ତୁଟୁନି କର୍ଣ୍ଣାଟକ ବିଜେପି ବିବାଦ : "ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକ, ନଚେତ୍ ପୁନର୍ବାର କ୍ଷମତାକୁ ଆସିବା କଷ୍ଟକର"
ଗୋଟିଏ ପଟେ ଅସନ୍ତୁଷ୍ଟ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ବିରୋଧ କରୁଛନ୍ତି ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଉଥିବାର ନଜର ଆସିଛନ୍ତି ।
ବେଙ୍ଗାଲୁରୁ : କର୍ଣ୍ଣାଟକରେ ବିଜେପି ସରକାରରେ ଆଭ୍ୟନ୍ତରୀଣ କନ୍ଦଳ ଏବେ ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ ପଟେ ଅସନ୍ତୁଷ୍ଟ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କୁ ବିରୋଧ କରୁଛନ୍ତି ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦେଉଥିବାର ନଜର ଆସିଛନ୍ତି । ଶୁକ୍ରବାର ଦିନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜେପି ଏମଏଲସି ଏଏଚ ବିଶ୍ୱନାଥ, ବିଏସ ୟେଡିୟୁରପ୍ପାଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ବିଶ୍ୱନାଥ କହିଛନ୍ତି ଯେ 'ରାଜ୍ୟରେ ନେତୃତ୍ୱରେ ପରିବର୍ତ୍ତନ ହେବା ଉଚିତ ବୋଲି ଅଧିକାଂଶ ନେତା ଓ ମନ୍ତ୍ରୀ ମତ ରଖିଛନ୍ତି । ନହେଲେ ଆଗାମୀ ଦିନରେ ଦଳ ପାଇଁ ଅସୁବିଧା ହେବ ଏବଂ ଆଉଥରେ କ୍ଷମତା ହାସଲ କରିବା ଆମ ପାଇଁ କଷ୍ଟକର ହେବ । ଗତକାଲି ନେତାମାନେ ଦଳର ମହାସଚିବ ଅର୍ଜୁନ ସିଂଙ୍କୁ ଭେଟିଥିଲେ । ଯଦିଓ ସେ ଖୋଲାଖୋଲି ଭାବେ କହୁନାହାଁନ୍ତି କିନ୍ତୁ 80 ପ୍ରତିଶତ ନେତା ଦଳର ନେତୃତ୍ୱରେ ପରିବର୍ତ୍ତନ ନେଇ ଚାହୁଁଛନ୍ତି । ନଚେତ୍ ରାଜ୍ୟରେ ଦଳକୁ ବଞ୍ଚାଇବା କଷ୍ଟକର ହେବ ଏବଂ ଆମେ କ୍ଷମତାକୁ ଫେରିବାରେ ସମର୍ଥ ହେବୁ ନାହିଁ । ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଏହା ଚାହୁଁଛନ୍ତି ।'
ଏଏଚ୍ ବିଶ୍ୱନାଥ ଆହୁରି କହିଛନ୍ତି ଯେ, 'ମୁଁ ସରକାରଙ୍କ କାର୍ଯ୍ୟକଳାପ, ପାର୍ଟି, ସ୍ୱଚ୍ଛତା ଏବଂ ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ପ୍ରଭାରୀଙ୍କ ସହ ଆଲୋଚନା କରିଛି । ଏଠାରେ ଦୁର୍ନୀତି ଅଛି । ମୁଖ୍ୟମନ୍ତ୍ରୀଙ୍କ ପୁଅ ବିଜୟେନ୍ଦ୍ର ସବୁ ବିଭାଗ ସହ ଜଡିତ ଅଛନ୍ତି । ଲୋକମାନେ ତାଙ୍କ ପୁଅର ହସ୍ତକ୍ଷେପ ଏବଂ ଦୁର୍ନୀତି ବିଷୟରେ କହୁଛନ୍ତି । ଏଥି ସହ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ୱତନାରାୟଣ କହିଛନ୍ତି ଯେ ଏହିପରି କିଛି ନାହିଁ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ଦଳର ସଭାପତି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗକୁ ସମ୍ବୋଧିତ କରିଛନ୍ତି । ଆମକୁ ବାରମ୍ବାର ଏ ବିଷୟରେ କଥାବାର୍ତ୍ତା କରିବାର ଆବଶ୍ୟକତା ନାହିଁ । ସମ୍ବନ୍ଧିତ ରାଷ୍ଟ୍ରୀୟ ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ଏନେଇ ନିଷ୍ପତ୍ତି ନେବେ ।
ଅନ୍ୟ ପଟେ ଏହି ପୂରା ମାମଲାରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା କହିଛନ୍ତି ଯେ, "କୌଣସି ରାଜନୈତିକ ଦ୍ୱନ୍ଦ୍ୱ ନାହିଁ । ଜଣେ କିମ୍ବା ଦୁଇ ଜଣ ଗଣମାଧ୍ୟମକୁ କିଛି କହିଛନ୍ତି ଯାହାକୁ ନେଇ ଏସବୁ କୁହାଯାଉଛି । ଆରମ୍ଭରୁ ସେମାନେ ଏହା କରିଆସୁଛନ୍ତି । ପ୍ରଭାରୀ ଅରୁଣ ସିଂ ତାଙ୍କୁ ମଧ୍ୟ ସାକ୍ଷାତ କରିନାହାଁନ୍ତି, ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । କୌଣସି କ୍ୟାବିନେଟ ସଦସ୍ୟ ଚିନ୍ତିତ ନୁହଁନ୍ତି । ଯଦି କୌଣସି ସମସ୍ୟା ଥାଏ, ତେବେ ଆମେ 2-3 ଜଣ ସଦସ୍ୟଙ୍କ ଦ୍ୱନ୍ଦ୍ୱ ଦୂର କରିବୁ । ମୁଁ ବିଜେପି ଏମଏଲସି ଏଏଚ୍ ବିଶ୍ୱନାଥଙ୍କ ଉପରେ ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ, ହାଇକମାଣ୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସ୍ଥିର କରିବ ।"
ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଆହୁରି କହିଛନ୍ତି ଯେ, "ସନ୍ଧ୍ୟାରେ କୋର୍ କମିଟିର ବୈଠକ ହେବ, ମୁଁ ବର୍ତ୍ତମାନ ଏଜେଣ୍ଡା ଉପରେ ଆଲୋଚନା କରିପାରିବି ନାହିଁ । କୌଣସି ଏଜେଣ୍ଡା ସ୍ଥିର କରାଯାଇ ନାହିଁ । ରାଜନୈତିକ ପ୍ରସଙ୍ଗ, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଅରୁଣ ସିଂ କର୍ଣ୍ଣାଟକ ଗସ୍ତରେ ଯାଇ ଦଳର କାର୍ଯ୍ୟାଳୟ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି ।"
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications