କର୍ଣ୍ଣାଟକ ନିର୍ବାଚନ ଫଳାଫଳ 2023 LIVE: କିଏ ହେବ ମୁଖ୍ୟମନ୍ତ୍ରୀ, ଖର୍ଗେ ନେବେ ନିଷ୍ପତ୍ତି; ୧୮ରେ ଶପଥ ଗ୍ରହଣ ସମାରୋହ

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ପ୍ରାୟ ପ୍ରକାଶ ପାଇସାରିଛି । କଂଗ୍ରେସ ରାଜ୍ୟରେ ଏକାକୀ ବଡ଼ ଦଳ ହେବା ସହ ସରକାର ଗଠନ ପାଇଁ ଆବଶ୍ୟକ ଅଙ୍କ ପାଇଛି । ନିର୍ବାଚନ ପୂର୍ବରୁ ଆସିଥିବା ଓପିନିଅନ ପୋଲ୍ ସତ ହୋଇଛି । ଆଜି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ସମ୍ବନ୍ଧରେ ଟିକିନିଖ୍ ଖବର ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...
ବେଙ୍ଗାଲୁରୁର ଶାଙ୍ଗ୍ରି-ଲା ହୋଟେଲରେ କଂଗ୍ରେସ CLP ବୈଠକ ଜାରି ରହିଛି ।
କର୍ଣ୍ଣାଟକ:
ବେଙ୍ଗାଲୁରୁର ଏକ ହୋଟେଲରେ କଂଗ୍ରେସ ନେତାମାନେ CLP ବୈଠକ ପାଇଁ ପହଞ୍ଚିଛନ୍ତି ।
କର୍ଣ୍ଣାଟକ
"ଆମର ପର୍ଯ୍ୟବେକ୍ଷକମାନେ ବେଙ୍ଗାଲୁରୁ ଯାଇଛନ୍ତି, ସେଠାରେ ପହଞ୍ଚିବା ପରେ ସେଠାରେ ଏକ CLP ବୈଠକ ହେବ । CLP ବୈଠକ ପରେ ସେମାନେ ହାଇ କମାଣ୍ଡଙ୍କ ସହ ନିଜର ମତ ବାଣ୍ଟିବେ ଏବଂ ତାପରେ ସେମାନେ (ହାଇ କମାଣ୍ଡ) ଏଠାରୁ ସେମାନଙ୍କ ନିଷ୍ପତ୍ତି ପଠାଇବେ": ମଲ୍ଲିକାର୍ଜୁନ ଖର୍ଗେ , କଂଗ୍ରେସ ସଭାପତି
ଏକାଧିକ ମାମଲାରେ ଜଡିତ ଡିକେ ଶିବକୁମାର
କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସବୁଠାରୁ ବଡ ଦାବିଦାର ଥିବା ଡିକେ ଶିବକୁମାରଙ୍କ ବିରୋଧରେ ରହିଛି ଏକାଧିକ ମାମଲା। ଇଡି, ସିବିଆଇ ଠାରୁ ଆରମ୍ଭ କରି ଏକାଧିକ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଗୁଡିକ ଶିବ କୁମାରଙ୍କୁ ଜେରା କରିସାରିଛନ୍ତି। ଶିବ କୁମାରଙ୍କୁ ନେଇ ଏଥିପାଇଁ ଦ୍ଵନ୍ଦରେ ରହିଛି କଂଗ୍ରେସ। ତେବେ କଂଗ୍ରେସର ସଂଗଠନ କର୍ଣ୍ଣାଟକରେ ମଜଭୁତ କରିବା ଦିଗରେ ଶିବକୁମାରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି।
ବିଜେପି ହାରିବା ପରେ ବିରୋଧୀଙ୍କ ମଧ୍ୟରେ ବଢିଲା ଉତ୍ସାହ
କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବିପୁଳ ବିଜଯ ପରେ ଶରଦ ପାୱାରଙ୍କୁ ନେଇ 2024 ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ସଞ୍ଜୟ ରାଉତଙ୍କ ଭଳି ନେତାମାନେ ପରାମର୍ଶ ଦେଇଛନ୍ତି। କଂଗ୍ରେସ ବିଜୟ ପରେ ବିରୋଧୀ ଦଳ ଗୁଡିକ ମଧ୍ୟରେ ନୂତନ ଅଶାର ସଂଚାର ହୋଇଛି ବିଜେପିକୁ 2024ରେ ପରାଜିତ କରିବା ପାଇଁ।
ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ, କର୍ଣ୍ଣାଟକ ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । କର୍ଣ୍ଣାଟକର ଲୋକମାନେ କଂଗ୍ରେସ ଦଳକୁ ଭୋଟ୍ ଦେଇଛନ୍ତି ଏବଂ ମୁଁ ଆଶା କରୁଛି ଯେ ସେମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ।
