କର୍ଣ୍ଣାଟକ ନିର୍ବାଚନ ଏକ୍ଜିଟ୍ ପୋଲ୍ସ 2023 ଲାଇଭ୍ ଅପଡେଟ୍: କଂଗ୍ରେସ ହେବ ବଡ଼ ଦଳ ! କିଙ୍ଗ୍ ମେକର ହେବ ଜେଡିଏସ୍ Politics
oi-Tanmaya Guin
Updated: Thursday, May 11, 2023, 17:07 [IST]
ଭୋଟ୍ ଦେଇଛି କର୍ଣ୍ଣାଟକ । ରାଜ୍ୟର 224 ଆସନରେ 2615 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମେ 13 ରେ ପ୍ରକାଶ ପାଇବ ଏହାର ଫଳାଫଳ । ଏହାଲ ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟରେ ସରକାର ଗଢିବା ନେଇ ଦାବି କରୁଛନ୍ତି । କିନ୍ତୁ ନିର୍ବାଚନ ପରେ କେଉଁ ଦଳକୁ କେତେ ଆସନ ମିଳିପାରେ ସେ ନେଇ ପ୍ରକାଶ ପାଇବ ବୁଥ୍ ବାହୁଡ଼ା ମତ । ତେବେ ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବା ସର୍ଭେରେ କଂଗ୍ରେସ ବୃହତ ଦଳ ଭାବେ ଉଭା ହେବ ବୋଲି ଆକଳ କରାଯାଇଛି । ସେହିପରି ଶାସକ ବିଜେପି ଦ୍ୱିତୀୟ ରେ ରହିପାରେ । କିନ୍ତୁ ଜେଡିଏସ୍ ଏଥର କିଙ୍ଗ୍ ମେକର ହେବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ତେବେ ଏକ୍ଜିଟ୍ ପୋଲ୍ ସମ୍ପର୍କିତ ଟିକିନିଖି ଖବର ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ...
ଏହି ଲାଇଭ ବ୍ଲଗ ସମାପ୍ତ ହେଲା, ଧନ୍ୟବାଦ
ଏହି ଲାଇଭ ବ୍ଲଗ ସମାପ୍ତ ହେଲା, ଆମ ସହିତ ଯୋଡି ହୋଇଥିବା ଯୋଗୁ ସମସ୍ତଙ୍କୁ ଧନ୍ୟବାଦ।
ଭୋଟ ଗଣତି ଦିନ ସବୁଠାରୁ ସଠିକ ଏବଂ ସବିଶେଷ ତଥ୍ୟ ପ୍ରାପ୍ତ କରିବା ପାଇଁ ୱାନ ଇଣ୍ଡିଆ ଓଡିଆ ସହିତ ଯୋଡି ହୋଇ ରୁହନ୍ତୁ।
ଏହି ଦୁଇଟି କଥା ସତ ହୋଇଥିଲା ଏଗଜିଟ ପୋଲ ଗୁଡିକରେ
ଜେଡିଏସକୁ ଯେତିକି ଆସନ ମିଳିବ ବୋଲି ସଂସ୍ଥା ଗୁଡିକ ଆକଳନ କରିଥିଲେ, ସେତିକି ହିଁ ଆସନ ମିଳିଲା ଦଳକୁ। ପ୍ରାୟ ସମସ୍ତ ସର୍ଭେ ସଂସ୍ଥା ଜେଡିଏସକୁ 38-42 ଆସନ ମିଳିବ ବୋଲି କହିଥିଲେ ଏବଂ ଜେଡିଏସକୁ 37 ଆସନ ମିଳିଥିଲା।
ସେହିପରି ରାଜ୍ୟରେ ଝୁଲା ସରକାର ଗଠନ ହେବ ବୋଲି ପ୍ରାୟ ଅଧିକାଂଶ ନ୍ଯୁଜ ସଂସ୍ଥା ଏଗଜିଟ ପୋଲରେ ଦର୍ଶାଇ ଥିଲେ 2018ରେ । ବାସ୍ତବିକ ଏହା ସତ ହୋଇଥିଲା।
