'ଯଦି ୟୁପି କେରଳରେ ପରିଣତ ହୁଅନ୍ତା, ତେବେ ଧର୍ମ - ଜାତି ନାମରେ ହତ୍ୟା ହେବ ନାହିଁ...', ଯୋଗୀଙ୍କ ବୟାନରେ ବିଜୟନଙ୍କ ଜବାବ
"ଯଦି ୟୁପି କେରଳ ପରି ହୁଏ, ତେବେ ଦେଶର ସର୍ବୋତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁବିଧା, ସାମାଜିକ କଲ୍ୟାଣ, ଉଚ୍ଚ ଜୀବନ ସ୍ତର ଏବଂ ମହତ୍ତ୍ୱପୂର୍ଣ୍ଣ ସମାଜକୁ ୟୁପିରେ ପ୍ରତିଷ୍ଠା ହେବ । ଫଳରେ ଜାତି ଓ ଧର୍ମ ନାମରେ ଲୋକଙ୍କ ହତ୍ୟା ହେବ ନାହିଁ ।"
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଗୁରୁବାର (ଫେବୃଆରୀ 10) ରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏହି ସମୟ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଯୋଗୀ କହୁଛନ୍ତି, "ନିଶ୍ଚିତ ଭାବରେ ଭୋଟ୍ ଦଅନ୍ତୁ । ଆପଣଙ୍କର ଗୋଟିଏ ଭୋଟ୍ ରାଜ୍ୟର ଭବିଷ୍ୟତ ସ୍ଥିର କରିବ । ଅନ୍ୟଥା ଉତ୍ତର ପ୍ରଦେଶକୁ କାଶ୍ମୀର, କେରଳ ଏବଂ ବଙ୍ଗଳା ହେବାକୁ ଅଧିକ ସମୟ ଲାଗିବ ନାହିଁ ।"

ଯୋଗୀଙ୍କ ଏହି ବୟାନ ଉପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଟ୍ୱିଟରେ ଜବାବ ଦେଇଛନ୍ତି । ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟର ଜବାବରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟଣ ବିଜୟ ଟ୍ୱିଟ୍ କରି କହିଛନ୍ତି ଯେ "ଯଦି ୟୁପି କେରଳ ପରି ହୁଏ, ଯାହାର ଭୟ ଯୋଗୀ ଆଦିତ୍ୟନାଥଙ୍କୁ ଅଛି ତେବେ ଦେଶର ସର୍ବୋତ୍ତମ ଶିକ୍ଷା ତଥା ସ୍ୱାସ୍ଥ୍ୟ ସୁବିଧା, ସାମାଜିକ କଲ୍ୟାଣ, ଉଚ୍ଚ ଜୀବନ ସ୍ତର ଏବଂ ମହତ୍ତ୍ୱପୂର୍ଣ୍ଣ ସମାଜକୁ ୟୁପିରେ ପ୍ରତିଷ୍ଠା ହେବ । ଫଳରେ ଜାତି ଓ ଧର୍ମ ନାମରେ ଲୋକଙ୍କ ହତ୍ୟା ହେବ ନାହିଁ । ୟୁପିର ଲୋକମାନେ ଏହା ଚାହାଁନ୍ତି ।"
If UP turns into Kerala as @myogiadityanath fears, it will enjoy the best education, health services, social welfare, living standards and have a harmonious society in which people won't be murdered in the name of religion and caste. That's what the people of UP would want.
— Pinarayi Vijayan (@vijayanpinarayi) February 10, 2022
ଯୋଗୀ ଆଦିତ୍ୟନାଥଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ଯୋଗୀ ଆଦିତ୍ୟନାଥ ଭୋଟରଙ୍କୁ କହିଛନ୍ତି, "ଯଦି ବିଜେପି କ୍ଷମତାକୁ ନ ଆସେ ତେବେ ୟୁପି କାଶ୍ମୀର, ବଙ୍ଗଳା କିମ୍ବା କେରଳରେ ପରିଣତ ହେବ । ୟୁପି ନିଶ୍ଚିତ ଭାବରେ ଭାଗ୍ୟବାନ ହେବା ଉଚିତ୍ ! କାଶ୍ମୀରର ସୌନ୍ଦର୍ଯ୍ୟ, ବଙ୍ଗଳାର ସଂସ୍କୃତି ଏବଂ କେରଳର ଶିକ୍ଷା ଏହି ସ୍ଥାନ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବ ।''












Click it and Unblock the Notifications