ବିଜେପି ନେତାଙ୍କ ଉପରେ ଲାଠିଚାର୍ଜ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ସିଂହଙ୍କ ମୃତ୍ୟୁ
ପାଟନା : ବିହାରର ରାଜଧାନୀ ପାଟନାର ଗାନ୍ଧୀ ମୈଦାନରେ ବିଧାନସଭାକୁ ଯାଉଥିବା ବିଜେପି ନେତା ତଥା କର୍ମୀଙ୍କ ଉପରେ ଲାଠି ଚାର୍ଜ କରିଛି ପୋଲିସ୍ । ଏଥିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୁଶୀଲ ମୋଦୀ ।
ବିଜେପି ସାଂସଦ ତଥା ପୂର୍ବତନ ଡେପୁଟି ସିଏମ ସୁଶୀଲ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ପାଟନାରେ ବିହାର ପୋଲିସ ଗିରଫ କରିଛି । ପୋଲିସର ଲାଠିଚାର୍ଜରେ ଜେହାନାବାଦ ଜିଲ୍ଲାର ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ସିଂହଙ୍କ ନିର୍ମମ ମୃତ୍ୟୁ ହୋଇଛି ।

ଡାକ ବଙ୍ଗଳା କ୍ରସିଂରେ ବିଜେପି ନେତା ଓ କର୍ମୀଙ୍କ ଉପରେ ପୋଲିସ୍ ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି । ପୋଲିସର ଲାଠି ମାଡ଼ରେ ବହୁ ବିଜେପି ନେତା ଏବଂ କର୍ମୀ ଆହତ ହୋଇଥିବା ଖବର ରହିଛି । ବିଜେପି ସାଂସଦ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ଏବଂ ବିହାର ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କ ଉପରେ ମଧ୍ୟ ପୋଲିସ୍ ଲାଠି ମାଡ଼ କରିଛି । ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ଯେ ସିଗ୍ରିୱାଲଙ୍କ ମୁଣ୍ଡରେ ଆଘାତ ଲାଗିଛି ।
ପୋଲିସ୍ ଲାଠିଚାର୍ଜ ଉପରେ ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ନୀତୀଶ କୁମାର ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି । ଆମର ଅନେକ ସାଂସଦ-ବିଧାୟକ ଏବଂ ନେତାମାନଙ୍ଗକ ଉପରେ ଅତି ନିର୍ମମ ଭାବେ ଲାଠି ମାଡ଼ ହୋଇଛି । ପୋଲିସର ଲାଠି ମାଡ଼ରେ ବହୁ କର୍ମୀଙ୍କ ହାତଗୋଡ ଭାଙ୍ଗି ଯାଇଛି । ଏହାର ହିସାବ ନୀତୀଶ କୁମାରଙ୍କୁ ଦେବାକୁ ପଡିବ । ଆପଣ କିଛି ବି କରନ୍ତୁ ଆନ୍ଦୋଳନ ଜାରି ରହିବ ।
ଏହି ପ୍ରତିବାଦରେ ଗିରଫ ହୋଇଥିବା ବିଜେପି ନେତା ସୁଶୀଲ ମୋଦୀ କହିଛନ୍ତି ଯେ ଜେହାନାବାଦର ଆମର କର୍ମୀ ବିଜୟ କୁମାର ସିଂହ ଆହତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଆମର ଅନେକ ମହିଳା କର୍ମୀଙ୍କୁ ଲାଠି ମାଡ଼ ହୋଇଛି । ସେମାନଙ୍କର ରକ୍ତ ବୃଥା ଯିବ ନାହିଁ, ଜନସାଧାରଣ ସେମାନଙ୍କ ରକ୍ତର ପ୍ରତିଶୋଧ ନେବେ ।
ସୁଶୀଲ କୁମାର ମୋଦୀ କହିଛନ୍ତି ଯେ ବିଜେପିର ଜେହାନାବାଦ ସାଧାରଣ ସମ୍ପାଦକ ବିଜୟ କୁମାର ସିଂହଙ୍କ ଉପରେ ପ୍ରଦର୍ଶନ ସମୟରେ ପୋଲିସ ଲାଠି ମାଡ଼ କରିଥିଲା । ଲାଠି ମାଡରେ ସେ ରାସ୍ତାରେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ରାସ୍ତାରେ ପଡ଼ିବା ପରେ ମଧ୍ୟ ପୋଲିସ ସେମାନଙ୍କୁ ମାଡ଼ ମାରିଥିଲା । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ନର୍ସିଂହୋମକୁ ପଠାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ଆପଣଙ୍କୁ କହି ରଖୁଛୁ, ତେଜସ୍ୱୀ ଯାଦବଙ୍କ ଇସ୍ତଫା ଦାବିରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା । ଜମି ମାମଲାରେ ସିବିଆଇର ଚାର୍ଜସିଟରେ ତେଜସ୍ୱୀ ଯାଦବଙ୍କ ନାମ ଆସିବା ପରେ ଇସ୍ତଫା ଦାବି କରିଥିଲା ବିଜେପି । ଏହା ସହିତ ଶିକ୍ଷକ ନିଯୁକ୍ତି ନିୟମରେ କରାଯାଇଥିବା ପରିବର୍ତ୍ତନଗୁଡିକ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା ।












Click it and Unblock the Notifications