ସେହିପରି ସି-ଭୋଟର ପକ୍ଷରୁ କଂଗ୍ରେସକୁ 83-94 ଆସନ ମିଳିବ ବୋଲି କୁହାଯାଇଥିଲା। ଆଜତକ ପକ୍ଷରୁ କଂଗ୍ରେସ 106-118 ଆସନ ମିଳିବ ଏବଂ ସରକାର ଗଠନ କରିବ ବୋଲି ଦର୍ଶଯାଇଥିଲା। ଟାଇମସ ନାଓ ପକ୍ଷରୁ କଂଗ୍ରେସକୁ ସବୁଠାରୁ ବଡ ଦଳ ଭାବରେ 103 ଆସନ ମିଳିବ ବୋଲି ଦର୍ଶଯାଇଥିଲା। ତେବେ କଂଗ୍ରେସକୁ ଏହି ନିର୍ବାଚନରେ 78ଟି ଆସନ ମିଳିଥିଲା।
ଆସନ୍ତୁ ଜାଣିବା 2018 ଏଗଜିଟ ପୋଲ କେତେଦୂର ଠିକ ଥିଲା
2018 କର୍ଣ୍ଣାଟକ ନିର୍ବାଚନରେ ଏଗଜିଟ ପୋଲ ଗୁଡିକ ମଧ୍ୟରୁ ଅନେକ ସଂସ୍ଥାଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଥିଲା।
ଏବିପି-ସିଭୋଟର ପକ୍ଷରୁ ବିଜେପିକୁ 104ରୁ 109 ସିଟ ମିଳିବ ବୋଲି ଦର୍ଶା ଯାଇଥିଲା। ସେହିପରି ଆଜତକ ପକ୍ଷରୁ ବିଜେପିକୁ 79-92 ଆସନ ମିଳିବ ବୋଲି କୁହାଯାଇଥିଲ। ଟାଇମସ ନାଓ ପକ୍ଷରୁ 80ରୁ 93 ଆସନ ବିଜେପି କୁ ମିଳିବ ବୋଲି କୁହାଯାଇଥିଲା। 2018ରେ ବିଜେପିକୁ 104ଟି ଆସନ ମିଳିଥିଲା। ଅର୍ଥାତ ଅଧିକାଂଶ ସର୍ଭେ ଭୁଲ ପ୍ରମାଣିତ ହୋଇଥିଲା।
ସିଦ୍ଧରମେୟା ନା ଡିକେ ଶିବ କୁମାର କିଏ ହେବ ମୁଖ୍ୟମନ୍ତ୍ରୀ?
କଂଗ୍ରେସ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇଜଣ ପ୍ରମୁଖ ଦାବିଦାର ରହିବେ। ତେବେ, ସିଦ୍ଧରମେୟା ନା ଡିକେ ଶିବ କୁମାର କିଏ ହେବ ମୁଖ୍ୟମନ୍ତ୍ରୀ ? ପୂର୍ବଟନ ସିଦ୍ଧରମେୟା ଏବଂ ପ୍ରଦେଶ କଂଗ୍ରେସର ମୁଖିଆ ତଥା ଦଳର ଚର୍ଚ୍ଚିତ ଚେହେରା ଶିବ କୁମାର ରାଜ୍ୟର ଶୀର୍ଷ ପଦବୀ ଦୌଡର ସବୁଠାରୁ ଆଗରେ ରହିବେ ବୋଲି ଆକଳନ କରାଯାଉଛି।
ଟୁଡେସ ଚାଣକ୍ୟ ଆକଳନ କରିଛି ଯେ, ଲିଙ୍ଗାୟତ ସଂପ୍ରଦାୟ ମଧ୍ୟରୁ ବିଜେପି ପ୍ରାୟ 68 ପ୍ରତିଶତ ଭୋଟ ପାଇବ। ସେହିପରି ଏସଟି ଭୋଟରଙ୍କ ମଧ୍ୟରୁ 47 ପ୍ରତିଶତ ଏବଂ 45 ପ୍ରତିଶତ ଓବିସି ଭୋଟ ପାଇବ।
ଏହି ଦୁଇଟି ସଂସ୍ଥା କଂଗ୍ରେସ ସରକାର ଗଠନ କରିବା ନେଇ ଦେଇଛନ୍ତି ଫୁଲ ମାର୍କ
ଟୁଡେସ ଚାଣକ୍ୟ ଏବଂ ଆକ୍ସିସ ମାଈ ଇଣ୍ଡିଆ-ଏହି ଦୁଇଟି ସଂସ୍ଥା କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିବା ନେଇ ଆକଳନ କରିଛନ୍ତି।
ଶେଷ ମୂହୁର୍ତ୍ତରେ ନିଜକୁ ମ୍ୟାନେଜ କରିବାରେ ସଫଳ ହେଲା ବିଜେପି
ଶେଷ ମୂହୁର୍ତ୍ତରେ ନିଜକୁ ମ୍ୟାନେଜ କରିବାରେ ବହୁତ ସଫଳ ହୋଇଛି ବିଜେପି। ମାର୍ଚ୍ଚ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ବେଳକୁ ଦଳ 60ରୁ 70 ସିଟ ଆଣିବ ବୋଲି ଆକଳନ କରାଯାଉଥିଲା। ତେବେ ନିର୍ବାଚନ ପାଖେଇ ଆସିବା ବେଳକୁ ଦଳ ଏବେ କଡା ଟକ୍କର ଦେଉଥିବା ନଜରକୁ ଆସିଛି। ଏପରିକି କ୍ଷମତାକୁ ଫେରିବା ନେଇ ମଧ୍ୟ ସୁଯୋଗ ରହିଛି ବିଜେପି ପାଖରେ ବୋଲି ପୋଲ୍ ପଣ୍ଡିତ ମାନେ କହୁଛନ୍ତି।
2018 ଓ 2023 ନିର୍ବାଚନରେ ଜିଲ୍ଲା ଅନୁଯାୟୀ ଫଳାଫଳ
କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି - କଂଗ୍ରେସ ନେତା ସିଦ୍ଧରମୈୟା
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା କହିଛନ୍ତି ଯେ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛି, ଏକଜିଟ୍ ପୋଲ୍ ମଧ୍ୟ ଦର୍ଶାଉଛି ଯେ କଂଗ୍ରେସ କ୍ଷମତାକୁ ଆସିବ ।
କର୍ଣ୍ଣାଟକ ନିର୍ବାଚନ ପାଇଁ ହୋଇଥିବା ଏକ୍ଜିଟ୍ ପୋଲ୍ ସର୍ଭଏ ଅନୁସାରେ ରାଜ୍ୟରେ କଂଗ୍ରେସ ଏକାକୀ ବୃହତ୍ତମ ଦଳ ଭାବେ ଉଭା ହେବା ନେଇ ଜଣାପଡ଼ିଛି । ସେହିପରି ବିଜେପି ଦ୍ୱିତୀୟ ସ୍ଥାନରେ ରହିବ । ଅପରପକ୍ଷରେ ଜେଡିଏସ୍ କିଙ୍ଗ ମେକର ହୋଇପାରେ ବୋଲି କିଛି ସର୍ଭେରୁ ମଧ୍ୟ ଜଣାପଡ଼ିଛି ।
କର୍ଣ୍ଣାଟକ ନିର୍ବାଚନ 2023ରେ କଣ କହୁଛି ଓପିନିଅନ୍ ପୋଲ୍
ଓପିନିଅନ୍ ପୋଲ୍ Vs ଏକଜିଟ୍ ପୋଲ୍
ଆମେ ସରକାର ଗଢିବୁ - ପ୍ରିୟାଙ୍କ ଖାଡ଼ଗେ
କଂଗ୍ରେସ ବିଧାୟକ ପ୍ରିୟଙ୍କା ଖାଡ଼ଗେ କହିଛନ୍ତି ଯେ କଂଗ୍ରେସ ସରକାର ଆସିବାକୁ ଯାଉଛି, ଆମେ ସରକାର ଗଠନ ପାଇଁ ଅତି ନିକଟତର । ମୁଁ ନିଶ୍ଚିତ ଯେ ମେ 13 ରେ ଭୋଟ୍ ଗଣତି ପରେ ଆମେ ସରକାର ଗଠନ କରିବୁ ।
ଏକଜିଟ୍ ପୋଲ୍ 100% ସଠିକ୍ ହୋଇପାରିବ ନାହିଁ - ବୋମ୍ମାଇ
କର୍ଣ୍ଣାଟକ ସିଏମ ବସବରାଜ ବୋମ୍ମାଇ କହିଛନ୍ତି ଯେ ଏକଜିଟ୍ ପୋଲ୍ ହେଉଛି ଏକଜିଟ୍ ପୋଲ୍ । ସେଗୁଡିକ 100% ସଠିକ୍ ହୋଇପାରିବ ନାହିଁ । ଆମେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଏବଂ ସରକାର ଗଠନ କରିବାକୁ ଯାଉଛୁ । ମୁଁ ଭାବୁଛି ଆମେ 13 ମେ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ।
କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ - କଂଗ୍ରେସ ନେତା ଜଗଦୀଶ ଶେଟ୍ଟର
