ଏଥର ବୁଝାମଣା ମୁଡ୍ ରେ ନାହାଁନ୍ତି ଡି.କେ ଶିବକୁମାର ! ବଢିପାରେ ହାଇ କମାଣ୍ଡଙ୍କ ଅଡ଼ୁଆ

ବାଙ୍ଗୋଲୋର : କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଦଳ ସାମ୍ନାରେ ଏକ ବଡ଼ ସମସ୍ୟା ହେଉଛି ବିଧାୟକ ଦଳ ନେତା ଚୟନ କରିବା । ଯଦିଓ ନବ ନିର୍ବାଚିତ ବିଧାୟକମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି, କିନ୍ତୁ ଲାଗୁଛି ଯେ ସବୁକିଛି ଖାଡ଼ଗେଙ୍କ ହାତରେ ନାହିଁ ।
ଦଳ ଭିତରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଡି.କେ ଶିବକୁମାର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ସେପଟେ ଡି.କେ ଶିବକୁମାର ସୂଚାଇ ଦେଇଛନ୍ତି ଯେ ସେ ଏଥର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆପୋଷ ବୁଝାମଣା କରିବେ ନାହିଁ ।
ରବିବାର ତୁମକୁରରେ ଲିଙ୍ଗାୟତ ସଂଖ୍ୟାଲଘୁଙ୍କ ଧାର୍ମିକ ସ୍ଥାନ ସିଦ୍ଧାଗଙ୍ଗା ମଠ ପରିଦର୍ଶନ କରିବା ପରେ ଡି.କେ କହିଛନ୍ତି ଯେ ମୁଁ ଦଳ ପାଇଁ ଅନେକ ଥର ବଳିଦାନ ଦେଇଛି । ସେ କହିଛନ୍ତି ଯେ କିଛି ଲୋକ କୁହନ୍ତି ଯେ ମୋର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ମତଭେଦ ଅଛି, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମ ମଧ୍ୟରେ ମତଭେଦ ନାହିଁ ।
ଡି.କେ କହିଛନ୍ତି ଯେ ସିଦ୍ଧରମୈୟା ଜୀ ଙ୍କ ସହ ଛିଡା ହୋଇ ମୁଁ ଅନେକ ଥର ଦଳ ପାଇଁ ବଳିଦାନ ଦେଇଛି । ମୁଁ ସିଦ୍ଧରମୈୟାଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରିଛି । କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଡି.କେ ଦର୍ଶାଇଛନ୍ତି ଯେ ସେ ସିଏମ୍ ଦୌଡ଼ରେ ଅଛନ୍ତି, ସେ କହିଛନ୍ତି ଯେ ମୁଁ ସବୁବେଳେ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଛି ଏବଂ ନିଜ ପାଇଁ କେବେ କିଛି ମାଗିନାହିଁ ।
ସିଦ୍ଧରମୈୟାଙ୍କ ସହ ତାଙ୍କର କୌଣସି ବିବାଦ ଅଛି ବୋଲି ଡି.କେ ଶିବକୁମାର ମଧ୍ୟ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ କଂଗ୍ରେସ ଏବଂ ବିଧାୟକମାନେ ନିଷ୍ପତ୍ତି ନେବେ । ସେ କହିଛନ୍ତି ଯେ ମୁଁ ନିଜ ପାଇଁ କିଛି କରି ନାହିଁ, ମୁଁ ଯାହା କରିଛି ଦଳ ପାଇଁ କରିଛି, ମୁଁ ଯାହା କଷ୍ଟ ପାଇଛି, ଦଳ ପାଇଁ ପାଇଛି ।
କର୍ଣ୍ଣାଟକରେ ବିଜୟ ପରେ ଡି.କେ କହିଛନ୍ତି ଯେ ମୁଁ ଦିନରାତି କଠିନ ପରିଶ୍ରମ କରିଥିଲି, ସମସ୍ତଙ୍କୁ ସାଙ୍ଗରେ ନେଇଥିଲି । ସମସ୍ତେ କହୁଥିଲେ ଯେ ମୋର ଏବଂ ସିଦ୍ଧରମୈୟାଙ୍କ ମଧ୍ୟରେ ତିକ୍ତତା ଅଛି, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ତାଙ୍କ ସହ ମୋର କୌଣସି ବିବାଦ ନାହିଁ ।
ସୂଚନାଥାଉକି, କର୍ଣ୍ଣାଟକର 224 ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ 135 ଟି ଜିତିଥିବାବେଳେ ବିଜେପି 66 ଟି ଆସନକୁ ଖସି ଆସିଛି ।












Click it and Unblock the Notifications