ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଧ୍ୟାନରେ ବସିଲେ କେଜ୍ରିୱାଲ
ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ନିଆରା ଉପାୟରେ ବିରୋଧ କରିଛନ୍ତି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହୋଲିରେ ଅରବିନ୍ଦ କେଜ୍ରିୱାଲ ସକାଳ 10 ଟାରୁ 7 ଘଣ୍ଟିଆ ‘ଭାରତ ବଞ୍ଚାଅ' ଧ୍ୟାନ ଆରମ୍ଭ କରିଛନ୍ତି ।

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ନିଆରା ଉପାୟରେ ବିରୋଧ କରିଛନ୍ତି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ହୋଲିରେ ଅରବିନ୍ଦ କେଜ୍ରିୱାଲ ସକାଳ 10 ଟାରୁ 7 ଘଣ୍ଟିଆ 'ଭାରତ ବଞ୍ଚାଅ' ଧ୍ୟାନ ଆରମ୍ଭ କରିଛନ୍ତି । ଧ୍ୟାନ ଆରମ୍ଭ କରିବା ପୂର୍ବରୁ କେଜ୍ରିୱାଲ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଦେଶର ଶୁଭ କାମନା କରି ସେ ଏଭଳି କରିଛନ୍ତି । ଏଥି ସହିତ ସେ ତାଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସତେନ୍ଦ୍ର ଜୈନଙ୍କୁ ଗିରଫ ପ୍ରତିବାଦ ପାଇଁ ମଧ୍ୟ ଧ୍ୟାନରେ ବସିଛନ୍ତି । ଙ୍ଗଳବାର କେଜ୍ରିୱାଲ କହିଥିଲେ ଯେ ଭଲ କାମ କରୁଥିବା ଲୋକଙ୍କୁ ଗିରଫ କରାଯାଉଛି । ବିପାସନାକୁ ଭାରତର ସବୁଠାରୁ ପୁରାତନ ଧ୍ୟାନ ପଦ୍ଧତି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଦଳର ନେତା ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ମଙ୍ଗଳବାର ଘୋଷଣା କରିଥିଲେଯେ ସେ ଆଜି ଧ୍ୟାନ କରିବେ ଏବଂ ହୋଲି ପାଳନ କରିବେ ନାହିଁ ।
ଏକ ଭିଡିଓ ବାର୍ତ୍ତାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦେଶର ସ୍ଥିତି ଚିନ୍ତାଜନକ ଏବଂ ସେଥିପାଇଁ ସେ ଦେଶ ପାଇଁ ପ୍ରାର୍ଥନା କରିବେ । କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ସିସୋଦିଆ ଏବଂ ଜୈନ ଜେଲରେ ଅଛନ୍ତି କିନ୍ତୁ ଆଦାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।
କେଜ୍ରିୱାଲ ଆହୁରି କହିଛନ୍ତି, ଯେଉଁ ଦେଶରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଉତ୍ତମ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଥିବା ଲୋକଙ୍କୁ ଜେଲକୁ ପଠାଉଛନ୍ତି ଏବଂ ଦେଶକୁ ଲୁଟ୍ କରୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତାହା ଚିନ୍ତାଜନକ । ମୁଁ ଧ୍ୟାନ କରି ଦେଶ ପାଇଁ ପ୍ରାର୍ଥନା କରିବି ।
ଜୈନ ଓ ସିସୋଦିଆ ଜେଲରେ ଥିବାରୁ ସେ ଚିନ୍ତିତ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେମାନେ ସାହସୀ ଏବଂ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଦେଶର ଦୁଃଖଦ ସ୍ଥିତି ମୋତେ ଚିନ୍ତିତ କରିଛି ବୋଲି କହିଛନ୍ତି କେଜ୍ରିୱାଲ ।












Click it and Unblock the Notifications