ଜମି ବଦଳରେ ଚାକିରି : ଲାଲୁ ପ୍ରସାଦଙ୍କୁ ପଚରାଉଚରା ପାଇଁ ମୀସା ଭାରତୀଙ୍କ ଘରେ ସିବିଆଇ ଟିମ୍
ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଟିମ୍ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚୁରା କରିବାକୁ ତାଙ୍କ ଝିଅ ତଥା ସାଂସଦ ମୀସା ଭାରତୀଙ୍କ ବାସଭବନରେ ପହଞ୍ଚିଛନ୍ତି ।

ପାଟନା : ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଟିମ୍ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚୁରା କରିବାକୁ ତାଙ୍କ ଝିଅ ତଥା ସାଂସଦ ମୀସା ଭାରତୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଲାଲୁ ଯାଦବ ବର୍ତ୍ତମାନ ତାଙ୍କ ଝିଅ ମୀସା ଭାରତୀଙ୍କ ଦିଲ୍ଲୀର ପାଣ୍ଡାରା ରୋଡ ବାସଭବନରେ ରହୁଛନ୍ତି । ଏହାପୂର୍ବରୁ ସିବିଆଇ ଟିମ୍ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କୁ ପାଟନାରେ ଥିବା ତାଙ୍କ ବାସଭବନରେ ପଚରାଉଚରା କରିଥିଲା । ଲାଲୁ ଯାଦବଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଥିଲା ।
ସେଣ୍ଟ୍ରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ସିବିଆଇ) ଟିମ୍ ସୋମବାର, ମାର୍ଚ୍ଚ 06 ରେ ତାଙ୍କ ପାଟନା ଘରେ ପ୍ରାୟ 4 ଘଣ୍ଟା ଧରି ପୂର୍ବତନ ସିଏମ୍ ରାବିଡ଼ି ଦେବୀଙ୍କୁ ପଚରାଉଚରା କରିଥିଲେ । ଅନୁସନ୍ଧାନ ସମ୍ପର୍କରେ ପୂର୍ବତନ ସିଏମ କହିଛନ୍ତି ଯେ ଆମ ଘରେ ଏଭଳି ପଚରାଉଚୁରା ହୋଇଥାଏ । ଅପରପକ୍ଷରେ ଲାଲୁ ଯାଦବଙ୍କ ପୁଅ ତଥା ଡେପୁଟି ସିଏମ ତେଜସ୍ୱୀ ଯାଦବ ଥଟ୍ଟା କରି କହିଛନ୍ତି ଯେ ସିବିଆଇ ଏଠାରେ କାର୍ଯ୍ୟାଳୟ ଖୋଲିବା ଉଚିତ୍, କାରଣ ସେମାନଙ୍କୁ ଆସିବା ପାଇଁ ସମୟ ଲାଗୁଛି ।
ଉଲ୍ଲେଖଯୋଗ୍ୟ, ଏହି ମାମଲା 2004 ରୁ 2009 ମଧ୍ୟରେ, ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିଲେ । ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମରେ ଲାଲୁ ଏବଂ ତାଙ୍କ ପରିବାର ବିରୋଧରେ ରେଳବାଇରେ ଚାକିରି ଦେବା ପାଇଁ ଜମି ନେଇଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ, 18 ମଇ 2022 ରେ, ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଏକ ନୂଆ ଦୁର୍ନୀତି ମାମଲା ରୁଜୁ କରିଥିଲା । ସିବିଆଇ ଅନୁଯାୟୀ, ଲାଲୁ ଯାଦବଙ୍କ ପରିବାର ବିହାରରେ ମାତ୍ର 26 ଲକ୍ଷ ଟଙ୍କାରେ 1 ଲକ୍ଷ ବର୍ଗଫୁଟରୁ ଅଧିକ ଜମି ଅଧିଗ୍ରହଣ କରିଥିବାବେଳେ ସେହି ସମୟର ସର୍କଲ ହାର ଅନୁଯାୟୀ ଏହି ଜମିର ମୂଲ୍ୟ ପ୍ରାୟ 4.39 କୋଟି ଟଙ୍କା ଥିଲା ଏବଂ ଅଧିକାଂଶ ଜମିର ଟଙ୍କା ମାଲିକଙ୍କୁ ନଗଦ ଟଙ୍କା ଆକାରରେ ଦିଆଯାଇଥିଲା ।












Click it and Unblock the Notifications