କର୍ଣ୍ଣାଟକ ନିର୍ବାଚନ ଫଳାଫଳ 2023: ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରିବେ ବିଜେପି-କଂଗ୍ରେସ

Karnataka election

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର । ଭୋଟ୍ ଗଣତି ପୂର୍ବରୁ ଉଭୟ ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବା ନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ଏଥିଲାଗି ଶୁକ୍ରବାର ଦିନ ରଣନୀତି ଅଧିବେଶନ ଜାରି ରହିଥିଲା । ଏକ୍ଜିଟ୍ ପୋଲରେ ଝୁଲା ବିଧାନସଭା ନେଇ ସମ୍ଭାବନା ପ୍ରକାଶ ପାଇବା ପରେ ସ୍ୱାଧୀନ ପ୍ରାର୍ଥୀଙ୍କ ମହତ୍ୱ ବଢିଯାଇଛି । ବିଜେପି-କଂଗ୍ରେସ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ସହ ସାମିଲ କରିବା ନେଇ ରଣନୀତି କରିବା ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ଦିୟୁରପ୍ପାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ମନ୍ତ୍ରୀ ମୁରୁଗେଶ ନିରାନୀ, ବୀରଥୀ ବାସଭାରାଜ, ଦଳର ସାଂସଦ ଲାହର ସିଂ ସିରୋୟା ଏବଂ ଏ.ଟି ରାମସ୍ୱାମୀଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।

ବିଜେପି ମୁଖ୍ୟତ ଏହାର ନିର୍ବାଚିତ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଏହା ସହ ଛୋଟ ଦଳରୁ ଜିତିଥିବା ପ୍ରାର୍ଥୀ, ସ୍ୱାଧୀନ ପ୍ରାର୍ଥୀଙ୍କ ସହ ବିଜେପିରେ ଥିବା ବିଦ୍ରୋହୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ଦଳ ।

ଅପରପକ୍ଷରେ ଏଥିରେ ପଛରେ ରହିନାହିଁ କଂଗ୍ରେସ । ଶୁକ୍ରବାର ଦିନ ଏଆଇସିସି ସାଧାରଣ ସମ୍ପାଦକ ତଥା କର୍ଣ୍ଣାଟକର ଦାୟିତ୍ୱରେ ଥିବା ରଣଦୀପ ସିଂହ ସୁରଜେୱାଲା, ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ଡି.କେ ଶିବକୁମାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

କଂଗ୍ରେସ ସୂତ୍ର ଅନୁଯାୟୀ, ନୂତନ ନିର୍ବାଚିତ ବିଧାୟକମାନଙ୍କୁ କିପରି ଏକାଠି ରଖାଯିବ ଏବଂ ଯଦି କଂଗ୍ରେସ ସ୍ପଷ୍ଟ ଆଦେଶ ନ ପାଏ ତେବେ ବିଜୟୀ ସ୍ୱାଧୀନ ପ୍ରାର୍ଥୀଙ୍କ ସହ କିପରି ଯୋଗାଯୋଗ କରାଯିବ ସେନେଇ ଦଳ ଆଲୋଚନା କରିଛି । ଏପରିକି ଘୋଡା ବେପାର ନେଇ ସତର୍କ ରହିବ କଂଗ୍ରେସ ।
ଜେଡିଏସ୍ ମଧ୍ୟ ରାଜ୍ୟରେ ଝୁଲା ବିଧାନସଭାକୁ ନଜରରେ ରଖି ରାଜ୍ୟରେ କିଙ୍ଗମେକର ହେବାକୁ ଆଶା କରୁଛି । ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ କୁମାରସ୍ୱାମୀଙ୍କ ଦଳ ମଧ୍ୟ ସମସ୍ତ ଉଦ୍ୟମ କରୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ମେ 10 ରେ, କର୍ଣ୍ଣାଟକରେ 224 ଟି ଆସନ ପାଇଁ ମତଦାନ ହୋଇଥିଲା । ରାଜ୍ୟରେ ସର୍ବାଧିକ ମତଦାନ 73.19 ପ୍ରତିଶତ ରେକର୍ଡ ହୋଇଛି । ଭୋଟ୍ ପରେ ଅଧିକାଂଶ ଟିଭି ଚ୍ୟାନେଲଗୁଡିକର ଏକଜିଟ୍ ପୋଲ୍ ରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବାର ସମ୍ଭାବନାକୁ ସୂଚିତ କରିଛନ୍ତି । ଆସନ ଜିତିବା ପରିପ୍ରେକ୍ଷୀରେ କଂଗ୍ରେସ ଏକ ନମ୍ବର ଦଳ ଏବଂ ବିଜେପି ଦୁଇ ନମ୍ବର ଦଳ ବୋଲି ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+