କାଲି ଛାଡ଼ିଥିଲେ କଂଗ୍ରେସ, ଆଜି ଶଙ୍ଖ ଧରିଲେ ଅଧିରାଜ

ଭୁବନେଶ୍ୱର: ଶଙ୍ଖ ଧରିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ଶଙ୍ଖ ଭବନରେ ବିଜେଡ଼ିରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିର ଶଙ୍ଖ ଭଭନରେ ବିଜେଡ଼ିରେ ସାମିଲ ହୋଇଛନ୍ତି ଅଧିରାଜ ।

Adhiraj panigrahi - BJD

ଏହା ସହ ଖଡ଼ିଆଳ ଓ ଭୋଡେନ ବ୍ଲକ ଚେୟାରମ୍ୟାନ ବି ବିଜେଡିରେ ଯୋଗ ଦେଇଛନ୍ତି । ସିନାପାଲି ବ୍ଲକ ଚେୟାରମ୍ୟାନ ମଧ୍ୟ ବିଜେଡିରେ ମିଶିଛନ୍ତି । ଦଳରେ ସାମିଲ ହେବା ପରେ ଅଧିରାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ଆଗାମି ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୂଚାର ଭାବେ ତୁଲାଇବି ବୋଲି କହିଛନ୍ତି ।

ଗତ 2019 ନିର୍ବାଚନରେ ଖଡିଆଳରୁ କଂଗ୍ରେସ ଟିକେଟ୍‌ରୁ ବିଧାୟକ ହୋଇଥିଲେ ଅଧିରାଜ । କଂଗ୍ରେସ ଦଳ ଛାଡ଼ିବା ନେଇ ଅଧିରାଜ କହିଥିଲେ, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି । 2024 ରେ ନିଶ୍ଚିତ ଖଡ଼ିଆଳରୁ ନିର୍ବାଚନ ଲଢ଼ିବି । ଓଡ଼ିଶାରେ କଂଗ୍ରେସ ଭଲ ସ୍ଥିତିରେ ନାହିଁ, ଦୁର୍ବଳ ହୋଇଛି । କଂଗ୍ରେସରେ କୌଣସି ନେତାଙ୍କ ସହ ମତାନ୍ତର ନାହିଁ ।
ସୂଚନାଥାଉକି, 2019 ବିଧାନସଭା ନିର୍ବାଚନରେ ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ଅଧିରାଜ ପାଣିଗ୍ରାହୀ 59, 308 ଖଣ୍ଡ ଭୋଟ୍‌ ପାଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ 56, 451 ଖଣ୍ଡ ଭୋଟ୍‌ ପାଇଥିଲେ । ପାଣିଗ୍ରାହୀ 2857 ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+