Get Updates
Get notified of breaking news, exclusive insights, and must-see stories!

ଦୁଇଟି ପର୍ଯ୍ୟାୟରେ ହୋଇପାରେ କେରଳ ବିଧାନସଭା ନିର୍ବାଚନ

ଆସନ୍ତା ବର୍ଷ ଅର୍ଥାତ୍ 2021ରେ କେରଳରେ ହେବ ବିଧାନସଭା ନିର୍ବାଚନ | ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ |

ଥିରୁଅନନ୍ତପୁରମ୍ : ଆସନ୍ତା ବର୍ଷ ଅର୍ଥାତ୍ 2021ରେ କେରଳରେ ହେବ ବିଧାନସଭା ନିର୍ବାଚନ | ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ | ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଟେକାରାମ ମୀନା ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବାନେଇ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଏସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ |

କୋଭିଡ୍ ମହାମାରୀ ଯୋଗୁଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କଲେ ଅଧିକ କର୍ମଚାରୀଙ୍କୁ ନିୟୋଜିକ କରିବାକୁ ପଡ଼ିବ | ତେଣୁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରିବା ନେଇ ଜିଲ୍ଲାପାଳମାନେ ମତ ଦେଇଛନ୍ତି ବୋଲି ସେ କହିଛନ୍ତି | କେତେକ ଜିଲ୍ଲାରେ ପର୍ଯ୍ୟାପ୍ତ କର୍ମଚାରୀ ନଥିବାରୁ ଯଦି ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହୁଏ ତେବେ ପ୍ରଥମ ପର୍ଯ୍ୟାୟରେ ନିୟୋଜିତ ପୋଲିଂ ଅଫିସରଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ନିୟୋଜିତ କରାଯାଇପାରିବ ବୋଲି ମୀନା କହିଛନ୍ତି |

Election

ସାଧାରଣତଃ, କେରଳରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ | କିନ୍ତୁ ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ଲୋକାଲ୍ ବଡି ପୋଲ୍ କୋଭିଡ୍-19 ମହାମାରୀ କାରଣରୁ ତିନୋଟି ପର୍ଯ୍ୟାୟରେ କରାଯାଇଥିଲା |

ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ଜୁନ୍ 1ରେ ଶେଷ ହେବ | ବର୍ତ୍ତମାନ କେରଳରେ ପିନାରାୟି ବିଜୟନଙ୍କ ନେତୃତ୍ୱରେ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ ସରକାର ରହିଛି | ସେ 2016 ମସିହା ମେ 25ତାରିଖରୁ କ୍ଷମତାରେ ଅଛନ୍ତି |

80 ବର୍ଷରୁ ଉର୍ଦ୍ଦ୍ୱ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ହେବ ପୋଷ୍ଟାଲ୍ ଭୋଟ୍ ବ୍ୟବସ୍ଥା

ବୃଦ୍ଧ (80 ରୁ ଉର୍ଦ୍ଧ୍ୱ) ଏବଂ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ୍ ଭୋଟ୍ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି | ଏହା ବାଧ୍ୟତାମୂଳକ ନୁହେଁ | ଯେଉଁମାନେ ପୋଷ୍ଚାଲ୍ ଭୋଟ୍ ଦେବେ ସେମାନେ ଆମକୁ ପୂର୍ବରୁ ଜଣାଇବାକୁ ପଡ଼ିବ ବୋଲି ସେ କହିଛନ୍ତି |

ନିର୍ବାଚନ ଆୟୋଗର ଏକ ଟିମ୍ ଯେକୌଣସି ସମୟରେ ପରିସ୍ଥିତିର ମସୀକ୍ଷା କରିବାକୁ ଆସିବେ ଏବଂ ରାଜନୈତିକ ଦଳ, ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ସହ ନିର୍ବାଚନ ନେଇ ଆଲୋଚନା କରିବେ |

ସୂଚନାଯୋଗ୍ୟ, ଆସନ୍ତା ବର୍ଷ କେରଳ ସମେତ ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+