କଂଗ୍ରେସ ନେତା ଜଗଦୀଶ ଶେଟ୍ଟର କହିଛନ୍ତି ଯେ କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବ ଏବଂ ସରକାର ଗଠନ କରିବ । ଏକଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସ ହେଉଛି ଏକମାତ୍ର ବୃହତ୍ତମ ଦଳ । ଅନ୍ୟ କୌଣସି ଦଳ, ବିଶେଷକରି ଜେଡି (ଏସ୍) ସହିତ ମେଣ୍ଟ ହେବାର ପ୍ରଶ୍ନ ନାହିଁ ।
ଆମେ 146 ଆସନ ଅତିକ୍ରମ କରିବୁ - ଡି.କେ ଶିବକୁମାର
କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ ମୁଁ ଏହି ଏକଜିଟ୍ ପୋଲ୍ ରେ ବିଶ୍ୱାସ କରେ ନାହିଁ । ମୁଁ ମୋର ଆକଳନରେ ଛିଡା ରହିଛି । ଆମେ 146 ଟି ସିଟ୍ ଅତିକ୍ରମ କରିବୁ । କର୍ଣ୍ଣାଟକରେ ଡବଲ୍ ଇଞ୍ଜିନ୍ ବିଫଳ ହୋଇଛି । କୌଣସି ଦଳ ସହ ମେଣ୍ଟ କରିବା ପାଇଁ ପରିସ୍ଥିତି ଉପୁଜିବ ନାହିଁ ।
ବିଭିନ୍ନ ଚ୍ୟାନେଲରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ 2023ର ଏକ୍ଜିଟ୍ ପୋଲ୍ ସର୍ଭେ ଦେଖନ୍ତୁ ।
ନ୍ୟୁଜ୍ ନେସନ୍ ଓ CGS ଏକ୍ଜିଟ୍ ପୋଲ୍
ନ୍ୟୁଜ୍ ନେସନ୍ ଓ CGS ଏକ୍ଜିଟ୍ ପୋଲ୍ ଅନୁସାରେ କଂଗ୍ରେସ 86, ବିଜେପି 114 ଓ ଜେଡିଏସ୍ 21 ଆସନ ପାଇବା ନେଇ ଆକଳନ କରାଯାଇଛି ।
ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବାକୁ ଯାଉଛୁ - ୟେଦ୍ଦିୟୁରପ୍ପା
ଏକଜିଟ୍ ପୋଲ୍ ପରେ ବର୍ତ୍ତମାନ କର୍ଣ୍ଣାଟକର ପୂର୍ବତନ ସିଏମ୍ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦ୍ଦିୟୁରପ୍ପାଙ୍କ ବିବୃତ୍ତି ଆସିଛି । ସେ କହିଛନ୍ତି ମୁଁ ତଥାପି 100% ନିଶ୍ଚିତ ଯେ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବାକୁ ଯାଉଛୁ । ଝୁଲା ବିଧାନସଭା କିମ୍ବା ମିଳିତ ସରକାରର କୌଣସି ପ୍ରଶ୍ନ ନାହିଁ, କିନ୍ତୁ ଜାତୀୟ ନେତୃତ୍ୱ ଚୂଡ଼ାନ୍ତ ଡାକରା ଦେବେ । ଆମେ 115-117 ସିଟ୍ ପାଇବାକୁ ଯାଉଛୁ, ତେଣୁ ବର୍ତ୍ତମାନ JD (S) ସହିତ ମେଣ୍ଟ ହେବାର ହେବାର ପ୍ରଶ୍ନ ନାହିଁ ।
ଟାଇମ୍ସ ନାଓ ଏବଂ ETG ଏକଜିଟ୍ ପୋଲ୍ ଅନୁସାରେ କଂଗ୍ରେସ ଏକାକୀ ବଡ଼ ଦଳ ହେବ । ଆକଳନ ଅନୁସାରେ କଂଗ୍ରେସ 113 ବିଜେପି 82 ଆସନ ଓ ଜେଡିଏସ୍ 23 ଆସନ ପାଇପାରେ ।
ABP C-VOTER 100-11283-9521-29
ଏବିବିପି ସି ଭୋଟର ଅନୁସାରେ କଂଗ୍ରେସକୁ ମିଳିପାରେ ବହୁମତ । କଂଗ୍ରେସ 100-112 ଆସନ ପାଇ ବଡ଼ ଦଳ ହୋଇପାରେ । ସେହିପରି ବିଜେପି 8-95 ଏବଂ ଜେଡିଏସ୍ 21-29 ଆସନ ପାଇବ ।
ଟୁଡେସ୍ ଚାଣକ୍ୟ ଏକ୍ଜିଟ୍ ପୋଲ୍ ଅନୁସାରେ କଂଗ୍ରେସକୁ ମିଳୁଛି ବହୁମତ । ବିଜେପି ଖାତାକୁ ଯିବ 92 ଆସନ ଏବଂ ଜେଡିଏସ୍ ପାଇବ 12 ଆସନ ।
ଟିଭି 9 ଭାରତ ବର୍ଷ ଓ ପୋଲଷ୍ଟ୍ରାଟ୍ ଏକ୍ଜିଟ୍ ପୋଲ୍
ଟିଭି 9 ଭାରତ ବର୍ଷ ଓ ପୋଲଷ୍ଟ୍ରାଟ୍ ଏକ୍ଜିଟ୍ ପୋଲ୍ ଅନୁସାରେ କଂଗ୍ରେସ 99-109, ବିଜେପି 88-98 ଏବଂ ଜେଡିଏସ୍ 21-26 ଆସନ ପାଇପାରେ ।
ଜି ନ୍ୟୁଜ୍ ମ୍ୟାଟରାଇଜ୍ ଏକଜିଟ୍ ପୋଲରେ କଂଗ୍ରେସ ବୃହତ୍ତମ ଦଳ ଭାବେ ଉଭା ହୋଇଛି
ଜି ନ୍ୟୁଜ୍ ମ୍ୟାଟରାଇଜ୍ ଏକଜିଟ୍ ପୋଲରେ କଂଗ୍ରେସ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ବିଜେପି 79 ରୁ 94 ଟି ଆସନ, କଂଗ୍ରେସ 103 ରୁ 118 ଟି ଆସନ, ଜେଡିଏସ 25 ରୁ 33 ଟି ଆସନ ପାଇବ ବୋଲି ଆଶା କରାଯାଉଛି ।
ଇଣ୍ଡିଆ ଟୁଡେ - ଆକ୍ସିସ୍ ମାଇଁ ଇଣ୍ଡିଆ ଏକ୍ଜିଟ୍ ପୋଲ୍
ଇଣ୍ଡିଆ ଟୁଡେ - ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ କଂଗ୍ରେସ 122-140 ଆସନ , ବିଜେପି 62-80 ଏବଂ ଜେଡିଏସ୍ 20-25 ଆସନ ପାଇପାରେ ।
TV 9 କନ୍ନଡ ଓ ସି ଭୋଟର ଏକ୍ଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସ 100-112 ଆସନ ଓ ବିଜେପି 83-95 ଆସନ ପାଇପାରେ । ସେହିପରି ଜେଡିଏସି 21-29 ଆସନ ପାଇପାରେ ।
ଇଣ୍ଡିଆ ଟିଭି ଓ CNX ଏକଜିଟ୍ ପୋଲ୍
ଇଣ୍ଡିଆ ଟିଭି ଓ CNX ଏକଜିଟ୍ ପୋଲ୍ ଅନୁସାରେ କଂଗ୍ରେସ 110 ରୁ 120 ଆସନ ଓ ବିଜେପି 80 ରୁ 90 ଆସନ ପାଇବା ନେଇ ଜଣାପଡ଼ିଛି । ସେହିପରି ଜେଡିଏସ୍ 20-24 ଆସନ ପାଇପାରେ ।
କର୍ଣ୍ଣାଟକ: 1952 ରୁ 2018 ପର୍ଯ୍ୟନ୍ତ ରାଜ୍ୟର ବଡ଼ 6 ଟି ଦଳ ଓ ଏହା ହାତେଇଥିବା ଆସନ ସଂଖ୍ୟା
ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ
ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସ-ବିଜେପି ମଧ୍ୟରେ ହେଉଛି କଡ଼ା ମୁକାବିଲା । କଂଗ୍ରେସ 94-108 ଆସନ ଓ ବିଜେପି 85-100 ଆସନ ଓ ଜେଡିଏସ୍ 24-32 ଆସନ ପାଇବା ନେଇ ଆକଳନ କରାଯାଇଛି ।
READ MORE
କର୍ଣ୍ଣାଟକ ନିର୍ବାଚନ ପରେ ପ୍ରକାଶ ପାଇବ ବୁଥ୍ ବାହୁଡ଼ା ମତାମତ ।
କାହାକୁ ମିଳିପାରେ ବହୁମତ, କିଏ ହେବ ବୃହତ ଦଳ, ସେ ନେଇ ଆସିବ ଏକ୍ଦିଟ୍ ପୋଲ୍ । ସନ୍ଧ୍ୟା 6 ଟା ପରେ ପ୍ରକାଶ ପାଇବ ଏକ୍ଜିଟ୍ ପୋଲ୍ ।
ଏକ୍ସିଟ୍ ପୋଲ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ ।
କର୍ଣ୍ଣାଟକରେ ଶାସକ ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ କଡ଼ା ମୁକାବିଲା ହୋଇଛି ।
ନିର୍ବାଚନ ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ସର୍ଭେରେ କଂଗ୍ରେସ ଏକାକୀ ବୃହତ୍ତମ ଦଳ ହେବା ନେଇ ମତ ପ୍ରକାଶ ପାଇଥିଲା ।
ଏମାନଙ୍କର ଆସିବ ଏକ୍ଜିଟ୍ ପୋଲ୍ 2023 କର୍ଣ୍ଣାଟକ ନିର୍ବାଚନ ପରେ ଆକ୍ସିସ୍ ମାଇ ଇଣ୍ଡିଆ ଇଣ୍ଡିଆ ଟୁଡେ, ଲୋକନୀତି-ସିଏସଟିସି, ଏବିପି ସି ଭୋଟର, ନ୍ୟୁଜ୍ 24 ଚାନକିଆ, ଜାନ କି ବାତ୍ଟ୍ ଇଣ୍ଡିଆ ଟିଭି-ସିଏନ୍ଏକ୍ସ ଏବଂ ଜି ନ୍ୟୁଜ୍ ମ୍ୟାଟ୍ରାଇଜ୍ ମତଦାନ ଦ୍ୱାରା ଏକଜିଟ୍ ପୋଲ୍ ପ୍ରକାଶ ପାଇବ ।
କିଏ ପାଇବ ବହୁମତ ? ଏକଜିଟ୍ ପୋଲ୍ ମାଧ୍ୟମରେ କେଉଁ ଦଳର ସରକାର ଗଠନ ହେବ, କିଏ କେତେ ଆସନ ପାଇବ ସେ ନେଇ ଆକଳନ କରାଯିବ ।
ସନ୍ଧ୍ୟା 7 ଟା ରେ ଆସିବ ବୁଥ୍ ବାହୁଡ଼ା ମତ ।
ସମସ୍ତ 224ଟି ଆସନ ପାଇଁ ମତଦାନ ଶେଷ କର୍ଣ୍ଣାଟକ ନିର୍ବାଚନରେ ସମସ୍ତ 224ଟି ଆସନ ପାଇଁ ମତଦାନ ଶେଷ ହୋଇଛି । ମେ 13ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ ।
India Today - Axis My India Exit Poll ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ, ଏକଜିଟ୍ ପୋଲରେ କର୍ଣ୍ଣାଟକରେ ବିଜେପି ଅଗ୍ରଣୀ ଥିବା ଦର୍ଶାଯାଇଛି । ମୋଟ 224ଟି ସିଟ୍ ମଧ୍ୟରୁ 19ଟି ସିଟ୍ ପାଇଁ ଏକଜିଟ୍ ପୋଲ୍ ଆସିଛି ଯେଉଁଥିରେ ବିଜେପି 16ଟି, କଂଗ୍ରେସ 03ଟି ସିଟ୍ ସହ ଆଗରେ ରହିଛି। ଯେତେବେଳେ JDS ଏବଂ ଅନ୍ୟମାନେ 0ରେ ଅଛି ।
କର୍ଣ୍ଣାଟକ ନିର୍ବାଚନ ସମ୍ପର୍କରେ ଜନ କି ବାତ୍ ଏକଜିଟ୍ ପୋଲ୍
ପ୍ରକାଶ ପାଇଛି । ଏଥଇେ ବିଜେପି ସର୍ବାଧିକ 117 ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଛି ।
ସାଉଥ୍ ଫାର୍ଷ୍ଟର ଏକଜିଟ୍ ପୋଲ୍ ସାଉଥ୍ ଫାର୍ଷ୍ଟର ଏକଜିଟ୍ ପୋଲ୍ ଅନୁଯାୟୀ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁନାହାଁନ୍ତି । ମୋଟ 224 ଟି ସିଟ୍ ମଧ୍ୟରୁ କଂଗ୍ରେସ 107 ରୁ 119 ସିଟ୍ ବିଶିଷ୍ଟ ଏକକ ବୃହତ ଦଳ ଭାବରେ ଉଭା ହୋଇଛି । ବିଜେପି 78 ରୁ 90 ଟି ସିଟ୍ ପାଉଥିବାବେଳେ ଜେଡିଏସ୍ 23 ରୁ 29 ଟି ସିଟ୍ ଜିତିବାକୁ ସକ୍ଷମ ହେବ ।
TV 9 କନ୍ନଡ ଓ ସି ଭୋଟର ଏକ୍ଜିଟ୍ ପୋଲ୍ TV 9 କନ୍ନଡ ଓ ସି ଭୋଟର ଏକ୍ଜିଟ୍ ପୋଲ୍ ଅନୁଯାୟୀ କଂଗ୍ରେସ 100-112 ଆସନ ଓ ବିଜେପି 83-95 ଆସନ ପାଇପାରେ । ସେହିପରି ଜେଡିଏସି 21-29 ଆସନ ପାଇପାରେ ।
ଜନ୍ କି ବାତ୍ ଏକ୍ଜିଟ୍ ପୋଲରେ ବିଜେପି ବଡ଼ ଦଳ ହେବା ନେଇ ଆକଳନ । ଦଳ 94-117 ଆସନ ପାଇପାରେ ବୋଲି ଜଣାପଡ଼ିଛି । ଏହା ସହିତ କଂଗ୍ରେସ 91-106 ଆସନ ପାଇପାରେ । ଜେଡିଏସ୍ 14-24 ଆସନ ପାଇ କିଙ୍ଗ୍ ମେକରସ ହୋଇପାରେ ।
ବଡ଼ ଦଳ ଭାବେ ଉଭା ହେଉଛି କଂଗ୍ରେସ ବଡ଼ ଦଳ ଭାବେ ଉଭା ହେଉଛି କଂଗ୍ରେସ
2018 vs 2023 କର୍ଣ୍ଣାଟକ ନିର୍ବାଚନ
ଜି ନ୍ୟୁଜ୍ ମ୍ୟାଟରାଇଜ୍ ଏକଜିଟ୍ ପୋଲ - କଂଗ୍ରେସ ବଡ଼ ଦଳ ଜି ନ୍ୟୁଜ୍ ମ୍ୟାଟରାଇଜ୍ ଏକଜିଟ୍ ପୋଲରେ କଂଗ୍ରେସ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ବିଜେପି 79 ରୁ 94 ଟି ଆସନ, କଂଗ୍ରେସ 103 ରୁ 118 ଟି ଆସନ, ଜେଡିଏସ 25 ରୁ 33 ଟି ଆସନ ପାଇବ ବୋଲି ଆଶା କରାଯାଉଛି ।
କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି, 'ଦେଶ ତଥା କର୍ଣ୍ଣାଟକ ପାଇଁ, ମୁଁ ଆଶା କରୁଛି ଯେ ଲୋକମାନେ ସମସ୍ତଙ୍କ ପାଇଁ ସୁଯୋଗ ପାଇଁ ଭୋଟ୍ ଦେଇଛନ୍ତି । ଏହା କେବଳ ଧର୍ମନିରପେକ୍ଷ, ଉଦାରବାଦୀ ଏବଂ ପ୍ରଗତିଶୀଳ କର୍ଣ୍ଣାଟକ ଯାହା ଭାରତ ରାଜ୍ୟମାନଙ୍କ ମଧ୍ୟରେ ନିଜକୁ ଉଚ୍ଚ କରିପାରେ ।'
ବିଭିନ୍ନ ଦଳର ଭୋଟ୍ ସେୟାର 2008 ନିର୍ବାଚନ ଠାରୁ ବିଭିନ୍ନ ଦଳର ଭୋଟ୍ ସେୟାର
ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସ-ବିଜେପି ମଧ୍ୟରେ ହେଉଛି କଡ଼ା ମୁକାବିଲା । କଂଗ୍ରେସ 94-108 ଆସନ ଓ ବିଜେପି 85-100 ଆସନ ଓ ଜେଡିଏସ୍ 24-32 ଆସନ ପାଇବା ନେଇ ଆକଳନ କରାଯାଇଛି ।
କଂଗ୍ରେସ ଏକାକୀ ବଡ଼ ଦଳ ହେବ ETG ଏକଜିଟ୍ ପୋଲ୍ ଅନୁସାରେ କଂଗ୍ରେସ ଏକାକୀ ବଡ଼ ଦଳ ହେବ । ଆକଳନ ଅନୁସାରେ କଂଗ୍ରେସ 106-120, ବିଜେପି 78-92 ଆସନ ଓ ଜେଡିଏସ୍ 20-26 ଆସନ ପାଇପାରେ ।
2004 ରୁ 2018 ମଧ୍ୟରେ 4ଟି ନିର୍ବାଚନ ଫଳାଫଳ
1952 ରୁ 2018 ପର୍ଯ୍ୟନ୍ତ କେଉଁ ଦଳକୁ ମିଳିଛି କେତେ ପ୍ରତିଶତ ଭୋଟ୍ ?
