କର୍ଣ୍ଣାଟକ ନିର୍ବାଚନ ଫଳାଫଳ : ଝୁଲା ବିଧାନସଭା ସମ୍ଭାବନା ! କିଙ୍ଗ୍ ମେକର ହେବ ଜେଡିଏସ୍ ?

Karnataka election

ବାଙ୍ଗାଲୋର : ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ନିର୍ବାଚନ ପରେ ଆଜି ଏହାର ଫଳାଫଳ ଉପରେ ରହିଛି ସାରା ଦେଶର ନଜର । ଏହି ଫଳାଫଳକୁ 2024 ପାଇଁ ସେମି ଫାଇନାଲ ବୋଲି କୁହାଯାଉଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି । ତେବେ ନିର୍ବାଚନରେ କିଏ ବାଜି ମାରିବ ସେ ନେଇ ରହିଛି ଦ୍ୱନ୍ଦ ।

ମେ 10 ରେ ମତଦାନ ପୂର୍ବରୁ ଓପିନିଅନ୍ ପୋଲ୍ ଏବଂ ମତାଦନ ପରେ ଏକ୍ଜିଟ୍ ପୋଲ୍ ମଧ୍ୟରେ ଅନେକ ଅନ୍ତର ଦେଖିବାକୁ ମିଳିଛି । ଓପିନିଅନ୍ ପୋଲରେ କଂଗ୍ରେସ ବହୁମତ ପାଇବା ନେଇ ଆକଳନ କରାଯାଇଥିବା ବେଳେ ମତଦାନ ପରେ ବାଜି ଓଲଟିଯାଇଛି । ରାଜ୍ୟରେ ଝୁଲା ବିଧାନସବା ହେବା ନେଇ କେତେକ ଏକ୍ଜିଟ୍ ପୋଲ୍ ସର୍ଭେ ରୁ ଜଣା ପଡ଼ିଥିବା ବେଳେ ଆଉ କେତେକ ଏକ୍ଜିଟ୍ ପୋଲ୍ କଂଗ୍ରେସକୁ ବଡ଼ ଦଳ ହେବା ନେଇ ଦର୍ଶାଇଛନ୍ତି । ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହା ସ୍ପଷ୍ଟ ହୋଇଯିବ ।

ଅପରପକ୍ଷରେ ଜେଡିଏସ ସହ ଉଭୟ ବିଜେପି ଓ କଂଗ୍ରେସ ଆଲୋଚନା କରୁଥିବା ନେଇ କିଛି ସୂଚନା ମିଳିଛି । ଏନେଇ ପ୍ରଥମେ କଂଗ୍ରେସ ନେତା ଡି.କେ ଶିବକୁମାର କହିଛନ୍ତି କି, କଂଗ୍ରେସ ବହୁମତ ହାସଲ କରି କର୍ଣ୍ଣାଟକରେ ସରକାର ଗଠନ କରିବ । ତେଣୁ ରାଜ୍ୟରେ ସରକାର ଗଠନ କରିବାକୁ ଅନ୍ୟଦଳ ସହ ମେଣ୍ଟ କରିବାର ଆବଶ୍ୟକତା ପଡିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+