ଲୋକସଭା ନିର୍ବାଚନ: 21 ଆସନ ପାଇଁ ଆସିବ 21 ନେତା, ଓଡ଼ିଶା ଆସିବେ ମୋଦୀ, ଶାହା ଓ ଯୋଗୀ...

ଭୁବନେଶ୍ୱର: ଆଉ କିଛି ମାସ ପରେ ଲୋକସଭା ନିର୍ବାଚନ । ଏହାକୁ ନେଇ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜନୈତିକ ଦଳ । କେନ୍ଦ୍ରରେ ଶାସନ ଗାଦିରେ ଥିବା ବିଜେପି ତୃତୀୟ ଥର କ୍ଷମତା ହାସଲ କରିବା ଲକ୍ଷ୍ୟରେ ରହିଛି । ଯେଉଁ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ, ବିଶେଷ କରି ସେ ରାଜ୍ୟ ଉପରେ ଫୋକସ୍ କରୁଛି ଦଳ । ଏଥି ମଧ୍ୟରେ ଏଥର ଓଡ଼ିଶା ଉପରେ ରହିଛି ଦଳର ଖାସ୍ ନଜର ।

21 ଲୋକସଭା ଆସନ ଦଖଲ କରିବା ମିଶନରେ ରହିଛି ବିଜେପି । ଏଥିଲାଗି କେନ୍ଦ୍ରୀୟ ନେତାମାନେ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, 21 ସଂସଦୀୟ କ୍ଷେତ୍ରକୁ 21 କେନ୍ଦ୍ର ନେତୃତ୍ୱ ଆସିବେ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବେ ।

ଏହା ସହ ଶ୍ରୀ ମିଶ୍ର କହିଛନ୍ତି, 2024 ନିର୍ବାଚନ ପାଇଁ ରାଉରକେଲାରେ ବିଜେପି ରଣନୀତି ପ୍ରସ୍ତୁତ କରିଛି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏଥିରେ ସାମିଲ ହୋଇଛନ୍ତି । ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟି ସହ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ରଣନୀତି ନେଇ ଅଙ୍କକଷା ଚାଲିଛି । ସଙ୍ଗଠନ ମଜଭୁତ ଓ ବୁଥ ମ୍ୟାନେଜମେଣ୍ଟ ନେଇ ଆଲୋଚନା ହୋଇଛି । ଦିଲ୍ଲୀରେ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପକୁ କାର୍ଯ୍ୟକାରୀ କରିବା ସହ ରାଜ୍ୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ।

loksabha_election

ଗତକାଲି (ଗୁରୁବାର) ବିଳମ୍ବିତ ରାତି ଯାଏଁ ବୈଠକ ପରେ ଆଜି (ଶୁକ୍ରବାର) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଜେଡିର ସବୁ ଷଡ଼ଯନ୍ତ୍ରକୁ ଚାଲେଞ୍ଜ କରିବାକୁ ନେଇ ଚର୍ଚ୍ଚା ହୋଇଛି । ଟଙ୍କା, ସରକାରୀ କଳ, ପୁଲିସ ବଳକୁ ପ୍ରତିହତ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+