ମଧ୍ୟପ୍ରଦେଶ-ଛତିଶଗଡ଼ରେ ଆଜି ଠୁ ନୂଆ ସରକାର, ଶପଥ ନେବେ ଦୁଇ ମୁଖ୍ୟମନ୍ତ୍ରୀ
ଭୋପାଳ/ରାୟପୁର: ଆଜି ଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଆରମ୍ଭ ହେବ ନୂଆ ସରକାର । ଶପଥ ନେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ମୋହନ ଯାଦବ ମଧ୍ୟପ୍ରଦେଶ ଓ ବିଷ୍ଣୁଦେବ ସାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଛତିଶଗଡ଼ର ରାୟପୁରରେ ଅପରାହ୍ନ 4ଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ 13 ଜଣ ମନ୍ତ୍ରୀ ଶପଥ ନେବା ସୂଚନା ମିଳିଛି ।

ସେହିପରି ମଧ୍ୟପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏଥିପାଇଁ ଭୋପାଳରେ ଭବ୍ୟ ଆୟୋଜନ କରାଯାଉଛି । ପୂର୍ବାହ୍ନ 11.30 ରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବେ । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି । ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ ।
ବିଷ୍ଣୁଦେବ ସାଏ ଛତିଶଗଡ଼ର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । 1990 ରୁ 1998 ଯାଏଁ ଥିଲେ ମଧ୍ୟପ୍ରଦେଶରୁ ବିଧାୟକ । 1999, 2009 ଓ 2014 ରେ ରାୟଗଡ ଆସନରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । 2014 ରୁ 2019 ମଧ୍ୟରେ ସେ ହୋଇଥିଲେ କେନ୍ଦ୍ର ଖଣି, ଇସ୍ପାତ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ । 2006 ଓ 2020 ରେ ସେ ଛତିଶଗଡ ବିଜେପି ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ ।
ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ କୁନକୁରି ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଶପଥ ନେବେ ମୋହନ ଯାଦବ । ମୋହନଙ୍କ ସହିତ ୧୨ ଜଣ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ମୋହନ ଯାଦବ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ । ଜଗଦୀଶ ଦେଓଡା ଏବଂ ରାଜେଶ ଶୁକ୍ଲା ଉପମୁଖମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ହେବେ ।
ସେହିପରି ମଧ୍ୟପ୍ରଦେଶର ନୂଆ ସରକାରରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ବାଚସ୍ପତି ଦାୟିତ୍ୱ ମିଳିବ । ଦକ୍ଷିଣ ଉଜୈନରୁ କ୍ରମାଗତ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି 58 ବର୍ଷୀୟ ମୋହନ ଯାଦବ । ଶିବରାଜ ସିଂହ ସରକାରରେ ସେ ଉଚ୍ଚଶିକ୍ଷାମନ୍ତ୍ରୀ ଥିଲେ ।












Click it and Unblock the Notifications