ଜମି ବଦଳରେ ଚାକିରି ମାମଲାରେ ତେଜସ୍ୱୀ ଯାଦବଙ୍କୁ ସିବିଆଇ ନୋଟିସ୍, ଏହି କାରଣରୁ ହେଲେନି ହାଜର
ସିବିଆଇ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସମନ ଜାରି କରିଛି । ଏହା ପୂର୍ବରୁ ଫେବୃଆରୀ 4 ରେ ମଧ୍ୟ ସମନ ଜାରି କରାଯାଇଥିଲା ।

ପାଟନା : ' ଜମି ବଦଳରେ ଚାକିରି ସ୍କାମ' ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିନ ବିହାରର ଅନେକ ସହରରେ ଚଢାଉ କରିଛି । ଏଥି ମଧ୍ୟରେ ସିବିଆଇ ବିହାରର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ସମନ ଜାରି କରିଛି । ଏହା ପୂର୍ବରୁ ଫେବୃଆରୀ 4 ରେ ମଧ୍ୟ ସମନ ଜାରି କରାଯାଇଥିଲା । କିନ୍ତୁ ଆଜିର ନୋଟିସ୍ ପେର ମଧ୍ୟ ତେଜସ୍ୱୀ ପଚରାଉଚୁରା ପାଇଁ ହାଦର ହେବେ ନାହିୁଁ ।
ମିଳିଥବା ସୂଚନା ଅନୁସାରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଆଜି ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇ ସିବିଆଇରେ ହାଜର ହେବେ ନାହିଁ । ଗତକାଲି ଇଡି ଚଢାଉ ପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଗର୍ଭବତୀ ଅଛନ୍ତି ଏବଂ ବାର ଘଣ୍ଟା ପଚରାଉଚୁରା ପରେ ରକ୍ତଚାପ ସମସ୍ୟା ହେତୁ ସେ ବେହୋସ ହୋଇପଡ଼ିଥିଲେ ।
ଏହା ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଆରଜେଡ଼ି ନେତା ତଥା ପୂର୍ବତନ ସିଏମ ଲାଲୁ ପ୍ରସାଦ ଏବଂ ତାଙ୍କ ପତ୍ନୀ ରାବିଡ଼ି ଦେବୀଙ୍କୁ ପଚରାଉଚରା କରିଥିଲା । ଅନ୍ୟପକ୍ଷରେ ପାଟନା ଏବଂ ଫୁଲୱାରିଶରିଫ ଭଳି ସହରର ଅନେକ ଆରଜେଡି ନେତାଙ୍କ ଘରେ ଚଢାଉ କରାଯାଇଛି । ଲାଲୁ ଯାଦବଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି ଶୁକ୍ରବାର ଦିନ ତେଜସ୍ୱୀ ପ୍ରସାଦ ଯାଦବ, ରାଗିଣୀ ଯାଦବ, ହେମା ଯାଦବ, ଚନ୍ଦା ଯାଦବ, ପୂର୍ବତନ ଆରଜେଡି ବିଧାୟକ ଆବୁ ଦୋଜାନା, ଅମିତ କାଟୟାଲ, ନବଦୀପ ସର୍ଦ୍ଦାର, ପ୍ରବୀଣ ଜୈନ ଏବଂ ଅଜୟ କୁମାରଙ୍କ ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ଅନୁସନ୍ଧାନକାରୀ ସଂସ୍ଥା ଦିଲ୍ଲୀ, ମୁମ୍ବାଇ, ପାଟନା, ରାଞ୍ଚି, ୟୁପି ଏବଂ ହରିୟାଣା ସମେତ ପ୍ରାୟ 25 ଟି ସ୍ଥାନରେ ଚଢାଉ କରିଥିଲା ।
ବାସ୍ତବରେ, 'ଜମି ବଦଳରେ ଚାକିରି ସ୍କାମ' ମାମଲା ହେଉଛି ରେଳ ମନ୍ତ୍ରୀ ଥିବା ସମୟରେ ପୂର୍ବତନ ସିଏମ୍ ଲାଲୁ ପ୍ରସାଦଙ୍କ ପରିବାରକୁ ଚାକିରି ପାଇଁ ଦିଆଯାଇଥିବା ଜମିକୁ ନେଇ ଜଡ଼ିତ । ଜମି ବଦଳରେ ଅନେକଙ୍କୁ ରେଳବାଇରେ ନିଯୁକ୍ତି ମିଳିଥିଲା । ଏହି ମାମଲାରେ ଲାଲୁ ଯାଦବ, ରାବିଡ଼ି ଦେବୀ ଏବଂ ଅନ୍ୟ 14 ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ଅନୁଯାୟୀ ସିବିଆଇ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଏଥିସହ ମାର୍ଚ୍ଚ 15 ରେ ସମସ୍ତ ଅଭିଯୁକ୍ତଙ୍କୁ ଡକାଯାଇଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications