କର୍ଣ୍ଣାଟକ ନିର୍ବାଚନ : କଂଗ୍ରେସକୁ ବହୁମତ ମିଳିଲେ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ସ୍ପଷ୍ଟ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ବାଜିସାରିଛି ବିଗୁଲ । ମେ 10 ରେ ମତଦାନ ଏବଂ 13 ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ । ଏହି ନିର୍ବାଚନରେ ମୁଖ୍ୟତଃ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ପ୍ରତିଯୋଗିତା ହେବା ନେଇ ରାଜ୍ୟର ରାଜନୈତିକ ମାହୋଲରୁ ସ୍ପଷ୍ଟ ହେଉଛି ।
ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା ପରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରି ବିଜେପି କ୍ଷମତାକୁ ଫେରିବା ନେଇ ଦାବି କରୁଥିବାବେଳେ କଂଗ୍ରେସ ଦଳ ନିର୍ବାଚନ ପୂର୍ବରୁ ଏହାର ବିଜୟକୁ ନେଇ ଆତ୍ମବିଶ୍ୱାସୀ ମନେହେଉଛି । କିନ୍ତୁ ଯଦି କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାରେ ସଫଳ ହୁଏ ତେବେ ଏହାର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ସେ ନେଇ ପ୍ରଶ୍ନ ଉଠିଛି । ଏଥଇ ମଧ୍ୟରେ ଏ ନେଇ ସ୍ପଷ୍ଟ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖାଡ଼ଗେ ।
ଖାଡ଼ଗେ ବୁଧବାର ଦାବି କରି କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବ । ତାଙ୍କ ଦଳରୁ ସରକାରଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦଳର ହାଇକମାଣ୍ଡ ଏହା ନିଷ୍ପତ୍ତି ନେବେ ।
ଉଲ୍ଲେଖନୀୟ କଥା ହେଉଛି, କର୍ଣ୍ଣାଟକ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସକୁ କ୍ଷମତାକୁ ଫେରିବାର ସମ୍ଭାବନା ଅଛି । ଯଦିଓ ପୂର୍ବ କଂଗ୍ରେସ ସରକାରରେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଏହି ନିର୍ବାଚନରେ କର୍ଣ୍ଣାଟକ କଂଗ୍ରେସ ପାର୍ଟି ରାଜ୍ୟ ସଭାପତି ଡି ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଅଛନ୍ତି ।












Click it and Unblock the Notifications