ମୌକା ଦେଖି ଚୌକା ମାରିଦେଲେ ଚିରାଗ, ଏନଡିଏ ବୈଠକ ପୂର୍ବରୁ ରଖିଲେ ଏହି ଦାବି
ଗୋଟିଏ ପଟେ ବିରୋଧୀ ଦଳ ଏକାଠି ହୋଇ ମୋଦୀ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲୁଛନ୍ତି । ଅପରପକ୍ଷରେ ଏନଡିଏ ମଧ୍ୟ ଲୋକସଭା ନିର୍ବାଚନ 2024 ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁଲାଇ 18 ରେ ଏନଡିଏ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ ପାସୱାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । କିନ୍ତୁ ଏହି ସୁଯୋଗର ଭରପୁର ଫାଇଦା ଉଠାଇଛନ୍ତି ଚିରାଗ । ଏନଡିଏ ଆଗରେ ସେ ଏକ ବଡ଼ ସର୍ତ୍ତ ରଖିଛନ୍ତି ।

ଆପଣଙ୍କୁ କହି ରଖୁଛୁ ବିଜେପି ମୁଖ୍ୟ ଜେପି ନଡ୍ଡା ଚିରାଗ ପାସୱାନଙ୍କୁ ପୁରୁଣା ବନ୍ଧୁ କହି ନିମନ୍ତ୍ରଣ ପଠାଇଛନ୍ତି । ଯଦିଓ ସେ ଏହି ବୈଠକରେ ଯୋଗଦେବେ, କିନ୍ତୁ ସେ ବିଜେପିର ଟେନସନ ବୃଦ୍ଧି କରିଦେଇଛନ୍ତି । ସେ 6 ଟି ଲୋକସଭା ଏବଂ ଗୋଟିଏ ରାଜ୍ୟସଭା ଆସନ ସମେତ ମୋଟ 7 ଟି ସିଟ୍ ଦାବି କରିଛନ୍ତି ।
2019 ଲୋକସଭା ନିର୍ବାଚନରେ ମଧ୍ୟ ରାମ ବିଳାସ ପାସୱାନ ଥିଲେ । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘନିଷ୍ଠ ଥିଲେ । ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଏନଡିଏ ତାଙ୍କୁ 6 ଲୋକସଭା ଆସନ ଦେଇଥିଲା । ସେ ମଧ୍ୟ ମିଳିତ ମଞ୍ଚର ବିଶ୍ୱାସ ରଖି ସମସ୍ତ ଆସନ ଜିତିଥିଲେ । ଏହାର ପ୍ରତିବଦଳରେ ସେ କେନ୍ଦ୍ର ମନ୍ତ୍ରୀ ପଦ ମଧ୍ୟ ପାଇଛନ୍ତି ।
ଦୀର୍ଘ ଦିନର ଅସୁସ୍ଥତା ହେତୁ ରାମ ବିଳାସ ପାସୱାନଙ୍କର 8 ଅକ୍ଟୋବର 2020 ରେ ଦେହାନ୍ତ ହୋଇଥିଲା । କିଛି ଦିନ ପରେ ଲୋକ ଜନଶକ୍ତି ପାର୍ଟି ଭାଙ୍ଗିଗଲା । ଚିରାଗଙ୍କ ଦାଦ ପଶୁପତି ପରାସ ବିଦ୍ରୋହ କରି ସମସ୍ତ ସାଂସଦଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । ତାଙ୍କ ପାଖରେ ବହୁମତ ଦେଖି ମୋଦୀ ସରକାର ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି ।
ଦାଦାଙ୍କ ବିଦ୍ରୋହରେ କ୍ରୋଧିତ ହୋଇ ଚିରାଗ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ନାମକ ଏକ ଦଳ ଗଠନ କରିଥିଲେ । ଏବେ ବିଜେପି ଚାହୁଁଛି ଯେ ସେ ତାଙ୍କ ଦାଦାଙ୍କ ପରି ଏନଡିଏରେ ରୁହନ୍ତୁ । ଚିରାଗ ଏହା ସପକ୍ଷରେ ମଧ୍ୟେ ଅଛନ୍ତି । ସେ ବିଶ୍ୱାସ କରନ୍ତି ଯେ ତାଙ୍କ ପିତା 2019 ରେ 6 ଟି ସିଟ୍ ମଧ୍ୟରୁ 6 ଟି ଜିତିଥିଲେ, ସେତେବେଳେ ତାଙ୍କୁ ମଧ୍ୟ 6 ଟି ସିଟ୍ ପାଇବା ଉଚିତ୍ ।
ଯଦି ଚିରାଗ ଏକୁଟିଆ ଥାଆନ୍ତେ, ଏନଡିଏ ତାଙ୍କୁ 6 ଟି ସିଟ୍ ଦେଇଥାନ୍ତା, କିନ୍ତୁ ଏଥର ତାଙ୍କ ଦାଦା ମଧ୍ୟ ନିର୍ବାଚନୀ ମୈଦାନରେ ଅଛନ୍ତି । ସେମାନେ ମଧ୍ୟ ଭଲ ସଂଖ୍ୟକ ସିଟ୍ ଦାବି କରିବେ । ଏଭଳି ପରିସ୍ଥିତିରେ ଚିରାଗ ଏହି ଦାବି ଉପରେ ଝଟକା ଲାଗିପାରେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications