ଉତ୍ତର ପ୍ରଦେଶ ସମେତ 3 ଟି ରାଜ୍ୟରେ ବିଧାନସଭା ଉପ-ନିର୍ବାଚନ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି
ଉତ୍ତରପ୍ରଦେଶ, ହରିୟାଣା ଏବଂ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ହରିୟାଣା ଏବଂ ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ବିଜେପି ହରିୟାଣାର ଆଦମପୁର ଆସନରୁ ଭବ୍ୟ ବିଷ୍ଣୋଇଙ୍କୁ ପ୍ରାର୍ଥୀ କରିଛି । ସେହିପରି ଉତ୍ତର ପ୍ରଦେଶ ଗୋଲା ଗୋକର୍ଣ୍ଣନାଥ ଆସନରୁ ଅମନ ଗିରି ଏବଂ ତେଲେଙ୍ଗାନାର ମୁନୁଗୋଡରୁ କେ ରାଜଗୋପାଲ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି । ଏହି ସମସ୍ତ ଆସନରେ 3 ନଭେମ୍ବର 2022 ରେ ମତଦାନ ହେବ ।

ଅନ୍ୟପକ୍ଷରେ ବିଜେପି ବିଧାୟକ ଅରବିନ୍ଦ ଗିରିଙ୍କ ମୃତ୍ୟୁ ପରେ ୟୁପିର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନ ଖାଲି ପଡିଛି । ସେପ୍ଟେମ୍ବର 6 ରେ ବିଜେପି ବିଧାୟକ ଅରବିନ୍ଦ ଗିରି ଲକ୍ଷ୍ନୌରେ ଏକ ସଭାକୁ ଯିବାବେଳେ ହୃଦଘାତରେ ପ୍ରାଣ ହରାଇଥିଲେ । ଉପ-ନିର୍ବାଚନ ପାଇଁ ବିଜେପି ସ୍ୱର୍ଗତ ବିଧାୟକ ଅରବିନ୍ଦ ଗିରିଙ୍କ ପୁଅ ଅମାନ ଗିରିଙ୍କୁ ପ୍ରାର୍ଥୀ କରିଛନ୍ତି । ଅନ୍ୟପକ୍ଷରେ ସପା ପୂର୍ବତନ ବିଧାୟକ ବିନୟ ତିୱାରୀଙ୍କୁ ବାଜି ଲଗାଇଛି । ଅରବିନ୍ଦ ଗିରି ଲକ୍ଷ୍ମୀପୁର ଖେରୀ ଜିଲ୍ଲାର ଗୋଲା ଆସନରୁ ପାଞ୍ଚ ଥର ବିଧାୟକ ରହିଛନ୍ତି ।
ଦେଶର 6 ଟି ରାଜ୍ୟର ସାତୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏଥିମଧ୍ୟରେ ମହାରାଷ୍ଟ୍ରର ଆନ୍ଧେରି ଇଷ୍ଟ, ବିହାରର ମୋକାମା ଏବଂ ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ ଏବଂ ଓଡିଶାର ଧାମନଗର ବିଧାନସଭା ଆସନ ରହିଛି । ନିର୍ବାଚନ ଆୟୋଗର ବିଜ୍ଞପ୍ତି ଅନୁଯାୟୀ ଏହି ସମସ୍ତ ଆସନରେ ନଭେମ୍ବର 3 ରେ ମତଦାନ ହେବ ଏବଂ ନଭେମ୍ବର 6 ରେ ଭୋଟ୍ ଗଣନା କରାଯିବ ।












Click it and Unblock the Notifications