Get Updates
Get notified of breaking news, exclusive insights, and must-see stories!

ଜେଲରୁ ମୁକୁଳିଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜେଲରୁ ମୁକୁଳିଛନ୍ତି । ଦେଶମୁଖ ଆର୍ଥର ରୋଡ ଜେଲରେ ବର୍ଷେ ରହିବା ପରେ ବୁଧବାର ମୁକୁଳିଛନ୍ତି ।

ମୁମ୍ବାଇ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଜେଲରୁ ମୁକୁଳିଛନ୍ତି । ଦେଶମୁଖ ଆର୍ଥର ରୋଡ ଜେଲରେ ବର୍ଷେ ରହିବା ପରେ ବୁଧବାର ମୁକୁଳିଛନ୍ତି । ଦୁର୍ନୀତି ମାଲମାରେ ଜାମିନ ଆଦେଶ ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟ ମନା କରିବା ପରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜେଲରୁ ମୁକ୍ତ କରାଯାଇଛି ।

anil deshmukh

ଅନୀଲ ଦେଶମୁଖ ଦୀର୍ଘ ସମୟ ହେବ ଜେଲରେ ଥିଲେ । ଏନସିପିର ଅନେକ କର୍ମକର୍ତ୍ତା ମୁମ୍ବାଇର ଆର୍ଥର ରୋଡ ଜେଲ ବାହାରେ ସ୍ୱାଗତରେ ଏକାଠି ହୋଇଥିଲେ ଏବଂ ତାଙ୍କ ସମର୍ଥନରେ ନାରାବାଜି କରିଥିଲେ ।

ବମ୍ବେ ହାଇକୋର୍ଟ ସିବିଆଇ ପକ୍ଷରୁ ରୁଜୁ ଦୁର୍ନୀତିର ଏକ ମାମଲାରେ ଅନୀଲ ଦେଶମୁଖଙ୍କୁ ଜାମିନ ଦେବାର ଆଦେଶ ଉପରେ ସ୍ଥଗିତାଦେଶ ବଢ଼ାଇବା ପାଇଁ ମଙ୍ଗଳବାର ମନା କରିଦେଇଥିଲେ ।
ଜଷ୍ଟିସ ଏମଏସ କାର୍ଣ୍ଣିକ ଏନସିପି ନେତା ଅନୀଲଙ୍କୁ 12 ଡିସେମ୍ବରରେ ଜାମିନ ଦେଇଥିଲେ, କିନ୍ତୁ ସିବିଆଇ ଏହି ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପାଇଁ ସମୟ ମାଗିଥିଲା । କୋର୍ଟ ଜାମିନ ଆଦେଶ ଉପରେ 10 ଦିନ ପାଇଁ ରୋକ ଲଗାଇ ଦେଇଥିଲେ । ଯାହା ଗତକାଲି ଶେଷ ହୋଇଥିଲା । ଅନିଲ ଦେଶମୁଖ ନଭେମ୍ବର 2021 ରୁ ଜେଲରେ ଥିଲେ । ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+