Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହୋଇଛି କଂଗ୍ରେସର 'କ୍ଷେତି ବଞ୍ଚାଓ ଅଭିଯାନ' ; ଯୋଗଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର

ଓଡ଼ିଶା ପ୍ରଦେଶ କଂଗ୍ରେସର କ୍ଷେତି ବଞ୍ଚାଓ ଅଭିଯାନରେ ଯୋଗ ଦେଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ଼ ଏ ଚେଲ୍ଲାକୁମାର | ଏକ ଟ୍ରାକ୍ଟର ରାଲି ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇ ପ୍ରତାପନଗରୀସ୍ଥିତ ଧାକୁଳେଇ ମନ୍ଦିର, 42 ମୌଜା ଓ ପ୍ରେସ୍ ଛକ ହୋଇ କଟକ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବ |

ଭୁବନେଶ୍ୱର : ଆଜି ଆରମ୍ଭ ହୋଇଛି ପ୍ରଦେଶ କଂଗ୍ରେସର କ୍ଷେତି ବଞ୍ଚାଓ ଅଭିଯାନ | ଏଥିରେ ସାମିଲ ହୋଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ଼ ଏ ଚେଲାକୁମାର | ଏହି ଅବସରରେ ଏକ ଟ୍ରାକ୍ଟର ରାଲି ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇ ପ୍ରତାପନଗରୀସ୍ଥିତ ଧାକୁଳେଇ ମନ୍ଦିର, 42 ମୌଜା ଓ ପ୍ରେସ୍ ଛକ ହୋଇ କଟକ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଞ୍ଚିବ | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ରାଲିର ନେତୃତ୍ୱରେ ନେଉଛନ୍ତି | କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି, ସାଂସଦ, ବିଧାୟକ, ଛାମୁଆ ସଙ୍ଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା, ପୂର୍ବତନ ସାଂସଦ ଓ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଛନ୍ତି |

Congress-flag
ଡ଼ ଏ ଚେଲ୍ଲାକୁମାରଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ,ମାନସ ଚୌଧୁରୀ ଓ ଅନ୍ୟ ନେତୃବୃନ୍ଦ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ପ୍ରଥମ ସପ୍ତାହରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ଓ ହରିୟାଣା ଠାରେ ଐତିହାସିକ 'କ୍ଷେତି ବଞ୍ଚାଓ ଅଭିଯାନ' ଆରମ୍ଭ କରିଛନ୍ତି | ଏହାକୁ ଜାରି ରଖିବାକୁ ଏଆଇସିସି, ପ୍ରଦେଶ କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଥିଲେ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+