For Quick Alerts
Turn On Notification  
For Daily Alerts
Oneindia App Download

ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ : ଶପଥ ନେଲେ ସିନ୍ଦେ କ୍ୟାବିନେଟ୍

ଶିବସେନାର ବିଦ୍ରୋହୀ ବିଧାୟକ ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ରରେ ସରକାର ଗଠନକରିବା ପରେ ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ ମୋଟ 18 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ।

|

ମୁମ୍ବାଇ : ଶିବସେନାର ବିଦ୍ରୋହୀ ବିଧାୟକ ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ରରେ ସରକାର ଗଠନକରିବା ପରେ ଆଜି କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଏହି ଅବସରରେ ମୋଟ 18 ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳରେ 9 ଜଣ ବିଜେପିରୁ ଥିବାବେଳେ ଅନ୍ୟ 9 ଜଣ ସିନ୍ଦେ ଗୋଷ୍ଠୀରୁ ରହିଛନ୍ତି । ମଙ୍ଗଳବାର ପୂର୍ବାହ୍ନ 11 ଟାରେ ରାଜଭବନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି କରାଯାଇଥିଲା ।

eknath shinde

ଆପଣଙ୍କୁ କହି ରଖୁଛୁ ମହାରାଷ୍ଟ୍ରରେ ଉଦ୍ଧବ ସରକାର ଭାଙ୍ଗି ଶିବେସେନାର ସିନ୍ଦେ ଗୋଷ୍ଠୀ ବିଜେପି ସହ ହାତ ମିଳାଇ ଶାସନ ଭାର ହାତେଇଥିଲେ । ଏହା ପରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିବା ବେଳେ ବିଜେପିର ଦେବେନ୍ଦ୍ର ଫଡନାଭିସ୍ ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା । ଜୁନ୍ 30 ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଭାବରେ ଶପଥ ଗ୍ରହଣ କରିଥିଲେ ।

ମନ୍ତୀମଣ୍ଡଳରେ ବିଜେପିର 9 ଜଣଙ୍କର ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗାନ୍ତିୱାର, ଗିରିଶ ମହାଜନ, ସୁରେଶ ଖାଡ଼େ, ରାଧାକ୍ରିଷ୍ଣ ଭିକେ ପାଟିଲ୍, ରବୀନ୍ଦ୍ର ଚୌହ୍ୱାନ, ମଙ୍ଗଲ ପ୍ରଭାତ ଲୋଧା, ବିଜୟ କୁମାର ଏବଂ ଅତୁଲ ସାଭେ ସାମିଲ ଅଛନ୍ତି ।
ସେହିପରି ସିନ୍ଦେ ଗୋଷ୍ଠୀର ଶିବସେନାରୁ ଦାଦା ଭୁସେ, ସମ୍ଭୁରାଜେ ଦେଶାଇ, ସନ୍ଦୀପନ ଭୁମ୍ରେ, ଉଦୟ ସାମନ୍ତ, ତାନାଜୀ ସାୱନ୍ତ, ଅବଦୁଲ ସତ୍ତାର, ଦୀପକ କେସରକର, ଗୁଲାବରାଓ ପାଟିଲ ଏବଂ ସଞ୍ଜୟ ରାଠୋର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ।
ଏହାପରେ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇନଥିବାରୁ ସରାକରା ବାରମ୍ବାର ବିରୋଧୀଙ୍କ ସମାଲୋଚନାର ଶିକାର ହେଉଥିଲେ । କ୍ୟାବିନେଟର ସମ୍ପ୍ରସାରଣ ନକରିବାରୁ ବିରୋଧୀ ଦଳର ନେତା ଅଜିତ ପାୱାରଙ୍କ ସମେତ ଅନେକ ବିରୋଧୀ ଦଳ ସରକାରଙ୍କ ଉପରେ ଲଗାତାର ଆକ୍ରମଣ କରୁଥିଲେ । ଏନସିପି ନେତା ଅଜିତ ପାୱାର ଶନିବାର ଦିନ କହିଛନ୍ତି ଯେ ଦିଲ୍ଲୀରୁ ସବୁଜ ସଙ୍କେତ ନଆସିଲେ ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାର କ୍ୟାବିନେଟକୁ ବିସ୍ତାର କରିପାରିବେ ନାହିଁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Maharashtra Cabinet Expansion : 18 Minister Takes Oath, read Cabinet list
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X