Get Updates
Get notified of breaking news, exclusive insights, and must-see stories!

କିଏ ଏହି ଦ୍ରୌପଦୀ ମୁର୍ମୁ ? ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ଲାଗିଛି ଚର୍ଚ୍ଚା

ୟୂରଭଞ୍ଜର ରାଇରଙ୍ଗପୁର (2000 ଏବଂ 2009) ରେ ବିଜେପି ଟିକେଟରେ ଦୁଇଥର ବିଧାୟକ ହୋଇଥିଲେ । ଯେତେବେଳେ ନବୀନ ପଟ୍ଟନାୟକଙ୍କ ଉତ୍ଥାନ ସହିତ ବିଜେପି ନିଜର ଆଭିମୁଖ୍ୟ ହରାଉଥିଲା, ସେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀକୁ ବଜାୟ ରଖିପାରିଥିଲେ ।

ନୂଆଦିଲ୍ଲୀ : ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଚଳିତ ବର୍ଷ ଜୁଲାଇରେ କାର୍ଯ୍ୟକାଳ ଶେଷ ହେବା ପରେ କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ ସମସ୍ତ ରାଜନୈତିକ କରିଡ଼ରରେ ଲାଗି ରହିଛି କଳ୍ପନାଜଳ୍ପନା । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିର ପ୍ରାର୍ଥୀ ଭାବେ ଅନେକ ନାମ ଏହି ଦୌଡ଼ରେ ଥିବା ବେଳେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପସନ୍ଦ ରହିଛନ୍ତି ଦ୍ରୌପଦୀ ମୁର୍ମୁ । ତେବେ କିଏ ଏହି ଦ୍ରୌପଦୀ ମୁର୍ମୁ... କଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର...

draupadi murmu- modi

ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ପରେ ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ । ସେ ମୟୂରଭଞ୍ଜର ରାଇରଙ୍ଗପୁର (2000 ଏବଂ 2009) ରେ ବିଜେପି ଟିକେଟରେ ଦୁଇଥର ବିଧାୟକ ହୋଇଥିଲେ । ଯେତେବେଳେ ନବୀନ ପଟ୍ଟନାୟକଙ୍କ ଉତ୍ଥାନ ସହିତ ବିଜେପି ନିଜର ଆଭିମୁଖ୍ୟ ହରାଉଥିଲା, ସେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀକୁ ବଜାୟ ରଖିପାରିଥିଲେ ।

ସେ ପ୍ରତିଷ୍ଠିତ ହେବା ପୂର୍ବରୁ, ତାଙ୍କର ସାମାନ୍ୟ ଆରମ୍ଭରେ, ସେ 1997 ରେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପରେ ସେ 2000 ରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।

ଓଡିଶାରେ ବିଜେଡି ଏବଂ ବିଜେପି ମିଳିତ ସରକାର ସମୟରେ ସେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ 2000 ରୁ 2004 ମଧ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ହୋଇଥିଲେ । 2015 ମସିହାରେ ମୁର୍ମୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।

ଯଦି ସେ ବିଜେପିର ସମର୍ଥନରେ ଭାରତର ରାଷ୍ଟ୍ରପତି ହୁଅନ୍ତି, ତେବେ ସେ କେବଳ ରାଜ୍ୟରେ ଆଦିବାସୀ ଜନତାଙ୍କ ପ୍ରତିନିଧିତ୍ୱ କରିବେ ନାହିଁ ବରଂ 2019 ସାଧାରଣ ନିର୍ବାଚନରେ ଆଦିବାସୀ ଭୋଟର ଅଂଶକୁ ପ୍ରଭାବିତ କରି ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିପାରିବେ ବୋଲି କୁହାଯାଉଛି । ଏଥିସହିତ ଯଦି ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି ତେବେ ସେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ସହ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ ।

ଏହା ବ୍ୟତୀତ ଯଦି ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏର ଅନ୍ତିମ ପସନ୍ଦ ହୁଅନ୍ତି, ତେବେ ବିଜୁ ଜନତା ଦଳ (ବିଜେଡି) ତାଙ୍କୁ ବିରୋଧ କରିବା କଷ୍ଟସାଧ୍ୟ ହେବ, କାରଣ ମୁର୍ମୁ ନବୀନ ପଟ୍ଟନାୟକଙ୍କ ସହ ତଙ୍କର ଭଲ ସମ୍ପର୍କ ଥିବା କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+