ଲାଲୁଙ୍କୁ କିଡନୀ ଦେବେ ଝିଅ ରୋହିଣୀ, ସିଙ୍ଗାପୁରରେ ହେବ କିଡନୀ ପ୍ରତିରୋପଣ
କିଡନୀ ପ୍ରତିରୋପଣ ପାଇଁ ଲାଲୁ ଯାଦବ ସିଙ୍ଗାପୁର ଯିବେ । ଝିଅ ରୋହିଣୀ ଲାଲୁଙ୍କୁ କିଡନୀ ଦାନ କରିବେ । ନଭେମ୍ବରର ଶେଷ ସପ୍ତାହରେ ଆରଜେଡି ମୁଖ୍ୟ ଲାଲୁ ସିଙ୍ଗାପୁର ଗସ୍ତ କରିପାରନ୍ତି ।
ପାଟନା : କିଡନୀ ପ୍ରତିରୋପଣ ପାଇଁ ଲାଲୁ ଯାଦବ ସିଙ୍ଗାପୁର ଯିବେ । ଝିଅ ରୋହିଣୀ ଲାଲୁଙ୍କୁ କିଡନୀ ଦାନ କରିବେ । ନଭେମ୍ବରର ଶେଷ ସପ୍ତାହରେ ଆରଜେଡି ମୁଖ୍ୟ ଲାଲୁ ସିଙ୍ଗାପୁର ଗସ୍ତ କରିପାରନ୍ତି ।
ଲାଲୁଙ୍କ ଝିଅ ରୋହିଣୀ ସିଙ୍ଗାପୁରରେ ରୁହନ୍ତି ଏବଂ ବିହାରରେ ରାଜନୈତିକ ଘଟଣା ସହିତ ସବୁବେଳେ ଜଡ଼ିତ ରହିଥାନ୍ତି । ଲାଲୁଙ୍କୁ ସିଙ୍ଗାପୁରକୁ ନେଇ ଡାକ୍ତରୀ ଟିମ୍ ସହିତ ପରାମର୍ଶ କରିବାରେ ଝିଅ ରୋହିଣୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଅନେକ ରୋଗରେ ପିଡ଼ିତ ଅଛନ୍ତି । ତାଙ୍କୁ କିଡନୀ ରୋଗ ମଧ୍ୟ ହୋଇଛି । କିଡନୀ ପ୍ରତିରୋପଣ ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଲାଲୁଙ୍କ ଝିଅ ରୋହିଣୀ କିଡନୀ ଦାନ କରିବେ । କିଡନୀ ଚିକିତ୍ସା ପାଇଁ ଲାଲୁ ନଭେମ୍ବରର ଶେଷ ସପ୍ତାହରେ ସିଙ୍ଗାପୁର ଯାଇପାରନ୍ତି ।
ପରିବାରର ଚାପ ପରେ ଝିଅ ଠୁ କିଡନୀ ନେଇ ପ୍ରତ୍ୟାରୋପଣ ପାଇଁ ରାଜି ହୋଇଛନ୍ତି ଲାଲୁ । ଆସନ୍ତା ନଭେମ୍ବର 20-24 ମଧ୍ୟରେ ସିଙ୍ଗାପୁର ଯାଇ ପାରନ୍ତି ଲାଲୁ । ଲାଲୁଙ୍କୁ କୁହାଯାଇଥିଲା ଯେ ଯେତେବେଳେ ପରିବାର ସଦସ୍ୟ କିଡନୀ ଦାନ କରନ୍ତି, ସେତେବେଳେ ସଫଳତା ହାର ଅଧିକ ହୋଇଥାଏ । ଏହା ପରେ ସେ କିଡନୀ ପ୍ରତିରୋପଣ ପାଇଁ ରାଜି ହୋଇଥିଲେ ।












Click it and Unblock the Notifications