ଲକ୍ଷ୍ମୀପୁର ଖେରୀ ମାମଲା : ପ୍ରିୟଙ୍କା ଗାନ୍ଧୀ ଗିରଫ, ଅନେ 10 ଜଣଙ୍କ ନାମରେ ଏଫ୍ଆଇଆର୍ ରୁଜୁ
କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସାଂସଦ ଦୀପେନ୍ଦ୍ର ହୁଡା ଏବଂ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲାଲୁଙ୍କ ନାମ ଏଫଆଇଆରରେ ନାମିତ କରାଯାଇଛି । ସମସ୍ତଙ୍କ ବିରୋଧରେ ଶାନ୍ତି ଉଲ୍ଲଂଘନ ମାମଲା ରୁଜୁ ହୋଇଛି ।
ଲକ୍ଷ୍ନୌ : କୃଷକଙ୍କ ମୃତ୍ୟୁ ପରେ ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରିଥିବାରୁ 11 ଜଣ ରାଜନେତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି । ଏହି ଏଫ୍ଆଇଆର୍ ଲାକ୍ଷ୍ମୀପୁର ନିକଟ ଜିଲ୍ଲା ସୀତାପୁରରେ ରୁଜୁ ହୋଇଛି । ସୀତାପୁରର ହରଗାଓଁ ପୋଲିସ ଷ୍ଟେସନର SHO କହିଛନ୍ତି ଯେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ, ସାଂସଦ ଦୀପେନ୍ଦ୍ର ହୁଡା ଏବଂ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲାଲୁଙ୍କ ନାମ ଏଫଆଇଆରରେ ନାମିତ କରାଯାଇଛି । ସମସ୍ତଙ୍କ ବିରୋଧରେ ଶାନ୍ତି ଉଲ୍ଲଂଘନ ମାମଲା ରୁଜୁ ହୋଇଛି ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ପୂର୍ବରୁ ପୋଲିସ ତାଙ୍କୁ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରୀ ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା ।
ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା କୃଷକମାନଙ୍କ ଉପରେ ଲକ୍ଷ୍ମୀପୁର ଖେରୀର ତିକୁନିଆରେ କାର ଚଢିଯାଇଥିଲା । ଏହି ଘଟଣାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ଟେନିଙ୍କ ପୁଅ ଉପରେ ଅଭିଯୋଗ ଉଠିଛି । କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଏବଂ ଦିପେନ୍ଦ୍ର ହୁଡା କୃଷକଙ୍କ ମୃତ୍ୟୁ ଖବର ଶୁଣିବା ପରେ ରବିବାର ରାତିରେ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା କରିଥିଲେ । ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯିବାବେଳେ ତାଙ୍କୁ ସୀତାପୁରରେ ତାଙ୍କୁ ଅଟକ ରଖାଯାଇଥିଲା । ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଅସନ୍ତୋଷ କୁହୁଳୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରେ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି ।












Click it and Unblock the Notifications