କର୍ଣ୍ଣାଟକ ନିର୍ବାଚନ: ସିଦ୍ଧରମୈୟାଙ୍କ ବଡ ଘୋଷଣା, ସରକାରକୁ ଆସିଲେ 75% କୁ ବଢିବ ସଂରକ୍ଷଣ

Siddaramaiah

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଏହି ସମୟରେ ରାଜ୍ୟର ବଢିଚାଲିଛି ରାଜନୈତିକ ଉଷ୍ମତା । ସରକାର ହାତେଇବାକୁ ଉଭୟ ବିଜେପି-କଂଗ୍ରେସ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏଥି ସହିତ ରାଜ୍ୟ ରାଜନୀତିରେ ଦେଖଇବାକୁ ମିଳିଛି ଆରକ୍ଷଣ ପ୍ରତିଶ୍ରୁତି ।

ଜାତିଗତ ଆରକ୍ଷଣ କୁ ନେଇ ଉଭୟ ଦଳ ରାଜନୈତିକ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ଏଥି ମଧ୍ୟରେ କଂଗ୍ରେସ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବୁଧବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ତାଙ୍କ ଦଳ ସରକାରକୁ ଆସିଲେ ଜନତାଙ୍କ ଆଧାରରେ ସମସ୍ତ ଜାତିର ସଂରକ୍ଷଣ ସୀମାକୁ 75 ପ୍ରତିଶତକୁ ବୃଦ୍ଧି କରିବାକୁ ସଂକଳ୍ପବଦ୍ଧ ।

ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ କର୍ଣ୍ଣାଟକରେ 66 ପ୍ରତିଶତ ସଂରକ୍ଷଣ ଅଛି । ଏଥିରେ 10 ପ୍ରତିଶତ ଅର୍ଥନୈତିକ ଦୁର୍ବଳ ଲୋକଙ୍କ ପାଇଁ ରହିଛି । କଂଗ୍ରେସ ଦଳ କ୍ରମାଗତ ଭାବେ ସଂରକ୍ଷଣ ନୀତିକୁ ସମର୍ଥନ କରିଆସୁଛି ଏବଂ ସରକାରୀ ପଦବୀରେ ସଂରକ୍ଷିତ ଆସନ ସଂଖ୍ୟାକୁ 75 ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି ।

ଏହାପୂର୍ବରୁ ସିଦ୍ଧରମୈୟା କହିଥିଲେ ଯେ ପ୍ରସ୍ତାବିତ 17 ପ୍ରତିଶତ ଆଭ୍ୟନ୍ତରୀଣ ସଂରକ୍ଷଣ ବିଭାଜିତ ହୋଇଛି, 6 ପ୍ରତିଶତ ଏସସି ଲେଫ୍ଟ, 5.5 ପ୍ରତିଶତ ଏସସି ରାଇଟ୍, 4.5 ପ୍ରତିଶତ ଅସ୍ପୃଶ୍ୟ, 1 ପ୍ରତିଶତ ଅନ୍ୟମାନଙ୍କ ପାଇଁ । କିନ୍ତୁ 17 ପ୍ରତିଶତ ବର୍ଦ୍ଧିତ ସଂରକ୍ଷଣ ଏପର୍ଯ୍ୟନ୍ତ ବୈଧ ନୁହେଁ ।

ବିଜେପି ସରକାରକୁ ଟାର୍ଗେଟ କରି ସିଦ୍ଧରମୈୟା କହିଛନ୍ତି ଯେ ମୁସଲମାନମାନଙ୍କ 4 ପ୍ରତିଶତ ସଂରକ୍ଷଣ ବନ୍ଦ କରିବା ଭୁଲ୍ । ୱୋକଲିଙ୍ଗା ସେମାନଙ୍କ ଜନସଂଖ୍ୟା ଆଧାରରେ 12 ପ୍ରତିଶତ ସଂରକ୍ଷଣ ଦାବି କରିଛନ୍ତି, ଲିଙ୍ଗାୟତମାନେ ମଧ୍ୟ 2A ବର୍ଗରେ ସଂରକ୍ଷଣ ଦାବି କରୁଛନ୍ତି । କିନ୍ତୁ ଏହାକୁ ଅଣଦେଖା କରି ସରକାର ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ସମାପ୍ତ କରିଥିଲେ । ରାଜ୍ୟରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେବା ପୂର୍ବରୁ ବିଜେପି ସରକାର ମୁସଲମାନମାନଙ୍କ ପାଇଁ ସଂରକ୍ଷଣ ସମାପ୍ତ କରିଥିଲେ ।

ଅନ୍ୟପକ୍ଷରେ ସିଦ୍ଧରମୈୟାଙ୍କ ବିବୃତ୍ତିରେ ବିଜେପି କହିଛି ଯେ ଦଳ ଏସବୁ ଲାଗୁ କରିପାରବ ନାହିଁ, କାରଣ ଦଳ ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ଭାବେ ହାରିବାକୁ ଯାଉଛି । ଏହାପୂର୍ବରୁ ରାଜନାଥ ସିଂହ କହିଥିଲେ ଯେ ଧର୍ମ ବ୍ୟବହାର କରି କଂଗ୍ରେସ କ୍ଷମତାକୁ ଆସିଥିଲା । ମୁସଲମାନମାନଙ୍କୁ 4 ପ୍ରତିଶତ ସଂରକ୍ଷଣ ଉପରେ ରାଜନାଥ ସିଂହ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ଏହା କେବଳ ମୁସଲିମଙ୍କ ସନ୍ତୁଷ୍ଟ ପାଇଁ କରାଯାଇଥିଲା ବୋଲି କହିଥିଲେ ରାଜନାଥ ।

ସୂଚନାଥାଉକି, ମେ 10 ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ସମସ୍ତ 224 ଟି ଆସନରେ ଏକକାଳୀନ ମତଦାନ ଅନୁଷ୍ଠିତ ହେବ । ଭୋଟ୍ ଗଣନା ମେ 13 ରେ ହେବ । ଏହି ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଥିବା ଦେଖିବାକୁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+