Get Updates
Get notified of breaking news, exclusive insights, and must-see stories!

Lok Sabha Election 2024: ଲୋକସଭା ନିର୍ବାଚନ ତାରିଖ ଘୋଷଣାକୁ ନେଇ ଆସିଲା ବଡ଼ ଅପଡେଟ୍

Lok Sabha Election 2024: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିଥିବା ବେଳେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ସମସ୍ତ ରାଜ୍ୟ ଗସ୍ତ କରୁଛନ୍ତି ନିର୍ବାଚନ କମିଶନର । ଏଥି ମଧ୍ୟରେ ଦେଶରେ କେବେ ଲୋକସଭା ନିର୍ବାଚନ ହେବେ ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।

lok sabha election 2024

ଏହା ପରେ ବର୍ତ୍ତମାନ 2024 ଲୋକସଭା ନିର୍ବାଚନ କେବେ ହେବ ? ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ରହିଛି । ଏହାରି ମଧ୍ୟରେ ରିପୋର୍ଟ ରହିଛି ଯେ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ 13 ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ନିର୍ବାଚନ ପାଇଁ ସମସ୍ତ ରାଜ୍ୟ କିଭଳି ପ୍ରସ୍ତୁତ ଅଛନ୍ତି, ତାହା ଜାଣିବାପାଇଁ କମିସନ ବିଭିନ୍ନ ରାଜ୍ୟ ବୁଲୁଛନ୍ତି ଏବଂ ଏହା ଶେଷ ହେବାପରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ନିର୍ବାଚନ କମିସନ ସୂତ୍ରରୁ ଏହା ଜଣାପଡ଼ିଛି । ନିର୍ବାଚନ କମିସନ ଅଧିକାରୀମାନେ ଏବେ ତାମିଲନାଡ଼ୁ ଗସ୍ତ କରିଛନ୍ତି ।

ଏହାପରେ ଅଧିକାରୀମାନେ ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଗସ୍ତ କରିବେ । ନିର୍ବାଚନ କମିସନ ଅଧିକାରୀଙ୍କ ରାଜ୍ୟ ଗସ୍ତ ମାର୍ଚ୍ଚ 13 ପୂର୍ବରୁ ଶେଷ ହେବ । କମିସନ ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସରମାନଙ୍କ ସହ ନିୟମିତ ବୈଠକ କରୁଛନ୍ତି । ମୁକ୍ତ ଏବଂ ଅବାଧ ନିର୍ବା ଚୟନ ପ୍ରକ୍ରିୟା ପାଇଁ ନିର୍ବାଚନ କମିସନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକନୋଲୋଜି ମୁତୟନ କରିଛନ୍ତି । ମେ' ପୂର୍ବରୁ ନିର୍ବାଚନ ହେବ ।

ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ 96.88 କୋଟି ଲୋକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ଯୋଗ୍ୟ । ଅତିରିକ୍ତ ଭାବେ 18-19 ବର୍ଷ ବୟସ ମଧ୍ୟରେ 1.85 କୋଟି ଲୋକ ଭୋଟ୍ ଦେବାପାଇଁ ପଞ୍ଜିକରଣ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ' ପୂର୍ବରୁ ହେବାକୁ ଥିବା ଲୋକସଭା ନିର୍ବାଚନର ମୁକ୍ତ ଏବଂ ନିରପେକ୍ଷ ଆଚରଣ ପାଇଁ ନିର୍ବାଚନ ଆୟୋଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ବ୍ୟବହାର କରିପାରିବ । ସୋସିଆଲ ମିଡିଆ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଭୁଲ ତଥ୍ୟକୁ ଚିହ୍ନଟ ଏବଂ ଡିଲିଟ କରିବା ପାଇଁ ECI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ କରିପାରେ ।

ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ମିଛ ଏବଂ ଭୟଭୀତ ବିଷୟ ହଟାଯିବା ତ୍ୱରାନ୍ୱିତ ହେବ । ଯଦି କୌଣସି ଦଳ କିମ୍ବା ପ୍ରାର୍ଥୀ ନିୟମ ଉଲ୍ଲଂଘନ କରନ୍ତି ତେବେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେହି ଆକାଉଣ୍ଟକୁ ବ୍ଲକ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+