କର୍ଣ୍ଣାଟକ ନିର୍ବାଚନ ରେ କେଉଁ ଦଳକୁ ମିଳୁଛି କେତେ ଆସନ, କଣ କହୁଛି ବୁଥ୍ ବାହୁଡ଼ା ମତ
ରାଜନୀତି ର ଏକ୍ଜିଟ୍ ପୋଲ୍ - ବିଜେପି ବଡ଼ ଦଳ ରାଜନୀତି ର ଏକ୍ଜିଟ୍ ପୋଲ୍ ଅନୁସାରେ ବିଜେପି ହେବ ବଡ଼ ଦଳ । ବିଜେପି 100 ଆସନ ଓ କଂଗ୍ରେସ 92 ଆସନ ପାଉଥିବା ବେଳେ ଜେଡିଏସ୍ ପାଇବ 31 ଆସନ ।
ସୁବର୍ଣ୍ଣ ନ୍ୟୁଜ୍ - ଜନ୍ କି ବାତ୍ ଏକ୍ଜିଟ୍ ପୋଲରେ ବିଜେପି ବଡ଼ ଦଳ ହେବା ନେଇ ଆକଳନ ସୁବର୍ଣ୍ଣ ନ୍ୟୁଜ୍ - ଜନ୍ କି ବାତ୍ ଏକ୍ଜିଟ୍ ପୋଲରେ ବିଜେପି ବଡ଼ ଦଳ ହେବା ନେଇ ଆକଳନ । ଦଳ 94-117 ଆସନ ପାଇପାରେ ବୋଲି ଜଣାପଡ଼ିଛି । ଏହା ସହିତ କଂଗ୍ରେସ 91-106 ଆସନ ପାଇପାରେ । ଜେଡିଏସ୍ 14-24 ଆସନ ପାଇ କିଙ୍ଗ୍ ମେକର ହୋଇପାରେ ।
ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ ରିପବ୍ଲିକ୍ ଟିଭ୍-MARQ ଏକଜିଟ୍ ପୋଲ ଅନୁସାରେ କଂଗ୍ରେସ-ବିଜେପି ମଧ୍ୟରେ ହେଉଛି କଡ଼ା ମୁକାବିଲା । କଂଗ୍ରେସ 94-108 ଆସନ ଓ ବିଜେପି 85-100 ଆସନ ଓ ଜେଡିଏସ୍ 24-32 ଆସନ ପାଇବା ନେଇ ଆକଳନ କରାଯାଇଛି ।
କର୍ଣ୍ଣାଟକ: 1952 ରୁ 2018 ପର୍ଯ୍ୟନ୍ତ ରାଜ୍ୟର ବଡ଼ 6 ଟି ଦଳ ଓ ଏହା ହାତେଇଥିବା ଆସନ ସଂଖ୍ୟା
ଇଣ୍ଡିଆ ଟିଭି ଓ CNX ଏକଜିଟ୍ ପୋଲ୍ ଇଣ୍ଡିଆ ଟିଭି ଓ CNX ଏକଜିଟ୍ ପୋଲ୍ ଅନୁସାରେ କଂଗ୍ରେସ 110 ରୁ 120 ଆସନ ଓ ବିଜେପି 80 ରୁ 90 ଆସନ ପାଇବା ନେଇ ଜଣାପଡ଼ିଛି । ସେହିପରି ଜେଡିଏସ୍ 20-24 ଆସନ ପାଇପାରେ ।
READ MORE
English summary
Karnataka Exit Poll Results 2023 Live Updates, Latest News and Highlights in Odia