ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବି.ଏସ୍ ୟେଦୁୟେରପ୍ପା ! ଏ ନେଇ ସଙ୍କେତ ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଆସନ୍ତା 26 ତାରିଖରେ କର୍ଣ୍ଣାଟକରେ ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବେ ବୋଲି କହିଛନ୍ତି ବି.ଏସ୍ ୟେଦୁୟେରପ୍ପା ।

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କର୍ଣ୍ଣାଟକ ରାଜନୀତିରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଲାଗିରହିଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ନୂଆ ବିଧାୟକ ଦଳ ନେତା ଚୟନ ହେବା ନେଇ ମଧ୍ୟ ରାଜନୈତିକ କରିଡରରେ ଆଲୋଚନା ହେଉଥିଲା । କିନ୍ତୁ ଏହାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁୟେରପ୍ପା ବାରମ୍ବାର ଖଣ୍ଡନ କରିଆସୁଥିଲେ ।

yediyurappa

କିନ୍ତୁ ଆଜି ସେ ପଦରୁ ଇସ୍ତଫା ଦେବା ନେଇ ସଙ୍କେତ ଦେଇଛନ୍ତି । ଆସନ୍ତା 26 ତାରିଖରେ କର୍ଣ୍ଣାଟକରେ ସରକାରକୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଯାହା ନିଷ୍ପତ୍ତି ନେବେ ତାକୁ ମାନିନେବେ ବୋଲି କହିଛନ୍ତି ବି.ଏସ୍ ୟେଦୁୟେରପ୍ପା ।

ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି, "ରାଜ୍ୟରେ ଜୁଲାଇ 26 ରେ ଆମ ସରକାରକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ଏହାର ପାଳନ କରିବି । ବିଜେପିକୁ ପୁନର୍ବାର କ୍ଷମତାକୁ ଆଣିବା ମୋର କର୍ତ୍ତବ୍ୟ ।"

ସେ ଆହୁରି କହିଛନ୍ତି, "ଏ ପର୍ଯ୍ୟନ୍ତ ମତେ ଇସ୍ତଫା ଦେହବାକୁ କିଛି କୁହାଯାଇନାହିଁ । ନିର୍ଦ୍ଦେଶ ଆସିବା ପରେ ମୁଁ ପଦ ଛାଡ଼ିଦେବି ଏବଂ ଦଳ ପାଇଁ କାମ କରିବି । ମୁଁ କାହା ନାମ ପ୍ରସ୍ତାବ କରିନାହିଁ । ଦଳୀୟ ହାଇକମାଣ୍ଡ ମତେ କିଛି କହିନାହାଁନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+