କାହାର ହେବ କର୍ଣ୍ଣାଟକ ! ଜାଣନ୍ତୁ କେଉଁ ଆସନରୁ କିଏ ଅଛି ଆଗରେ

Karnataka Election Result 2023: କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023 ପାଇଁ ଭୋଟ୍ ଗଣନା ଜାରି ରହିଛି । ମେ 10'ରେ ରାଜ୍ୟର 224 ବିଧାନସଭା ଆସନରେ ମତଦାନ ହୋଇଥିଲା । କର୍ଣ୍ଣାଟକରେ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତାକୁ 113 ଛୁଇଁବାକୁ ପଡିବ।

ଏଭଳି ପରିସ୍ଥିତିରେ କର୍ଣ୍ଣାଟକରେ 211 ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିଛି । ବର୍ତ୍ତମାନ ସୁଦ୍ଧା ବିଜେପି 89, କଂଗ୍ରେସ 111 ଏବଂ ଜେଡିଏସ୍ 22 ଏବଂ ଅନ୍ୟ 2 ଆସନରେ ଆଗୁଆ ଅଛନ୍ତି । ପ୍ରାରମ୍ଭିକ ଧାରା ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କରେ ହେଉଛି । ଶିଗାଓଁ ଆସନରୁ ବିଜେପି ପ୍ରାର୍ଥୀ ବସଭରାଜ ବୋମ୍ମାଇ ଆଗୁଆ ଅଛନ୍ତି । ବରୁଣ ଆସନରୁ ସିଦ୍ଧରମୈୟା ଆଗୁଆ ।

karnataka election

ଏପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଶିଗଗାଓଁ ଆସନରୁ ଆଗୁଆ ଅଛନ୍ତି। ଶିକରପୁର ଆସନରୁ ବିଏସ୍ ୟେଦୁରୁପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ର ଆଗୁଆ ଅଛନ୍ତି । ବାଦାମି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଆଗୁଆ ଅଛି ।

ଅନ୍ୟପକ୍ଷରେ, କର୍ଣ୍ଣାଟକ ନିର୍ବାଚନର ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି କହିଛନ୍ତି, ଆଜି କର୍ଣ୍ଣାଟକ ପାଇଁ ଏକ ବଡ଼ ଦିନ, କାରଣ କର୍ଣ୍ଣାଟକର ଲୋକମାନେ ଆସନ୍ତା 5 ବର୍ଷର ନିଷ୍ପତ୍ତି ନେବେ। ମୁଁ ନିଶ୍ଚିତ ଯେ ଲୋକମାନେ ବିଜେପି ପାଇଁ ଭୋଟ୍ ଦେଇଛନ୍ତି ଏବଂ ମୁଁ ବହୁତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ୍ ଦେଇଥିବାରୁ ଲୋକଙ୍କୁ ଧନ୍ୟବାଦ ଦେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+