ବିଜେପିର ଖେଳ ବିଗାଡ଼ିବେ ବିଦ୍ରୋହୀ, କଂଗ୍ରେସ ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ଯେତେ ପାଖେଇ ଆସୁଛି ଟିକେଟ୍ ବଣ୍ଟାକୁ ନେଇ ତେଜୁଛି ରାଜନୀତି । ବିଦ୍ରୋହର ସମ୍ନା କରୁଛି ବିଜେପି । ଟିକେଟ୍ ନ ମିଳିବାରୁ ଦଳ ଛାଡ଼ୁଛନ୍ତି ତୁଙ୍ଗନେତା । ସେମାନେ ନିର୍ବାଚନରେ ଦଳର ଅଙ୍କ ବିଗାଡ଼ି ପାରନ୍ତି ବୋଲି ମଧ୍ୟ ଆଶଙ୍କା କରୁଛି ବିଜେପି ।
ନିର୍ବାଚନ ଟିକେଟ୍ ନ ପାଇବାରୁ ଦୁଇ ଦିନ ତଳେ ବିଜେପି ଛାଡ଼ିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ କଂଗ୍ରେସ ହାତ ଧରିଛନ୍ତି । ଏପରିକି ଦଳରେ ମିଶବା ମାତ୍ରେ କଂଗ୍ରେସ ଲକ୍ଷ୍ମଣ ସାବଦୀଙ୍କୁ ଟିକେଟ୍ ଦେଇଛି ।

ସାବଦୀ କଂଗ୍ରେସରେ ଯୋଗ ଦେଇଥିବା ନେଇ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର ନିଶ୍ଚିତ କରିଛନ୍ତି । କଂଗ୍ରେସ ସାବଦୀଙ୍କୁ ତାଙ୍କ ପାରମ୍ପରିକ ଆସନ ଅଥାନୀ ରୁ ଟିକେଟ୍ ଦେଇଛି । ଅଥାନୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ସାବଦୀ, କିନ୍ତୁ ତାଙ୍କ ପରିବର୍ତ୍ତେ ବିଧାୟକ ମହେଶ କୁମାତାଲ୍ଲିଙ୍କୁ ଟିକେଟ୍ ଦେଇଥିଲା ବିଜେପି । ଏଥିରେ ଅସନ୍ତୋଷ ହୋଇ ସେ ଦଳ ଛାଡ଼ିଥିଲେ ।
ଶିବକୁମାର କହିଛନ୍ତି, ଏଥିରେ କୌଣସି ସର୍ତ୍ତନାହିଁ । ତାଙ୍କୁ ଅପମାନିତ କରାଯାଇଛି ବୋଲି ତାଙ୍କର ମନେହେଲା । ତେଣୁ, ଏଭଳି ମହାନ୍ ନେତାଙ୍କୁ କଂଗ୍ରେସ ପାର୍ଟିରେ ସାମିଲ କରିବା ହେଉଛି ଆମର କର୍ତ୍ତବ୍ୟ । ଆମ ଦଳରେ ଯୋଗ ଦେବା ଲାଗି ଆହୁରି 9-10 ଜଣ ବିଧାୟକ ଚାହୁଁଛନ୍ତି କିନ୍ତୁ, ଆମ ପାଖରେ ଆଉ ସ୍ଥାନ ନାହିଁ ।
ସୂଚନାଯୋଗ୍ୟ, ଆସନ୍ତା ମେ 10 ତାରିଖରେ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ଗ୍ରହଣ କରାଯିବ ଓ 13 ତାରିଖ ଦିନ ଭୋଟ୍ ଗଣନା ହେବ ।












Click it and Unblock the Notifications