Get Updates
Get notified of breaking news, exclusive insights, and must-see stories!

ଶମ୍ଭାଜୀନଗର ହେଲା ଔରଙ୍ଗାବାଦ, ଓସମାନାବାଦର ନାଁ ହେଲା ଧାରାଶିବ, ଅନୁମୋଦନ କଲା ମହାରାଷ୍ଟ୍ର କ୍ୟାବିନେଟ୍

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାକୁ ବୁଧବାର ଦିନ ଶମ୍ଭାଜୀନଗର ନାମରେ ନାମିତ କରାଯାଇଛି । ଦୀର୍ଘ ଦିନ ଧରି ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଉଦଭ ଠାକରେଙ୍କ ରାଜନୈତିକ ଦଳ ଦାବି କରୁଥିଲା ।

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାକୁ ବୁଧବାର ଦିନ ଶମ୍ଭାଜୀନଗର ନାମରେ ନାମିତ କରାଯାଇଛି । ଦୀର୍ଘ ଦିନ ଧରି ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଉଦଭ ଠାକରେଙ୍କ ରାଜନୈତିକ ଦଳ ଦାବି କରୁଥିଲା । ମହାରାଷ୍ଟ୍ର ସରକାର ଉପରେ ସଙ୍କଟ ମଧ୍ୟରେ, ବର୍ତ୍ତମାନ ଔରଙ୍ଗାବାଦ ନାମରେ ପରିବର୍ତ୍ତନ କରାଯାଇଛି ।

Uddhav Thackeray

ମହାରାଷ୍ଟ୍ର ସରକାର ଉପରେ ଖଣ୍ଡା ଝୁଲୁଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟ ବୁଧବାର ଦିନ ଔରଙ୍ଗାବାଦର ନାମକୁ ଶମ୍ଭାଜୀନଗର ନାମକରଣ କରିବାକୁ ଅନୁମୋଦନ କରିଛି, ଯାହା ମରାଠା ଉତ୍ତରାଧିକାରର ପ୍ରକୃତ ଉତ୍ତରାଧିକାରୀ ଭାବରେ ଦେଖାଯାଉଛି । ଶମ୍ଭାଜୀ ମରାଠା ରାଜା ଛତ୍ରପତି ଶିବାଜୀଙ୍କ ଜ୍ୟେଷ୍ଠପୁତ୍ର ଥିଲେ, ଯାହାଙ୍କ ନାମରେ ଦଳର ନାମକରଣ କରାଯାଇଥିଲା ।

ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏଥି ସହିତ ନଭି ମୁମ୍ବାଇ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । ରାଜନୈତିକ ସଙ୍କଟ ସମୟରେ ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇ ହିନ୍ଦୁତ୍ୱ କାର୍ଡ ଖେଳିଥିବା କୁହାଯାଉଛି ।

ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି । ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବେ କି ଉଦ୍ଧବଙ୍କ ଆବେଦନକୁ ଖାରଜ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ ଭାବେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ମିଳିଯାଏ ତେବେ ସେ ଇସ୍ତଫା ଦେଇ ଦେବେ । ଆସ୍ଥା ଭୋଟର ସମ୍ମୁଖୀନ ହେବେନି ବୋଲି ଉଦ୍ଧବ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+