ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ପହଞ୍ଚିଲେ ଜାମ୍ମୁ-କାଶ୍ମୀର ନେତା, ଏଲ୍ଓସିରେ ହାଇ ଆଲର୍ଟ ଜାରି

ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକ ପାଇଁ କାଶ୍ମୀରର ଅନେକ ନେତା ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପୂର୍ବରୁ ଜାମ୍ମୁ କାଶ୍ମୀର ଏବଂ ଲାଇନ ଅଫ୍ କଣ୍ଟ୍ରୋଲ (LoC) ଉପରେ 48 ଘଣ୍ଟିଆ ସତର୍କ ସୂଚନା ଜାରି କରାଯାଇଛି ।

ଶ୍ରୀନଗର : ଜାମ୍ମୁ କାଶ୍ମୀରର ନେତାମାନଙ୍କ ସହ ଆସନ୍ତାକାଲି (ଜୁନ୍ 24) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକ ପାଇଁ କାଶ୍ମୀରର ଅନେକ ନେତା ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପୂର୍ବରୁ ଜାମ୍ମୁ କାଶ୍ମୀର ଏବଂ ଲାଇନ ଅଫ୍ କଣ୍ଟ୍ରୋଲ (LoC) ଉପରେ 48 ଘଣ୍ଟିଆ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ ଆସନ୍ତାକାଲି କାଶ୍ମୀରରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ସ୍ଥଗିତ କରାଯାଇଛି ।

all party meeting

ଦିଲ୍ଲୀରେ ପହଞ୍ଚିଛନ୍ତି ମେହବୁବା ମୁଫତି ଏବଂ ବିଜେପି ନେତା

ପ୍ରଧାନମନ୍ତ୍ରୀଙ୍କ ସହ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାମ୍ମୁ କାଶ୍ମୀରର ନେତାଙ୍କ ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ପୂର୍ବତନ ମୁକ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆଜି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କ ବ୍ୟତୀତ ଜାମ୍ମୁ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନା ଏବଂ ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ମଧ୍ୟ ଦିଲ୍ଲୀ ଆସିଛନ୍ତି । ଫାରୁକ୍ ଅବଦୁଲ୍ଲା ଏବଂ ଅନ୍ୟ ନେତାମାନେ ମଧ୍ୟ ଆଜି ରାତିରେ କିମ୍ବା ଆସନ୍ତା କାଲି ସକାଳେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି ।

ଦୀର୍ଘ ସମୟ ପରେ ଦିଲ୍ଲୀରେ କାଶ୍ମୀର ନେତାମାନେ

ଧାରା 370 ରଦ୍ଦ ହେବା ପରେ କାଶ୍ମୀରର ନେତା ଏବଂ କେନ୍ଦ୍ରର ନେତାଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇପଡିଛି । ଅଗଷ୍ଟ 2019 ପରେ ଦୀର୍ଘ ସମୟ ଧରି କାଶ୍ମୀରର ଅଧିକାଂଶ ରାଜନେତା ଜେଲରେ କିମ୍ବା ଗୃହବନ୍ଦୀରେ ରହିଥିଲେ । ଧାରା ଉଚ୍ଛେଦ ପରେ ମଧ୍ୟ କେନ୍ଦ୍ର ସହ କୌଣସି ଯୋଗାଯୋଗ ହୋଇ ନଥିଲା । ଏଭଳି ପରିସ୍ଥିତିରେ ଅଗଷ୍ଟ 2019 ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କାଶ୍ମୀରର ନେତାଙ୍କ ସହ ବୈଠ ଆୟୋଜନ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଅଗଷ୍ଟ 2019 ରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ବିଶେଷ ଅଧିକାରକୁ ରଦ୍ଦ କରିଦେଇଥିଲେ ଏବଂ ରାଜ୍ୟ ମାନ୍ୟତାକୁ ମଧ୍ୟ ରଦ୍ଦ କରିଦେଇଥିଲେ । ଏହାକୁ ବିରୋଧ କରି ଜାମ୍ମୁ କାଶ୍ମୀରର ବିଜେପି ବ୍ୟତୀତ ଦଳର ଅଧିକାଂଶ ବଡ ନେତା ଏକାଠି ହୋଇଛନ୍ତି । କାଶ୍ମୀରର ଅଧିକାଂଶ ଦଳ ଏକାଠି ହୋଇ ପିପୁଲ୍ସ ଆଲାଇନ୍ସ ଫରଡିକ୍ଲାରେସନ୍ ଗଠନ କରିଛନ୍ତି । ଏହି ମିଳିତ ମଞ୍ଚ ବର୍ତ୍ତମାନ କାଶ୍ମୀର ରାଜନୀତି ସହ ଜଡିତ ନିଷ୍ପତ୍ତି ନେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+