବୁଜ ସଙ୍କେତ ନଆସିଲେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାର କ୍ୟାବିନେଟକୁ ବିସ୍ତାର କରିପାରିବେ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Maharashtra cabinet expansion likely To Be tomorrow at 11 am
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X