କର୍ଣ୍ଣାଟକ ନିର୍ବାଚନ: ଟିକେଟ୍ ନ ମିଳିବାରୁ ବିଜେପି ଛାଡ଼ିଲେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାୱଦୀ, କଂଗ୍ରେସରେ ହୋଇପାରନ୍

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦଳକୁ ଅଡ଼ୁଆ ହୋଇଛି । ଦଳ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଜେପି 52 ଟି ନୂଆ ଚେହେରାକୁ ସାମିଲ କରିଛି । ଏପରିକି 11 ଜଣ ବିଧାୟକଙ୍କ ଟିକେଟ୍ କାଟି ଦେଇଛି ।

ବର୍ତ୍ତମାନ ବିଧାୟକ ଥିବା ନେତାଙ୍କ ଟିକେଟ୍ କାଚିବା ପରେ ଦଳ ମଧ୍ୟରେ ଆରମ୍ଭ ହୋଇଛି ବିଦ୍ରୋହ । ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାୱଦୀ । ଟିକେଟ୍ ନ ପାଇ ସେ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି ।

Laxman Savadi

ବିଜେପି ତାଙ୍କ ଟିକେଟ୍ କାଟିବା ପରେ ଲକ୍ଷ୍ମଣ ସାୱଦୀ ବୁଧବାର ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ପରେ ସେ ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସାୱଦୀଙ୍କ ଟିକେଟ୍ କାଟି ବର୍ତ୍ତମାନର ବିଧାୟକ ମହେଶ କୁମଥାଲୀଙ୍କୁ ବେଲାଗାୱୀ ଜିଲ୍ଲାର ଅଥାନୀରୁ ଟିକେଟ ଦିଆଯାଇଛି । ସାୱଦୀ ଅଥାନୀ ଆସନରୁ ତିନି ଥର ବିଧାୟକ ରହିସାରିଛନ୍ତି । କିନ୍ତୁ 2018 ନିର୍ବାଚନରେ କୁମାଥାଲୀ ସେତେବେଳେ କଂଗ୍ରେସରେ ଥିଲେ ଏବଂ ସାୱଦୀଙ୍କୁ ହରାଇଥିଲେ ।
ବିଜେପି ନେତା ସାୱଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ନିଶ୍ଚିତ ନିଷ୍ପତ୍ତି ନେଇଛି । ମୁଁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ।

ଟିକେଟ୍ ନ ପାଇବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତି ନେଇଛନ୍ତି । ମୁଁ ଭିକ ମାଗୁଥିବା ବ୍ୟକ୍ତି ନୁହେଁ । ମୁଁ ଜଣେ ସ୍ୱାଭିମାନୀ ରାଜନେତା । ମୁଁ କାହାର ପ୍ରଭାବରେ କାମ କରୁନାହିଁ ।

ସୂତ୍ରରୁ ପ୍ରକାଶ ଯେ ସେ କଂଗ୍ରେସ ସହ ଆଲୋଚନା କରୁଛନ୍ତି ଏବଂ ଶୀଘ୍ର ଦଳରେ ସାମିଲ ହୋଇପାରନ୍ତି । ତେବେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି ଯେ ସେ ମୋ ସହ ଯୋଗାଯୋଗରେ ନାହାଁନ୍ତି କିମ୍ବା ମୋ ସହ କଥା ହୋଇନାହାଁନ୍ତି ।

ଲକ୍ଷ୍ମଣ ସାୱଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଡିୟୁରପ୍ପାଙ୍କ ଜଣେ ବିଶ୍ୱସ୍ତ ତଥା ତାଙ୍କର ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା ଲିଙ୍ଗାୟତ ନେତାଙ୍କ ମଧ୍ୟରୁ ଜଣେ । ସେ ଯଦି ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୁଅନ୍ତି ତେବେ ଏହା ବିଜେପି ପାଇଁ କ୍ଷତି ପହଞ୍ଚାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+