ଦିଲ୍ଲୀରେ ବିଜେପିର ଟିକେଟ୍ କସରତ, ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀ ଗଲେ ମନମୋହନ

Lok Sabha Election 2024: ନିର୍ବାଚନ ବିଗୁଲ୍ ବାଜିବା ପରେ ପ୍ରାର୍ଥୀ ଚୟନ ଓ ଟିକେଟ୍ ଫାଇନାଲ୍ ନେଇ କସରତ ଆରମ୍ଭ କରିଦେଇଛି ବିଜେପି । ଏଥି ମଧ୍ୟରେ ଆଜି ଦିଲ୍ଲୀରେ ବସିବ ବିଜେପିର କୋର୍ କମିଟି ବୈଠକ । ବୈଠକରେ ପ୍ରାର୍ଥୀ ତାଲିକା ଉପରେ ବାଜିପାରେ ମୋହର ।

Manmohan Samal - bjp

କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ପୁଣି ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ । ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । କିଏ କେଉଁଠୁ ବିଜେପିର ପ୍ରାର୍ଥୀ ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବେ ।

ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଥିବା ନିର୍ବାଚନ କମିଟି ବୈଠକରେ 147 ବିଧାନସଭା ଓ 21 ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଦଳର ପର୍ଯ୍ୟବେକ୍ଷକ ମାନେ ଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ସର୍ଟ ଲିଷ୍ଟ କରାଯାଇଛି । ତେଣୁ ଏହି ତାଲିକା ଉପରେ ଆଲୋଚନା କରିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଆଜି ବସୁଥିବା ଏହି କୋର କମିଟି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଏଲ୍ ସନ୍ତୋଷ ପ୍ରମୁଖ ସାମିଲ ହେବେ । ଆଜିର ବୈଠକରେ ଓଡ଼ିଶା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଲୋକସଭା ଆସନ ନେଇ ଆଲୋଚନା ହେବ । ଏହା ସହ ଆଉ କିଛି ରାଜ୍ୟର ଆସନ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ତେବେ ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ମେଣ୍ଟ ଚର୍ଚ୍ଚା ମଧ୍ୟରେ ସାମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ମନମୋହନ ଦିଲ୍ଲୀ ଯିବା ରାଜନୈତିକ ମାହୋଲକୁ ଆହୁରି ଚଳଚଞ୍ଚଳ କରିଦେଇଛି । ମେଣ୍ଟ ଚର୍ଚ୍ଚାକୁ ବିଜେପି ପକ୍ଷରୁ ବାରମ୍ବାର ଖଣ୍ଡନ କରାଯାଉଥିବା ବେଳେ ବିଜେଡ଼ି କହିଛି ଏ ନେଇ ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ । ତେବେ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+