କର୍ଣ୍ଣାଟକ ନିର୍ବାଚନ : ଅପରାଧିକ ରେକର୍ଡ ଥିବା ପ୍ରାର୍ଥୀ ଦେବାରେ କଂଗ୍ରେସ ଆଗୁଆ, ଜାଣନ୍ତୁ କେଉଁ ଦଳରେ କେତେ ଜଣ

Karnataka election

କର୍ଣ୍ଣାଟକ ନିର୍ବାଚନ 2023: କର୍ଣ୍ଣାଟକ ବିଧାନସଭାର 224 ଟି ଆସନ ପାଇଁ ମତଦାନ ମେ 10 ରେ ଅନୁଷ୍ଠିତ ହେବ ଏବଂ ମେ 13 ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଏହା ପୂର୍ବରୁ ସମସ୍ତ ଦଳ ନିଜ ନିଦର ପ୍ରାର୍ଥୀ ଦେଇ ନିର୍ବାଚନ ଜିତିବାକୁ ଜୋରଦାର ପ୍ରୟାସ କରୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସେବା କରିବାକ ପ୍ରତିଶ୍ରୁତି ଦେଉଥିବା 65 ପ୍ରତିଶତ ଲୋକଙ୍କ ରେକର୍ଡରେ ଦାଗ ଲାଗିଛି ।

କର୍ଣ୍ଣାଟକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗରେ ଦାଖଲ ହୋଇଥିବା ଆଫିଡେଭିଟ ଏହି ତଥ୍ୟ କହୁଛି । 55% ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ପ୍ରମାଣପତ୍ରରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ।

ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା କରାଯାଇଥିବା ଏକ ବିଶ୍ଳେଷଣରେ ଏହା ପ୍ରକାଶ ପାଇଛି । ADR ଏବଂ କର୍ଣ୍ଣାଟକ ନିର୍ବାଚନ ୱାଚ୍ ଦ୍ୱାରା ହୋଇଥିବା ରିପୋର୍ଟରେ ଜାତୀୟ ତଥା ରାଜ୍ୟର ପଞ୍ଜୀକୃତ ଦଳର ପ୍ରାର୍ଥୀଙ୍କ ସମେତ ଅନ୍ୟ ସ୍ୱାଧୀନ 2615 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2586 ଜଣଙ୍କ ନିଜ ଶପଥ ପତ୍ରକୁ ବିଶ୍ଳେଷଣ କରାଯାଇଥିଲା ।

ଏଥିରେ ଏହା ସାମ୍ନାକୁ ଆସିଛି ଯେ ଯେଉଁ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି ସେମାନଙ୍କ ମଧ୍ୟରେ କଂଗ୍ରେସରେ ସର୍ବାଧିକ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ଦଳର 55% ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ପ୍ରମାଣପତ୍ରରେ ଅପରାଧିକ ମାମଲା ଘୋଷଣା କରିଥିଲେ ।

କଂଗ୍ରେସରେ ଅଧିକ ଦାଗୀ ପ୍ରାର୍ଥୀ

କଂଗ୍ରେସର 221 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 122 ଜଣ ପ୍ରାର୍ଥୀ ଅର୍ଥାତ୍ 55 ପ୍ରତିଶତ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଏବଂ ବିଜେପିର 224 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 96 ଜଣ (43 ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ତୃତୀୟ ନମ୍ବରରେ ରହିଛି ଜନତା ଦଳ(ସେକୁଲାର) । ଏହାର 208 ପ୍ରାର୍ଥୀ ମଧ୍ୟରୁ 70 ଜଣ (34 ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ଆମ୍ ଆଦମୀ ପାର୍ଟି (AAP) ର 208 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 48 (23 ପ୍ରତିଶତ) ପ୍ରାର୍ଥୀ ସେମାନଙ୍କ ଆଫିଡେଭିଟରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ।
କଂଗ୍ରେସ ପ୍ରାର୍ଥୀଙ୍କ ନାମରେ ମଧ୍ୟ ସର୍ବାଧିକ ଗୁରୁତର ଅପରାଧିକ ମାମଲା ରହିଛି । କେବଳ ଏତିକି ନୁହେଁ, ଗତ 2018 ନିର୍ବାଚନ ତୁଳନାରେ ଏଥର କଂଗ୍ରେସ ତା'ଠାରୁ ଅଧିକ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ।

2018 ତୁଳନାରେ ବଢିଛି ଏହି ସଂଖ୍ୟା

କଂଗ୍ରେସ 2018 ରେ 59 ଜଣ ଅପରାଧିକ ମାମଲା ଥିବା ପ୍ରାର୍ଥୀ ଦେଇଥିବା ବେଳେ 2023 ରେ ସେମାନଙ୍କ ସଂଖ୍ୟା 122 କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ, ବିଜେପିରେ 2018 ନିର୍ବାଚନରେ ଏଭଳି ପ୍ରାର୍ଥୀଙ୍କ ସଂଖ୍ୟା 83 ଥିଲା, ଏଥର ଏହା 96 କୁ ବୃଦ୍ଧି ପାଇଛି । ଜେଡି (ଏସ୍) ରେ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା 41 ରୁ 70 କୁ ବୃଦ୍ଧି ପାଇଛି ।

ବିଶ୍ଳେଷଣରୁ ଏହା ମଧ୍ୟ ଜଣାପଡିଛି ଯେ 49 ପ୍ରାର୍ଥୀଙ୍କ ମଧ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ମାମଲା ରହିଛି । ବଳାତ୍କାର ସମ୍ବନ୍ଧୀୟ ମାମଲା ମଧ୍ୟ ରହିଛି । ଆଠ ଜଣ ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା ଥିବାବେଳେ 35 ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+