Get Updates
Get notified of breaking news, exclusive insights, and must-see stories!

ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ କୁଳଧିପତି ପଦରୁ ହଟାଇବା ପାଇଁ ଅଧ୍ୟାଦେଶ ଆଣିବ କେରଳ ସରକାର

କେରଳରେ କୁଳପତିଙ୍କ ଇସ୍ତଫା ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସେପଟେ, ରାଜ୍ୟପାଳଙ୍କୁ କୁଳଧିପତି ପଦରୁ ହଟାଇବା ପାଇଁ ଏବେ କେରଳ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ଥିରୁଅନନ୍ତପୁରମ୍ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ପିନାରାଇ ବିଜୟନଙ୍କ ମଧ୍ୟରେ ବିବାଦ ଜାରି ରହିଛି । ରାଜ୍ୟପାଳ ଖାନ୍ କ୍ରମାଗତ ଭାବରେ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଏଭଳି ପରିସ୍ଥିତିରେ କେରଳରେ କୁଳପତିଙ୍କ ଇସ୍ତଫା ନେଇ ଉଭୟଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସେପଟେ, ରାଜ୍ୟପାଳଙ୍କୁ କୁଳଧିପତି ପଦରୁ ହଟାଇବା ପାଇଁ ଏବେ କେରଳ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

pinarayi vijayan - Arif Mohammad Khan

ବାସ୍ତବରେ, ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କେରଳର 9 ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ବିବାଦ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ରାଜ୍ୟପାଳଙ୍କୁ କୁଳଧିପତି ପଦରୁ ହଟାଇବା ପାଇଁ ଏକ ନିୟମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କୁଳପତିଙ୍କ ସ୍ଥାନରେ ଜଣେ ବିଶେଷଜ୍ଞ ଆଣିବାକୁ ରାଜ୍ୟ କ୍ୟାବିନେଟ ଯୋଜନା କରୁଛି ।

କେରଳର ରାଜ୍ୟପାଳଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ କେରଳର 9 ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ଏହି 9 ଟି ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+