Elections 2024: ବିଜେଡ଼ିରେ ମିଶିଲେ ଚିରଞ୍ଜୀବ ଏବଂ ସୁକାନ୍ତ

Elections 2024: ବିଜେଡ଼ିରେ ମିଶ୍ରଣ ପର୍ବ । ଦଳରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ । ସୁକାନ୍ତ ବିଜେପି ଛାଡ଼ି ଶଙ୍ଖ ଧରିଥିବା ବେଳେ ଚିରଞ୍ଜୀବ ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

bjd

ଶତାଧିକ ନେତା ଓ କର୍ମୀଙ୍କ ସହ ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି ସୁକାନ୍ତ । ବାଲେଶ୍ୱର ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଦେବ ଉତ୍ତରୀୟ ଦେଇ ସୁକାନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ସମୟରେ ସାଂସଦ ସସ୍ମିତ ପାତ୍ର ଏବଂ ମୁଖପାତ୍ର ପ୍ରିୟବ୍ରତ ମାଝି ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ସେହିପରି ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ଶଙ୍ଖ ଫୁଙ୍କିଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି ।

ବିଜେଡିରେ ସାମିଲ ପରେ ଚିରଞ୍ଜୀବ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି । କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ । ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି । ମୁଁ ଜଣେ ଦଳୀୟ କର୍ମୀ ଭାବରେ ଦଳରେ ରହିବି । ଦଳ ଯାହା କାମ ଦେବ, ତାହା କରିବି । ଆଗାମୀ ଦିନରେ ବିଜେଡି 120 ରୁ ଅଧିକ ବିଧାୟକ ଓ 15 ସାଂସଦଙ୍କୁ ଜିତେଇବାରେ ଗୁଣ୍ଡୁଚି ମୂଷାର ଭୂମିକା ନେବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+