ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିରାଗ ପାଶୱାନଙ୍କ ଚିଠି : ମୋତେ ଏଲଜେପି ସଂସଦୀୟ ଦଳର ନେତା କରାଯାଉ
ଚିରାଗ ଏହି ଚିଠି ମାଧ୍ୟମରେ ଲୋକସଭା ବାଚସ୍ପତିଙ୍କ ଠାରୁ ଦାବି କରିଛନ୍ତି ଯେ ପଶୁପତି କୁମାର ପାରସଙ୍କୁ ଲୋକସଭାର ନେତା ଭାବରେ ମନୋନୀତ କରିବାର ନିଷ୍ପତ୍ତି ସମୀକ୍ଷା କରାଯାଉ । ଚିରାଗ ପାଶୱାନ ଗୃହର ନେତା ଭାବରେ ନିର୍ବାଚିତ ହେବା ଉଚିତ୍ ବୋଲି ନିଜେ ଦାବି କରିଛନ୍ତି
ପାଟନା : ବିହାର ରାଜନୀତିରେ ବିଶେଷ ପ୍ରଭାବ ଥିବା ଲୋକ ଜନଶକ୍ତି ପାର୍ଟିର ଦଳକନ୍ଦଳ ବନ୍ଦ ହେବାର ନାଁ ନେଉନାହିଁ । ଦାଦା ପଶୁପତି କୁମାର ପାରସ ଏବଂ ପୁତୁରା ରାଗ ପାଶୱାନଙ୍କ ମଧ୍ୟରେ ରାଜନୈତିକ ତୀବ୍ରତା ବଢିବାରେ ଲାଗିଛି । ଏହା ମଧ୍ୟରେ ଚିରାଗ ପାଶୱାନ ବୁଧବାର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ପଶୁପତି କୁମାର ପାରସଙ୍କୁ ଗୃହର ନେତା ଭାବରେ ନିର୍ବାଚନକୁ ବିରୋଧ କରିଛନ୍ତି । ଚିରାଗ ଏହି ଚିଠି ମାଧ୍ୟମରେ ଲୋକସଭା ବାଚସ୍ପତିଙ୍କ ଠାରୁ ଦାବି କରିଛନ୍ତି ଯେ ପଶୁପତି କୁମାର ପାରସଙ୍କୁ ଲୋକସଭାର ନେତା ଭାବରେ ମନୋନୀତ କରିବାର ନିଷ୍ପତ୍ତି ସମୀକ୍ଷା କରାଯାଉ । ଆହୁରି ମଧ୍ୟ, ଚିରାଗ ପାଶୱାନ ଗୃହର ନେତା ଭାବରେ ନିର୍ବାଚିତ ହେବା ଉଚିତ୍ ବୋଲି ନିଜେ ଦାବି କରିଛନ୍ତି ।

ଚିଠିରେ ଚିରାଗ ପାଶୱାନ ଏଲଜେପି ଦଳର ସମ୍ବିଧାନ ବିଷୟରେ କହିଛନ୍ତି । ପଶୁପତି ପାରସଙ୍କୁ ସଂସଦୀୟ ଦଳର ନେତା ଭାବରେ ଘୋଷଣା କରିବା ଦଳର ସମ୍ବିଧାନ ବିରୁଦ୍ଧ ଅଟେ । ତେଣୁ ଏହି ନିଷ୍ପତ୍ତିର ସମୀକ୍ଷା କରାଯିବା ଉଚିତ୍ । ତାଙ୍କୁ ଲୋକସଭାରେ ସଂସଦୀୟ ଦଳର ନେତା କରାଯାଉ ବୋଲି ଚିରାଗ ବାଚସ୍ପତିଙ୍କ ନିକଟରେ ଚିଠି ଜରିଆରେ ଦାବି କରିଛନ୍ତି ।
LJP leader Chirag Paswan writes to LS Speaker Om Birla, stating "the decision of announcing Pashupati Kumar Paras as Leader of LJP in Lok Sabha is contrary to provision of Constitution of our party."
He requests Speaker to issue new circular in his favour as
— ANI (@ANI) June 16, 2021
Leader of LJP in LS pic.twitter.com/BRm6i5cm5m
ଏହା ମଧ୍ୟରେ ଦିଲ୍ଲୀରେ ଚିରାଗ ପାଶୱାନଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ଦିଲ୍ଲୀ ପୋଲିସ ଏବଂ ଏସସିବି କର୍ମଚାରୀଙ୍କୁ ଚିରାଗଙ୍କ ଘର ବାହାରେ ନିୟୋଜିତ କରାଯାଇଛି । ଚିରାଗଙ୍କ ଘର ବାହାରେ ପୋଲିସର ନିୟୋଜନ ବୃଦ୍ଧି ସହିତ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଆଜି ଏଲଜେପି ନେତାଙ୍କ ବାସଭବନ ବାହାରେ କୌଣସି ସାମ୍ବାଦିକ ସମ୍ମିଳନୀ ହେବ ନାହିଁ ।
ଦୁଇ ଦିନର ରାଜନୈତିକ ଅସ୍ଥିରତା ପରେ ନୂତନ ଏଲଜେପି ସୁପ୍ରିମୋ ପଶୁପତି କୁମାର ପାରସ ବୁଧବାର ପ୍ରଥମ ଥର ପାଇଁ ପାଟନାକୁ ଆସୁଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ପାଟନାରେ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଚିରାଗ ପାଶୱାନଙ୍କ ଫଟୋ ନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications