ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା ଓ ରାଜ୍ୟସଭା
ତେଲ ଦର ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା 57 କୋଟି ଟଙ୍କାର ଦୁର୍ନୀତି ଉପରେ ବିରୋଧୀ ଆଲୋଚନା ଦାବି କରିବା ପରେ ଉଭୟ ଗୃହକୁ ମୁଲତବୀ ରଖାଯାଇଛି ।
ନୂଆଦିଲ୍ଲୀ : ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ଲୋକସଭା ଓ ରାଜ୍ୟସଭାର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ତେଲ ଦର ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା 57 କୋଟି ଟଙ୍କାର ଦୁର୍ନୀତି ଉପରେ ବିରୋଧୀ ଆଲୋଚନା ଦାବି କରିବା ପରେ ଉଭୟ ଗୃହକୁ ମୁଲତବୀ ରଖାଯାଇଛି ।

ନିମ୍ନ ସଦନ କାର୍ଯ୍ୟ ଆରମ୍ଭ ମାତ୍ରେ ଶିବସେନା ଓ ଅନ୍ୟ ବିପକ୍ଷ ନେତା ମାନେ ତେଲ ଦର ବୃଦ୍ଧି ଓ INS ବିକ୍ରାନ୍ତର ସୁରକ୍ଷା ପାଇଁ ସଂଗୃହିତ ପାଣ୍ଠିର ଅପବ୍ୟବହାର ଅଭିଯୋଗ ଅଣାଯିବା ମାତ୍ରେ ଅଧିବେଶନ ପାରମ୍ପାରିକ ସମାପନ ଟିପ୍ପଣୀ ବିନା ରାଜ୍ୟସଭାର କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା ।
ତାଲିକାଭୁକ୍ତ ସରକାରୀ କାଗଜପତ୍ର ଟେବୁଲ ଉପରେ ରଖିବା ମାତ୍ରେ ସଞ୍ଜୟ ରାଉତ ଏବଂ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ଶିବସେନା ସାଂସଦମାନେ ଠିଆ ହୋଇ ବିଜେପି ବିରୋଧରେ ଏଫଆଇଆର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ବାଚସ୍ପତି ଓମ ବିର୍ଲା ଅଧିବେଶନର ସାରାଂଶ ଦେଇ ସମାପ୍ତ କରିଥିଲେ । ଏହା ପରେ ସେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆମେ ଆପଣଙ୍କୁ କହି ରଖୁଛୁ ସଂସଦର ବଜେଟ୍ ଅଧିବେଶନ 31 ଜାନୁଆରୀରୁ ଆରମ୍ଭ ହୋଇଥିଲା ଏବଂ ୟୁନିଅନ୍ ବଜେଟ୍ ଉପସ୍ଥାପନା ପରେ ପ୍ରଥମ ଭାଗ 11 ଫେବୃଆରୀରେ ଶେଷ ହୋଇଥିଲା । ମାର୍ଚ୍ଚ 14 ରେ ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହୋଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନ ଅପ୍ରେଲ 8 ରେ ଶେଷ ହେବାର ଥିଲା । ବଜେଟ୍ ପ୍ରକ୍ରିୟା ବ୍ୟତୀତ, ଅଧିବେଶନରେ ପାରିତ ହୋଇଥିବା ପ୍ରମୁଖ ବିଲ୍ ଗୁଡିକରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ବିଲ୍ ଏବଂ ଅପରାଧିକ ପ୍ରକ୍ରିୟା (ପରିଚୟ) ବିଲ୍ ରହିଛି ।












Click it and Unblock the Notifications