କର୍ଣ୍ଣାଟକ ନିର୍ବାଚନ ନିର୍ବାଚନ 2023: ସିଦ୍ଧରମୈୟା, ଶିବକୁମାରଙ୍କ ସହ ମୁକାବିଲା କରିବେ ବିଜେପିର କେଉଁ ନେତା ?

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଗୋଟିଏ ମାସ ପୂର୍ବରୁ ଶାସକ ଦଳ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ମାନସ ମନ୍ଥନ ପରେ 189 ପ୍ରାର୍ଥୀଙ୍କ ଏହି ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ 53 ଟି ନୂଆ ଚେହେରାକୁ ସ୍ଥାନ ମିଳିଛି । ତାଲିକା ପ୍ରକାଶ ପୂର୍ବରୁ ମୋଦୀ ଏହା ସ୍ପଷ୍ଟ କରିଥିଲେ ଯେ ଏଥର କର୍ଣ୍ଣାଟକ ନିର୍ବାଚନରେ ଯୁବ ଚେହେରାଙ୍କୁ ସୁଯୋଗ ଦିଆଯିବ ।

ଏକ ନୂଆ ଆଶା ରଖି ବିଜେପି ଦଳରେ ଅନେକ ନୂଆ ନେତାଙ୍କୁ ବାଜି ଲଗାଇଛି । ତେବେ ଏହା କେତେଦୂର ସଫଳ ହେବ ତାହା ମେ 13 ରେ ଫଳାପଳ ପ୍ରକାଶ ପରେ ଜଣା ପଡ଼ିବ ।

Karnataka assembly

ବିଜେପି ପାଇଁ ଚ୍ୟାଲେଞ୍ଜ - ଏହି ନିର୍ବାଚନ ବିଜେପି ପାଇଁ କଷ୍ଟସାଧ୍ୟ ହୋଇପାରେ ବୋଲି କୁହାଯାଉଛି । ବିରୋଧୀ କଂଗ୍ରେସ ଓ ଶାସକ ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ । ନିର୍ବାଚନ ନେଇ ଘୋଷଣା ହେବା ପରଠାରୁ ବିରୋଧୀ କଂଗ୍ରେସ ଆକ୍ରମଣାତ୍ମକ ଭାବେ ପ୍ରଚାର କରିବା ସହ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି । ଏଭଳି ପରିସ୍ଥିତିରେ କଂଗ୍ରେସର ଟାଣୁଆ ନେତା ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କୁ ମାତ୍ ଦେବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି ।

ଶିବକୁମାରଙ୍କୁ କିଏ କରିବେ ମୁକାବିଲା ?

କଂଗ୍ରେସ ପାର୍ଟିର କର୍ଣ୍ଣାଟକ ରାଜ୍ୟ ସଭାପତି ଡି.କେ ଶିବକୁମାର କର୍ଣ୍ଣାଟକର କନକପୁରା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଡି.କେ ଶିବକୁମାରଙ୍କୁ ମୁକାବିଲା କରିବାକୁ ବିଜେପି ଆର.କେ. ଅଶୋକଙ୍କୁ ମୈଦାନକୁ ଓହ୍ଲାଇଛି । ଏପରିକି ଦଳ ଆର ଅଶୋକଙ୍କୁ ଦୁଇଟି ଆସନରେ ଟିକେଟ୍ ଦେଇଛି । ସେ ପଦ୍ମନାଭ ନଗର ଏବଂ କନକପୁରା ଆସନରୁ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଅନ୍ୟପକ୍ଷରେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ପାରମ୍ପରିକା ଆସନ ବରୁଣା ରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚଳିତ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ସେ କହିସାରିଛନ୍ତି । ତାଙ୍କୁ ମୁକାବିଲା କରିବାକୁ ବିଜେପି ଭି ସୋମନାଙ୍କୁ ଟିକେଟ୍ ଦେଇଛି । ଭି ସୋମନାଙ୍କୁ ବିଜେପି ମଧ୍ୟ ଦୁଇଟି ଆସନରୁ ଟିକେଟ୍ ଦେଇଛି । ସୋମନା ମଧ୍ୟ ଚାମରାଜନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଏହି ତାଲିକାରେ ବିରୋଧୀ କଂଗ୍ରେସର ଦୁଇ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ମୁକାବିଲା କରିବା ପାଇଁ ଏକ ଯୋଜନା କରିଥିବା ସୂଚନା ଦେଇଛି । ବରୁଣା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ବିରୋଧରେ ମନ୍ତ୍ରୀ ତଥା ଲିଙ୍ଗାୟତ ନେତା ଭି ସୋମାନାଙ୍କୁ ଫିଲ୍ଡିଂ କରାଇଛି ବିଜେପି ।

ବରୁଣ ଆସନରେ ସିଦ୍ଧରମୈୟାଙ୍କ ବିରୋଧରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସିଏମ୍ ୟେଦ୍ଦିୟୁରପ୍ପାଙ୍କ ପୁଅକୁ ଟିକେଟ୍ ଦେବା ଖବର ମଧ୍ୟ ଆସିଥିଲା । କିନ୍ତୁ ୟେଦ୍ଦିୟୁରପ୍ପା ଏହାକୁ ବିରୋଧ କରିବା ସହ ସେ ଚାହୁଁଥିଲେ ଯେ ତାଙ୍କ ପୁଅ ଶିକରିପୁରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ।

କେଉଁଠୁ ଲଢିବେ କେଉଁ ବଡ଼ ନେତା

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଶିଗଗାଓଁ ଆସନରୁ ନିର୍ବାଚନ ଲଢିବେ । କର୍ଣ୍ଣାଟକର ମନ୍ତ୍ରୀ ବି ଶ୍ରୀରାମୁଲୁ ବେଲାରୀ ଗ୍ରାମୀଣ ଆସନରୁ ଏବଂ ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି.ଟି. ରବି ତାଙ୍କ ପାରମ୍ପରିକ ଆସନ ଚିକମଗଲୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ସୁଧାକର ଚିବଲ୍ଲାପୁର ଆସନରୁ ଟିକେଟ୍ ପାଇଛନ୍ତି । ରାଜ୍ୟର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ତିର୍ଥହଲ୍ଲୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+