କର୍ଣ୍ଣାଟକ ନିର୍ବାଚନ 2023: ବିଜେପି ବିଧାୟକଙ୍କ ଟିକେଟ୍ କଟିବା ନେଇ ଅସନ୍ତୋଷ ସମର୍ଥକ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଅନେକ ବଡ ଚେହେରାଙ୍କ ନାମ ନାହିଁ । ଏପରିକି ବର୍ତ୍ତମାନ ବିଧାୟକ ଥିବା କେତେଜଣଙ୍କ ନାମକୁ ବାଦ୍ ଦେଇଛନ୍ତି ହାଇକମାଣ୍ଡ ।
ଏହା ପରେ ବିଧାୟକଙ୍କ ଟିକେଟ୍ କାଟିବା ନେଇ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ବେଲାଗାୱୀ ଉତ୍ତର ଆସନରୁ ବିଜେପି ବିଧାୟକ ଅନିଲ ବେନାକେ ଙ୍କୁ ଦଳ ପକ୍ଷରୁ ଟିକେଟ୍ ଦିଆଯାଇ ନାହିଁ । ଏହା ପରେ ମଙ୍ଗଳବାର ସନ୍ଧ୍ୟାରେ ବିଧାୟକଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ସେମାନଙ୍କ ନେତାଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରୁଛନ୍ତି ।

ଏହା ବ୍ୟତୀତ ଗତକାଲି ରାତିରେ ବିଜେପି ବିଧାୟକ ମହାଦେବପ୍ପା ୟଦୱାଡ଼ଙ୍କ ସମର୍ଥକମାନେ ମଧ୍ୟ ବିରୋଧ କରିଥିଲେ । ଦଳ ମହାଦେବପ୍ପାଙ୍କୁ ମଧ୍ୟ ଟିକେଟ୍ ଦେଇନାହିଁ । ଏହା ପରେ ବେଲାଗାୱୀର ରାମଦୁର୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ସମର୍ଥକମାନେ ଦଳ ବିରୋଧରେ ପ୍ରଦର୍ଶନ କରିଥିଲେ । ନିକଟରେ ବିଜେପିରେ ଯୋଗ ଦେଇଥିବା ଚିକ୍କା ରେଭାନାଙ୍କୁ ଦଳ ଟିକେଟ୍ ଦେଇଛି ଏବଂ ମହାଦେବପ୍ପାଙ୍କୁ ଏଠାରୁ ଟିକେଟ୍ କାଟି ଦେଇଛି ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର କର୍ଣ୍ଣାଟକ ବିଧାନସଭା ପାଇଁ ବିଜେପି 189 ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କୁ ଶିବଗାଓଁ ଆସନରୁ ଏବଂ ଦଳର ଭେଟେରାନ ନେତା ବିଏସ ୟେଦୁରୁପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କୁ ଶିଖରିପୁରା ବିଧାନସଭା ଆସନରୁ ଟିକେଟ ଦିଆଯାଇଛି ।
#WATCH | Karnataka: Supporters of BJP MLA Mahadevappa Yadawad last night protested in Ramdurg constituency in Belagavi over ticket being denied to him.
Chikka Revana who joined the BJP recently got the ticket from the constituency.#KarnatakaAssemblyElection2023 pic.twitter.com/oLu2F2AcI4
— ANI (@ANI) April 12, 2023
ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରି କର୍ଣ୍ଣାଟକ ବିଜେପି ଦାୟିତ୍ୱରେ ଥିବା ଅରୁଣ ସିଂହ କହିଛନ୍ତି ଯେ 189 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 8 ଜଣ ମହିଳାଙ୍କ ସମେତ 52 ଜଣ ପ୍ରାର୍ଥୀ ନୂତନ ଅଟନ୍ତି । 32 ଜଣ ପ୍ରାର୍ଥୀ OBC ରୁ, 30 ଜଣ ଏସସି ଏବଂ 15 ଟି ଅନୁସୂଚିତ ଜନଜାତିରୁ ଅଛନ୍ତି ।












Click it and Unblock the Notifications