For Quick Alerts
Turn On Notification  
For Daily Alerts
Oneindia App Download

ଶମ୍ଭାଜୀନଗର ହେଲା ଔରଙ୍ଗାବାଦ, ଓସମାନାବାଦର ନାଁ ହେଲା ଧାରାଶିବ, ଅନୁମୋଦନ କଲା ମହାରାଷ୍ଟ୍ର କ୍ୟାବିନେଟ୍

ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାକୁ ବୁଧବାର ଦିନ ଶମ୍ଭାଜୀନଗର ନାମରେ ନାମିତ କରାଯାଇଛି । ଦୀର୍ଘ ଦିନ ଧରି ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଉଦଭ ଠାକରେଙ୍କ ରାଜନୈତିକ ଦଳ ଦାବି କରୁଥିଲା ।

|

ମୁମ୍ବାଇ : ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାକୁ ବୁଧବାର ଦିନ ଶମ୍ଭାଜୀନଗର ନାମରେ ନାମିତ କରାଯାଇଛି । ଦୀର୍ଘ ଦିନ ଧରି ଔରଙ୍ଗାବାଦର ନାମ ପରିବର୍ତ୍ତନ କରିବାକୁ ଉଦଭ ଠାକରେଙ୍କ ରାଜନୈତିକ ଦଳ ଦାବି କରୁଥିଲା । ମହାରାଷ୍ଟ୍ର ସରକାର ଉପରେ ସଙ୍କଟ ମଧ୍ୟରେ, ବର୍ତ୍ତମାନ ଔରଙ୍ଗାବାଦ ନାମରେ ପରିବର୍ତ୍ତନ କରାଯାଇଛି ।

Uddhav Thackeray

ମହାରାଷ୍ଟ୍ର ସରକାର ଉପରେ ଖଣ୍ଡା ଝୁଲୁଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ରାଜ୍ୟ କ୍ୟାବିନେଟ ବୁଧବାର ଦିନ ଔରଙ୍ଗାବାଦର ନାମକୁ ଶମ୍ଭାଜୀନଗର ନାମକରଣ କରିବାକୁ ଅନୁମୋଦନ କରିଛି, ଯାହା ମରାଠା ଉତ୍ତରାଧିକାରର ପ୍ରକୃତ ଉତ୍ତରାଧିକାରୀ ଭାବରେ ଦେଖାଯାଉଛି । ଶମ୍ଭାଜୀ ମରାଠା ରାଜା ଛତ୍ରପତି ଶିବାଜୀଙ୍କ ଜ୍ୟେଷ୍ଠପୁତ୍ର ଥିଲେ, ଯାହାଙ୍କ ନାମରେ ଦଳର ନାମକରଣ କରାଯାଇଥିଲା ।

ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏଥି ସହିତ ନଭି ମୁମ୍ବାଇ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି । ରାଜନୈତିକ ସଙ୍କଟ ସମୟରେ ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇ ହିନ୍ଦୁତ୍ୱ କାର୍ଡ ଖେଳିଥିବା କୁହାଯାଉଛି ।

ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି । ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବେ କି ଉଦ୍ଧବଙ୍କ ଆବେଦନକୁ ଖାରଜ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ ଭାବେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଫ୍ଲୋର ଟେଷ୍ଟ ପାଇଁ ଅନୁମତି ମିଳିଯାଏ ତେବେ ସେ ଇସ୍ତଫା ଦେଇ ଦେବେ । ଆସ୍ଥା ଭୋଟର ସମ୍ମୁଖୀନ ହେବେନି ବୋଲି ଉଦ୍ଧବ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Maharashtra Cabinet Approved Aurangabad renamed as Sambhajinagar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X