Get Updates
Get notified of breaking news, exclusive insights, and must-see stories!

ବଢିଲା ନୁପୁର ଶର୍ମାଙ୍କ ସମସ୍ୟା, ଲୁକ୍ଆଉଟ୍ ନୋଟିସ୍ ଜାରି କଲା ପୋଲିସ

ଦୁଇ ଦିନ ପୂର୍ବେ ଦେଶର ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ତାଗିଦ କରିବା ପରେ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ।

କୋଲକାତା : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କୁ ଭର୍ତ୍ସନା କରିବା ପରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୁଇ ଦିନ ପୂର୍ବେ ଦେଶର ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ତାଗିଦ କରିବା ପରେ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ।

Nupur Sharma

ନୁପୁର ବିବାଦୀୟ ମନ୍ତବ୍ୟ ଦେବା ପରେ ଦେଶର ବିଭିନ୍ନ ପୋଲିସ୍ ଷ୍ଟେସନରେ ତାଙ୍କ ନାମରେ ଏଫଆଇଆର୍ ରୁଜୁ ହୋଇଥିଲା । ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା । ହେଲେ ହାଜର ପାଇଁ ନୋଟିସ ପାଇ ବି ନୁପୁର ପୁଲିସ ଷ୍ଟେସନରେ ହାଜର ହୋଇନଥିଲେ । କୋଲକାତାର ପ୍ରାୟ 10ଟି ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୁପୁର ହାଜର ହେବା ପାଇଁ ମନା କରିଥିଲେ । ଏହି କାରଣରୁ ଏବେ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ।

ଏହା ପୂର୍ବରୁ ନୁପୁର ତାଙ୍କ ବିରୋଧରେ ଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବା ନେଇ କରିୁଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ଆବେଦନର ଶୁଣାଣି ସମୟରେ କୋର୍ଟ କହିଥିଲେ ନୁପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି । ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୁପୁର ହିଁ ଦାୟୀ । ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ସାରା ଦେଶକୁ କ୍ଷମା ମାଗିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଥିଲେ । ନୁପୁର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିଜେପି ନେତା ନୁପୁର ଶର୍ମା ଏକ ଟିଭି ବିତର୍କରେ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ତାଙ୍କ ବିବୃତ୍ତି ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗଲ୍ଫ ଦେଶଗୁଡିକ ମଧ୍ୟ ନୁପୁର ଶର୍ମାଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ନୁପୁର ଶର୍ମା ସମଗ୍ର ଦେଶକୁ କ୍ଷମା ମାଗନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+