କର୍ଣ୍ଣାଟକରେ ଗଠବନ୍ଧନ କରିବ କି କଂଗ୍ରେସ ? ଜାଣନ୍ତୁ କଣ କହିଲେ ରାଜ୍ୟ ସଭାପତି ଡି.କେ ଶିବକୁମାର

କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ସ୍ପଷ୍ଟ ଭାବେ କହିଛନ୍ତି ଯେ କଂଗ୍ରେସ କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ କାହାରି ପକ୍ଷ ନେବ ନାହିଁ ।

Dk Shiv Kumar

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଯଦିଓ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ, ତଥାପି ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେିଛନ୍ତି । ବର୍ତ୍ତମାନ ଶାସନ ଗାଦିରେ ବସିଥିବା ବିଜେପି ପୁଣି ଗାଦି ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି । ଏ ସବୁ ମଧ୍ୟରେ ରାଜ୍ୟରେ ରାଜନୈତିକ ତାତି ବଢିବାରେ ଲାଗିଛି ।

ରାଜ୍ୟରେ ଦଳମାନେ ନିଜ ନିଜ ମଧ୍ୟରେ ସମୀକରଣ କରିବାରେ ଲାଗିପଡ଼ିଛନ୍ତି । କର୍ଣ୍ଣାଟକର ରାଜନୈତିକ ସମୀକରଣ ବିଷୟରେ କହିବାକୁ ଗଲେ ଏଠାରେ ଗଠବନ୍ଧନ ହେବା ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଏ ନେଇ ଆଜି କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର ସ୍ପଷ୍ଟ ଭାବେ କହିଛନ୍ତି ଯେ କଂଗ୍ରେସ କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ କାହାରି ପକ୍ଷ ନେବ ନାହିଁ । କେବଳ ଏତିକି ନୁହେଁ କଂଗ୍ରେସ ନିଜେ ସରକାର ଗଠନ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

ଏହି ସମୟରେ, କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ 100 ରୁ ଅଧିକ ସିଟ୍ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି । ପ୍ରଥମ ତାଲିକା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ । ବର୍ତ୍ତମାନ ବିଧାୟକ ଥିବା ସମସ୍ତଙ୍କ ନାମ ପୁନରାବୃତ୍ତି ହେବ ନାହିଁ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ କିଛି ବିଧାୟକଙ୍କ ଟିକେଟ୍ କାଟିବ ।

ଡି.କେ ଶିବକୁମାର ଆଜି କହିଛନ୍ତି ଯେ ମୁଁ ଭାବୁଛି ଏକ ବଡ ପରିବର୍ତ୍ତନ ଆସିଛି ଏବଂ ସମଗ୍ର ରାଜ୍ୟ ଏକ ନୂତନ ସରକାର ଖୋଜୁଛି । କର୍ଣ୍ଣାଟକ ଏହି ଦେଶର ଦୁର୍ନୀତିର ରାଜଧାନୀ ପାଲଟିଛି । ତେଣୁ 1300 ରୁ ଅଧିକ ଆବେଦନକାରୀ କଂଗ୍ରେସ ଟିକେଟ୍ ପାଇଁ ଆବେଦନ କରିଛନ୍ତି ଏବଂ ସେମାନେ ଅତ୍ୟନ୍ତ ଗମ୍ଭୀର ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି ।

ଡି.କେ ଶିବକୁମାର ଆହୁରି କହିଛନ୍ତି ଯେ ନିର୍ବାଚନରେ ବହୁମତ ପାଇବା ନେଇ ଆମେ ନିଶ୍ଚିତ । ଆମେ ଜାଣୁ ଯେ ବିଜେପି 65 ରୁ ଅଧିକ ସିଟ୍ ପାଇବ ନାହିଁ । ମୁଁ ମୋ ସୂତ୍ରରୁ ସଂଗ୍ରହ କରିଥିବା ତଥ୍ୟରୁ ବିଜେପିର ଆସନ 40 ତଳକୁ ଖସିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+