Get Updates
Get notified of breaking news, exclusive insights, and must-see stories!

Kerala election 2021:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ମେଟ୍ରୋ ମ୍ୟାନ୍ ଶ୍ରୀଧରନଙ୍କ ଅଭିଯୋଗ

ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ବିବେଚନା କରୁଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କର କିଛି ଅଭିଯୋଗ ଥିବା ମଧ୍ୟ କହିଛନ୍ତି ।

ମଲ୍ଲାପୁରମ୍ (କେରଳ) : ଦେଶରେ ମେଟ୍ରୋ ମ୍ୟାନ୍ ଭାବେ ଜଣାଶୁଣା ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ଇଞ୍ଜିନିୟର ଶ୍ରୀଧରନ୍ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ତାଙ୍କ ପାର୍ଟିରେ ପ୍ରବେଶ କେରଳ ବିଜୟ ରଥ ଯାତ୍ରା ସମୟରେ ମାଲାପୁରାମର ଏଡାପାଲରେ କେନ୍ଦ୍ର ମନ୍ତ୍ରୀ ଆର.କେ ସିଂଙ୍କ ଉପସ୍ଥିତିରେ ହୋଇଥିଲା । ସେ ବିଜେପି ସହ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ଘୋଷଣା କରିସାରିଛନ୍ତି ଏବଂ ଯଦି ରାଜ୍ୟରେ ଦଳ ଜିତେ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ବିବେଚନା କରୁଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କର କିଛି ଅଭିଯୋଗ ଥିବା ମଧ୍ୟ କହିଛନ୍ତି ।

Sreedharan

LDF ଏବଂ UDF ଶାସନରେ ଅତିଷ୍ଠ ହୋଇ ପଡ଼ିଲେଣି

ମେଟ୍ରୋ ମ୍ୟାନ୍ ଶ୍ରୀଧରନ୍ କହିଛନ୍ତି, କେରଳର ଜନତା ଭ୍ରଷ୍ଟାଚାର, ଘୋଟାଲା, ଆତ୍ମୀୟତା ନୀତିରେ ଅତିଷ୍ଠ ହୋଇପଡ଼ିଲେଣି । କେବଳ ବିଜେପି ହିଁ ଏକମାତ୍ର ଦଳ ଯିଏ ଏହି ସବୁ ଅସୁବିଧାରୁ ରାଜ୍ୟକୁ ବାହାର କରିପାରିବ । ତେଣୁ ସେ ଏହି କାରଣରୁ ସେ ଏହି ପାର୍ଟିକୁ ଆସିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଶ୍ରୀଧରନ୍ ଗତ 10 ବର୍ଷ ଧରି ଉପକୂଳବର୍ତ୍ତୀ ପୋନାନି ସହରରେ ରହୁଛନ୍ତି । ଇକୋନୋମିକ୍ ଟାଇମ୍ସକୁ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କଂଗ୍ରେସ ନେତୃତ୍ୱାଧୀନ UDF ଏବଂ ସିପିଏମ୍ ନେତୃତ୍ୱାଧୀନ LDF ର ବିଭ୍ରାନ୍ତି, ଦୁର୍ନୀତି ଏବଂ ଆତ୍ମୀୟତା ନୀତିରେ ବିରକ୍ତ ହୋଇପଡ଼ିଲେଣି । ତେଣୁ ସେ ଜଣେ ଟେକ୍ନୋକ୍ରାଟ୍ ଭାବରେ ତାଙ୍କ ଅଭିଜ୍ଞତାର ଲାଭ ରାଜ୍ୟକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

