For Quick Alerts
Turn On Notification  
For Daily Alerts
Oneindia App Download

ବଢିଲା ନୁପୁର ଶର୍ମାଙ୍କ ସମସ୍ୟା, ଲୁକ୍ଆଉଟ୍ ନୋଟିସ୍ ଜାରି କଲା ପୋଲିସ

ଦୁଇ ଦିନ ପୂର୍ବେ ଦେଶର ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ତାଗିଦ କରିବା ପରେ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ।

|

କୋଲକାତା : ପ୍ରୋଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କୁ ଭର୍ତ୍ସନା କରିବା ପରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୁଇ ଦିନ ପୂର୍ବେ ଦେଶର ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ତାଗିଦ କରିବା ପରେ ତାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ।

Nupur Sharma

ନୁପୁର ବିବାଦୀୟ ମନ୍ତବ୍ୟ ଦେବା ପରେ ଦେଶର ବିଭିନ୍ନ ପୋଲିସ୍ ଷ୍ଟେସନରେ ତାଙ୍କ ନାମରେ ଏଫଆଇଆର୍ ରୁଜୁ ହୋଇଥିଲା । ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୁଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା । ହେଲେ ହାଜର ପାଇଁ ନୋଟିସ ପାଇ ବି ନୁପୁର ପୁଲିସ ଷ୍ଟେସନରେ ହାଜର ହୋଇନଥିଲେ । କୋଲକାତାର ପ୍ରାୟ 10ଟି ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୁପୁର ହାଜର ହେବା ପାଇଁ ମନା କରିଥିଲେ । ଏହି କାରଣରୁ ଏବେ ପୁଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ।

ଏହା ପୂର୍ବରୁ ନୁପୁର ତାଙ୍କ ବିରୋଧରେ ଥିବା ସମସ୍ତ ଏଫଆଇଆରକୁ ଦିଲ୍ଲୀ ସ୍ଥାନାନ୍ତର କରିବା ନେଇ କରିୁଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ଆବେଦନର ଶୁଣାଣି ସମୟରେ କୋର୍ଟ କହିଥିଲେ ନୁପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି । ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୁପୁର ହିଁ ଦାୟୀ । ଯେଉଁଭଳି ଭା‌ବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ସାରା ଦେଶକୁ କ୍ଷମା ମାଗିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଥିଲେ । ନୁପୁର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ବିଜେପି ନେତା ନୁପୁର ଶର୍ମା ଏକ ଟିଭି ବିତର୍କରେ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ ତାଙ୍କ ବିବୃତ୍ତି ବିରୋଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗଲ୍ଫ ଦେଶଗୁଡିକ ମଧ୍ୟ ନୁପୁର ଶର୍ମାଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ ନୁପୁର ଶର୍ମା ସମଗ୍ର ଦେଶକୁ କ୍ଷମା ମାଗନ୍ତୁ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kolkata Police issued lookout notice for Nupur Sharma
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X