#WATCH | The results of the Karnataka elections have been announced. The people of Karnataka have voted for the Congress party and I hope they fulfil their promises. We will work harder and perform better: AIMIM chief Asaduddin Owaisi pic.twitter.com/yvcmFLnL5z
— ANI (@ANI) May 14, 2023
କିଛି ଲୋକ କୁହନ୍ତି ଯେ ସିଦ୍ଧରମୈୟାଙ୍କ ସହ ମୋର ମତାନ୍ତର ଅଛି । କିଛି ଲୋକ କୁହନ୍ତି ଯେ ସିଦ୍ଧରମୈୟାଙ୍କ ସହ ମୋର ମତାନ୍ତର ଅଛି । କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମ ମଧ୍ୟରେ କୌଣସି ମତାନ୍ତର ନାହିଁ । ଅନେକ ଥର ମୁଁ ପାର୍ଟି ପାଇଁ ବଳିଦାନ ଦେଇଛି ଏବଂ ସିଦ୍ଧରମୈୟା ଜୀଙ୍କ ସହିତ ଛିଡା ହୋଇଛି । ମୁଁ ସିଦ୍ଧରମୈୟାଙ୍କୁ ସହଯୋଗ ଦେଇଛି: କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର
କଂଗ୍ରେସ ନେତା ସଞ୍ଜୟ ନିରୁପମ ଏବଂ ଭାଇ ଜଗତାପ କର୍ଣ୍ଣାଟକର ବିଜୟ ପରେ କଂଗ୍ରେସ କର୍ମୀଙ୍କ ସହ ହନୁମାନ ଚଲିସା ପାଠ କରିଛନ୍ତି ।
ବେଙ୍ଗାଲୁରୁ: କଂଗ୍ରେସ ନେତା ସିଦ୍ଧରମୈୟା ଏବଂ ଅନ୍ୟ ନୂତନ ନିର୍ବାଚିତ ବିଧାୟକମାନେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ପହଞ୍ଚଲେ ।
#WATCH बेंगलुरु (कर्नाटक): कांग्रेस नेता सिद्धारमैया और अन्य नवनिर्वाचित विधायक पार्टी के राष्ट्रीय अध्यक्ष मल्लिकार्जुन खड़गे के आवास पर पहुंचे। pic.twitter.com/1wxnXjR7ao
— ANI_HindiNews (@AHindinews) May 14, 2023
କେଉଁଠି ଦଙ୍ଗା ହେଉଛି...
କର୍ଣ୍ଣାଟକର ନିର୍ବାଚନ ଫଳାଫଳ: କର୍ଣ୍ଣାଟକର ନିର୍ବାଚନ ତ ଆରମ୍ଭ ଏବେ ସମଗ୍ର ଭାରତ ବାକି ଅଛି କହିଛନ୍ତି ସଞ୍ଜୟ ରାଉତ । କର୍ଣ୍ଣାଟକ ଦର୍ଶାଇଛି ଯେ ଲୋକମାନେ ଏକଛତ୍ରବାଦୀ ଶାସନକୁ ପରାସ୍ତ କରିପାରିବେ । ସେ ଆହୁରି କହିଛନ୍ତି, ଆମ ଗୃହମନ୍ତ୍ରୀ କହୁଥିଲେ ଯଦି ବିଜେପି ହାରିଯାଏ ତେବେ ଦଙ୍ଗା ହେବ। କର୍ଣ୍ଣାଟକରେ ବର୍ତ୍ତମାନ ଶାନ୍ତି ଏବଂ ଖୁସିର ମାହୋଲ ଅଛି ।
ଡି.କେ ଶିବକୁମାରଙ୍କ ଘର ବାହାରେ ମଧ୍ୟ ପୋଷ୍ଟର ଲଗାଯାଇଛି ଯେଉଁଥିରେ ତାଙ୍କୁ ସିଏମ କରିବାକୁ ଦାବି କରାଯାଉଛି ।
କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁରେ ତାଙ୍କ ଘର ବାହାରେ ଏକ ବିରାଟ ପୋଷ୍ଟର ଲଗାଇ ତାଙ୍କୁ 'କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ' ବୋଲି କହିଲେ ।
#WATCH | Supporters of senior Congress leader Siddaramaiah put up a poster outside Siddaramaiah's residence in Bengaluru, referring to him as "the next CM of Karnataka." pic.twitter.com/GDLIAQFbjs
— ANI (@ANI) May 14, 2023












Click it and Unblock the Notifications