20 ବର୍ଷ ଧରି କେରଳରେ କୌଣସି ଶିଳ୍ପ ବିନିଯୋଗ ନାହିଁ - ଶ୍ରୀଧରନ୍

ମେଟ୍ରୋ ମ୍ୟାନଙ୍କ ଅନୁସାରେ, ଗତ 20 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଶିଳ୍ପ ବିନିଯୋଗ ହୋଇନାହିଁ । ତାଙ୍କ କହିବାନୁସାରେ, "ଯଦି କେରଳର ଲୋକମାନେ ମଧ୍ୟ-ପୂର୍ବକୁ ଯାଇ ସେଠାରେ ଶିଳ୍ପ ସ୍ଥାପନ କରିପାରିବେ, ତେବେ ସେମାନେ ଏଠାରେ କାହିଁକି କରିପାରିବେ ନାହିଁ ... ଏଠାରେ ମଧ୍ୟ କରିପାରିବେ ।" ସେ ଆହୁରି ମଧ୍ୟ କହିଛନ୍ତି, 'ଯଦି କୌଣସି ଶିଳ୍ପ ଆସୁଛି, ତେବେ ଏହା ଦୁଇ ବର୍ଷ ମଧ୍ୟରେ ବନ୍ଦ ହୋଇଯାଉଛି । ଶିଳ୍ପ ବିନା, ଆପଣ କିପରି ପୁଞ୍ଜି, ଅର୍ଥ ଏବଂ ରୋଜଗାର ସୃଷ୍ଟି କରିବେ ? ରୋଜଗାର ନଥିବା କେରଳ ଏକ ସାକ୍ଷର ରାଜ୍ୟ ।' ଏଥିପାଇଁ ସେ ବୈଦ୍ୟୁତିକ ଉପକରଣ ଉତ୍ପାଦନକାରୀ ଭି-ଗାର୍ଡ ପ୍ରତିଷ୍ଠା କରିଥିବା ଶିଳ୍ପପତି କୋଚୋଉସେଫ୍ ଚିତିଲାପିଲିଙ୍କ ଉଦାହରଣ ଦେଇଛନ୍ତି । କେରଳର ଶ୍ରମ ବିରୋଧୀ ପରିବେଶ ହେତୁ ତାଙ୍କ ଫାର୍ମର 80 ପ୍ରତିଶତ କାର୍ଯ୍ୟକୁ ବାହାରେ କରିବାକୁ ପଡ଼ିଛି ବୋଲି୍ ଶ୍ରୀଧରନ୍ କହିଛନ୍ତି ।

Metro-man

ବର୍ତ୍ତମାନ ସୁଦ୍ଧା ସର୍ବଶେଷ୍ଠ ପ୍ରଧାନମନ୍କ୍ରୀ ମୋଦୀ - ଶ୍ରୀଧରନ୍

ଦିଲ୍ଲୀ ମେଟ୍ରୋର ଶିଳ୍ପକାର ଭାବେ ଜଣାଶୁଣା ଶ୍ରୀଧରନ୍ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନ ସୁଦ୍ଧା ନରେନ୍ଦ୍ର ମୋଦୀ ଦେଶର ସର୍ବୋତ୍ତମ ପ୍ରଧାନମନ୍ତ୍ରୀ ଅଟନ୍ତି । 88 ବର୍ଷୀୟ ଇଞ୍ଜିନିୟରଙ୍କ ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ 'ଶାସନ ଏବଂ ସଚ୍ଚୋଟତା ଆଧାରରେ ଏପର୍ଯ୍ୟନ୍ତ ସର୍ବୋତ୍ତମ ପ୍ରଧାନମନ୍ତ୍ରୀ' । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି, 'ସାତ ବର୍ଷ ମଧ୍ୟରେ ଗୋଟିଏ ବି କଳଙ୍କ ନାହିଁ । ସେ ଦେଶକୁ ବହୁତ ଭଲ ପାଆନ୍ତି ଏବଂ ବହୁତ ପରିଶ୍ରମୀ ମଧ୍ୟ ଅଟନ୍ତି । ସେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି । '

