ବଜରଙ୍ଗ ଦଳ ବ୍ୟାନ୍ ବୟାନ୍ ଦେଇ ଭୁଲ୍ କରିଦେଲା କି କଂଗ୍ରେସ ? ହରାଇପାରେ 20-25 ଆସନ

ବାଙ୍ଗଲୋର: କର୍ଣ୍ଣାଟକ ନିର୍ବାଚନରେ ସମ୍ପ୍ରଦାୟ ରାଜନୀତି ଜୋର୍ ଧରିଛି । ବିଜେପି ମୁସଲିମ ସଂରକ୍ଷଣ ଶେଷ କରିବାକୁ ନେଇ ଘୋଷଣା କରିବା ପରେ ଏହାକୁ ଫେରାଇ ଆଣିବାକୁ କଂଗ୍ରେସର ପ୍ରତିଶ୍ରୁତି ଏହାକୁ ଆଉ ଏକ ସୁଯୋଗ ଦେଇଥିଲା । କିନ୍ତୁ, ବର୍ତ୍ତମାନ ବଜରଙ୍ଗ ଦଳ ବ୍ୟାନ୍ କରିବା ନେଇ କଂଗ୍ରେସର ମନ୍ତବ୍ୟ ଦଳ ଉପରେ ଭାରୀ ପଡ଼ିପାରେ । ଏହାକୁ ନେଇ ତେଜିଛି ରାଜନୀତି । ଏହାକୁ ପ୍ରସଙ୍ଗ କରି ବିଜେପି ଟାର୍ଗେଟ୍ କରି ଏହାର ଫାଇଦା ନେବାକୁ ଚାହୁଁଛି ଦଳ ।
ବିଶେଷ କରି ଉପକୂଳ କର୍ଣ୍ଣାଟକରେ କଂଗ୍ରେସ ଏଭଳି କୌଣସି ପ୍ରସଙ୍ଗ ଉଠାଇବାରୁ ଦୂରେଇ ରହୁଥିଲା । ଏପରିକି ରାଜ୍ୟ ନିର୍ବାଚନରେ କଂଗ୍ରେସ ବହୁମତ ପାଇପାରେ ବୋଲି ବିଭିନ୍ନ ଆକଳନରୁ ଜଣାପଡ଼ିବା ପରେ ଦଳ ଆତ୍ମବିଶ୍ୱାସୀ ମନେହେଉଥିଲା । କିନ୍ତୁ ବର୍ତ୍ତମାନର ବୟାନ ବିଜେପିକୁ ସୁହାଇଲା ଭଳି ଖୋରାକ ଯୋଗାଇବା ସହ ଏହା ଦଳକୁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି ।
କଂଗ୍ରେସର ଏହି ବୟାନ ଉପକୂଳ କର୍ଣ୍ଣାଟକ ତଥା ଏହାର ପଡୋଶୀ ଅଞ୍ଚଳ ଚିକ୍କମାଙ୍ଗଲୁରୁ ଏବଂ ହବଲି-ଧାରୱାଡ ଅଞ୍ଚଳରେ ବିଜେପିକୁ ହିନ୍ଦୁତ୍ୱ ସମର୍ଥକଙ୍କୁ ପୁନଃ ସଂଗଠିତ କରିବାର ସୁଯୋଗ ଦେଇପାରେ । ଏଠାରେ ବିଜେପିର ପରିସ୍ଥିତି ଏପରି ଥିଲା ଯେ, ତଟବର୍ତ୍ତୀ କର୍ଣ୍ଣାଟକରେ ଅନେକ ବିଜେପି ବିଧାୟକମାନ ଟିକେଟ୍ କାଟିବା ପରେ କଂଗ୍ରେସକୁ ଫାଇଦା ହେବ ବୋଲି କୁହାଯାଉଥିଲା ।
ବିଶେଷଜ୍ଞଙ୍କ ଅନୁସାରେ ବିଜେପି ଏଭଳି ଏକ ସରଳ ପ୍ରସଙ୍ଗ ପାଇଛି, ଯାହା ମୁସଲିମ ସଂରକ୍ଷଣ ସମାପ୍ତି ନାମରେ ଉଠାଇବାକୁ ଚେଷ୍ଟା କରୁଛି । ପିଏଫଆଇ ଭଳି ମୌଳିକ ସଂଗଠନ ଉପରେ କଂଗ୍ରେସ ନରମ ବୋଲି ବିଜେପି ପୂର୍ବରୁ ଅଭିଯୋଗ କରିଆସୁଥିଲା ।
ସର୍ଭେ ଅନୁଯାୟୀ, ଉପକୂଳ କର୍ଣ୍ଣାଟକ, ଚିକ୍କାମାଲୁରୁ ଏବଂ ହବଲି-ଧରୱାଡରେ ଥିବା ହିନ୍ଦୁତ୍ୱ ଭୋଟ୍ ବ୍ୟାଙ୍କ 20 ରୁ 25 ଟି ଆସନ ଉପରେ ପ୍ରଭାବ ପକାଇ ପାରିବେ । ଯଦିଓ ଏହି କ୍ଷେତ୍ରଗୁଡିକ ଉପରେ ବିଜେପିର ଦଖଲ ରହିଛି, କିନ୍ତୁ ମୁସଲିମ ସଂରକ୍ଷଣକୁ ପ୍ରତ୍ୟାହାର କରି ବଜରଙ୍ଗ ଦଳକୁ ନିଷିଦ୍ଧ କରିବାକୁ ପ୍ରତିଶ୍ରୁତି ଦେଇ କଂଗ୍ରେସ ଏହାର ପ୍ରତିଦ୍ୱନ୍ଦୀ ବିଜେପିକୁ ଏକ ମଜବୁତ ପ୍ରସଙ୍ଗ ଦେଇଛି ।












Click it and Unblock the Notifications