Get Updates
Get notified of breaking news, exclusive insights, and must-see stories!

ଅକ୍ସିଜେନ୍ ଅଭାବରୁ 36 ଲୋକଙ୍କ ମୃତ୍ୟୁ ରିପୋର୍ଟକୁ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ

କରୋନାର ଦ୍ୱିତୀୟ ଲହର ସମୟରେ ଅମ୍ଳଜାନ ଅଭାବରୁ ଚାମରାଜନଗର ଜିଲ୍ଲା ଡାକ୍ତରଖାନାରେ 36 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱତ ନାରାୟଣ ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇ ନାହିଁ ।

ବାଙ୍ଗାଲୋର : କରୋନା ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ଦେଶରେ 4 ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ, ଆମେରିକାର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କୋଭିଡ କାରଣରୁ 40 ଲକ୍ଷ ମୃତ୍ୟୁ ଘଟିଛି, ଯାହା ସରକାରୀ ତଥ୍ୟରେ ସାମିଲ ନାହିଁ । ବର୍ତ୍ତମାନ କରୋନା କାରଣରୁ ମୃତ୍ୟୁକୁ ନେଇ ବିତର୍କରେ କର୍ଣ୍ଣାଟକର ନାମ ମଧ୍ୟ ଯୋଡି ହୋଇଛି, ଏଠାରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ ଏକ କମିଟି ଜାଣିବାକୁ ପାଇଛି ଯେ କରୋନାର ଦ୍ୱିତୀୟ ଲହର ସମୟରେ ଅମ୍ଳଜାନ ଅଭାବରୁ ଚାମରାଜନଗର ଜିଲ୍ଲା ଡାକ୍ତରଖାନାରେ 36 ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱତ ନାରାୟଣ ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇ ନାହିଁ ।

cn ashwath narayan

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ଦ୍ୱିତୀୟ ଲହର ସମୟରେ ଡାକ୍ତରଖାନାରେ ଅମ୍ଳଜାନ, ଶଯ୍ୟା ଏବଂ ଔଷଧ ଅଭାବ ହେତୁ ଓ ଅନେକ ରୋଗୀଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା । ଅମ୍ଳଜାନ ଅଭାବ ହେତୁ ସାରା ଦେଶରେ ହାହାକାର ଲାଗି ରହିଥିଲା, ଅନେକ ଡାକ୍ତରଖାନାରେ ରୋଗୀମାନେ 'ଅମ୍ଳଜାନ'ର ଅଭାବ ହେତୁ ପ୍ରାଣ ହରାଇଥିଲେ । ଏହି କ୍ରମରେ ହାଇକୋର୍ଟଙ୍କ ଦ୍ୱାରା ଗଠିତ କର୍ଣ୍ଣାଟକ ରାଜ୍ୟ ଆଇନ ସେବା ପ୍ରାଧିକରଣର ରାଜ୍ୟ ସ୍ତରୀୟ ମନିଟରିଂ କମିଟିର ରିପୋର୍ଟରୁ ଜଣାପଡିଛି ଯେ, ମଇ 4 ରୁ ମେ 10 ମଧ୍ୟରେ ଜିଲ୍ଲା ହସ୍ପିଟାଲ ଦ୍ୱାରା ଘୋଷଣା କରାଯାଇଥିବା 62 ମୃତ୍ୟୁ ମଧ୍ୟରୁ 36 ଜଣଙ୍କର ଅମ୍ଳଜାନ ଅଭାବରୁ ମୃତ୍ୟୁ ହୋଇଛି, ଯାହାକି 2-3 ମେ ରାତିର ଘଟଣା ଥିଲା ।

ତେବେ କର୍ଣ୍ଣାଟକର ଡେପୁଟି ସିଏମ୍ ସିଏନ୍ ଅଶ୍ୱତ ନାରାୟଣ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ଏବଂ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ରିପୋର୍ଟକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଏହି ମୃତ୍ୟୁ ଅମ୍ଳଜାନ ଅଭାବରୁ ହୋଇନଥିଲା । ପ୍ରକୃତରେ ଅମ୍ଳଜାନ ଅଭାବ କିମ୍ବା ଅବହେଳା ଯୋଗୁଁ ହୋଇଛି କି ନାହିଁ ଏହାର କାରଣ ଜାଣିବା ପାଇଁ ପ୍ରକୃତରେ ଅନୁସନ୍ଧାନ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, କର୍ଣ୍ଣାଟକରେ ଅମ୍ଳଜାନର ଆବଶ୍ୟକତା ସମ୍ପର୍କରେ ଆମେ କୌଣସି ଅଭାବ ଅଭିଯୋଗ ପାଇନାହୁଁ । ଯଦିଓ ଅନେକ ଅନୁଷ୍ଠାନରେ ଅମ୍ଳଜାନ ସଂରକ୍ଷଣ ବିଷୟରେ ଅନେକ ଭିତ୍ତିଭୂମି ଅଭାବ ଥିଲା କିନ୍ତୁ ସମସ୍ତ ଡାକ୍ତରଖାନାରେ ଅମ୍ଳଜାନ ଯୋଗାଇ ଦିଆଯାଉଥିଲା ।

ସୂଚନାଯୋଗ୍ୟ ଗତ କାଲି ମଧ୍ୟ କେନ୍ଦ୍ର ସରକାର ଠିକ୍ ଏହି କଥା କହିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ କହିଛନ୍ତି ଦେଶରେ କରୋନା ସମୟରେ ଅମ୍ଲଜାନ ଅଭାବରୁ କୌଣସି ମୃତ୍ୟୁ ହୋଇନାହିଁ । ଏପରିକି କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଅମ୍ଳଜାନ ଅଭାବରୁ କୌଣସି ମୃତ୍ୟୁ ହୋଇଥିବା ନେଇ ମଧ୍ୟ ରିପୋର୍ଟ କରିନାହାଁନ୍ତି ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+