ମେଟ୍ରୋ ମ୍ୟାନଙ୍କ ମୋଦୀଙ୍କ ନିକଟରେ ଗୋଟିଏ ଅଭିଯୋଗ

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସବୁ କ୍ଷେତ୍ରରେ ଭଲ, କିନ୍ତୁ ତାଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀମାନେ ତାଙ୍କ ହିସାବରେ ଯୋଗ୍ୟ ନୁହଁନ୍ତି । ସେ କହିଛନ୍ତି ଯେ ମୋଦୀଙ୍କ ଠାରୁ ତାଙ୍କର ଏକମାତ୍ର ଅଭିଯୋଗ ହେଉଛି ଦଳର ଚାପରେ ସେ ମନ୍ତ୍ରୀ ଚୟନ କରିଛନ୍ତି । ଅଧିକାଂଶ ଯୋଗ୍ୟ ନୁହଁନ୍ତି । ' ଭାରତୀୟ ରେଳବାଇରେ ଜଣାଶୁଣା ନାମ ପାଲଟିଥିବା ଭେଟେରାନ ଇଞ୍ଜିନିୟର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ କାମ କରିବାକୁ ଦିଆଯାଉ ନାହିଁ । ତାଙ୍କ ଅନୁସାରେ, "ଯଦି ସେ କୌଣସି ପଦକ୍ଷେପ ନେଉଛନ୍ତି, ତାଙ୍କୁ ବିରୋଧ କରାଯାଉଛି ।" କୃଷି ଆଇନରେ ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ ଥିଲା ଏବଂ କୃଷି ମନ୍ତ୍ରୀ ଏହାକୁ କୂଟନୈତିକ ତଥା ଉନ୍ନତ ପରିଚାଳନା କରିବା ଉଚିତ୍ ବୋଲି କହିଛନ୍ତି ଶ୍ରୀଧରନ୍ । ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ପରାମର୍ଶଦାତା ଭାରତୀୟ ରେଳବାଇର ଜଣେ ପୂର୍ଣ୍ଣକାଳୀନ ମନ୍ତ୍ରୀ ନହେବା ବିଷୟରେ କହିଛନ୍ତି ଏବଂ ରେଳବାଇ, ଉପାନ୍ତ ସହର ରେଳ ଏବଂ ମେଟ୍ରୋ ପ୍ରକଳ୍ପ ଉପରେ କେନ୍ଦ୍ର ଦୃଷ୍ଟିରୁ ସେ ଖୁସି ନୁହଁନ୍ତି ।

sreedharan-metro-man

ଥ୍ରୀପୁନିଥୁରା ଆସନରୁ କରିପାରନ୍ତି ପ୍ରତିଦ୍ୱନ୍ଦ୍ୱିତା

ଏହି ସମୟରେ ଆଲୋଚନା ହେଉଛି ଯେ କେରଳ ବିଧାନସଭା ନିର୍ବାଚନରେ ​​ବିଜେପି ତାଙ୍କୁ ଥ୍ରୀପୁନିଥୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିପାରେ । କୋଚି ମେଟ୍ରୋ ଏବଂ ପାଲାରିଭାଟମ୍ ଫ୍ଲାଏଓଭର ନିର୍ମାଣ ଏଠାରୁ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ଏକ ସକରାତ୍ମକ ପଦକ୍ଷେପ ବୋଲି ପ୍ରମାଣିତ ହୋଇପାରେ । ଗତ ବର୍ଷ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ​​ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି ଏବଂ 15 ଟି ଆସନ ଜିତି ମୁଖ୍ୟ ବିରୋଧୀ ଭୂମିକାରେ ରହିଛି । ଏଠାରେ 21 ଟି ସିଟ୍ ସହିତ LDF କ୍ଷମତାରେ ଅଛି । 2016 ରେ ସିପିଏମର ଏମ ସ୍ୱରାଜ ଏହି ବିଧାନସଭା ଆସନ ଜିତିଥିଲେ । ଏହା ବ୍ୟତୀତ ତ୍ରୀସୁର ଏବଂ ପାଲକ୍କଡ ଆସନରୁ ତାଙ୍କ ପ୍ରାର୍ଥୀତ୍ୱ ଉପରେ ମଧ୍ୟ ଆଲୋଚନା ହେଉଛି । ରାଜ୍ୟ ବିଜେପି ସଭାପତି କେ ସୁରେନ୍ଦ୍ରନ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶ୍ରୀଧରନ୍ ଓମାନ ଚାନ୍ଦି ପିନାରାଇ ବିଜୟଙ୍କ ଅପେକ୍ଷା ଅଧିକ ଉପଯୁକ୍ତ । 140 ସିଟ୍ ବିଶିଷ୍ଟ କେରଳ ବିଧାନସଭା ପାଇଁ 6 ଏପ୍ରିଲରେ ଭୋଟ୍ ଅନୁଷ୍ଠିତ ହେବ ଏବଂ 2 ମଇରେ ଫଳାଫଳ ପ୍ରକାଶ ପାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+