Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକରେ ଦଳବଦଳ ରାଜନୀତି, ବିଜେପିକୁ ଝଟକା ଦେଇ କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଲିଛି ଦଳବଦଳ ରାଜନୀତି । ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ଦଳ ମଧ୍ୟରେ ହେଉଛି ଛକାପଞ୍ଝା । ବଡ଼ ବଡ଼ ନେତା ଟିକେଟ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ହୋଇ ଦଳବଦଳ କରୁଛନ୍ତି । ଏହି ସମୟରେ ବିଜେପିକୁ ଲାଗିଛି ଆଉ ଏକ ବଡ଼ ଝଟକା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ଗୋଟିଏ ଦିନ ପୂର୍ବରୁ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇ ବିଜେପି ଛାଡିଥିଲେ ।

Jagadish Shettar

ଶେଟ୍ଟାରଙ୍କୁ ଦଳରେ ସାମିଲ କରିବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ବାଙ୍ଗାଲୋରର ପାର୍ଟି ଅଫିସରେ ପହଞ୍ଚିଥିଲେ । ସେ ଶେଟ୍ଟାରଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ସମୟରେ କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ସିଦ୍ଧରମୈୟା ମଧ୍ୟ ଉପସ୍ଥିତ ଥିଲେ ।

କଂଗ୍ରେସରେ ଯୋଗଦେବା ପରେ ଶେଟ୍ଟାର କହିଛନ୍ତି ଯେ ଗତକାଲି (ରବିବାର) ମୁଁ ବିଜେପିରୁ ଇସ୍ତଫା ଦେଇଛି ଏବଂ ଆଜି ମୁଁ କଂଗ୍ରେସ ଦଳରେ ଯୋଗ ଦେଉଛି । ବିଜେପି ମୋତେ ପ୍ରତ୍ୟେକ ପଦ ଦେଇଛି ଏବଂ ଦଳର କର୍ମୀ ଭାବରେ ମୁଁ ଦଳର ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ।

ସେ ଆହୁରି କହିଛନ୍ତି ଯେ ମୁଁ ଭାବିଥିଲି ଯେ ଜଣେ ବରିଷ୍ଠ ନେତା ଭାବେ ମୁଁ ଟିକେଟ୍ ପାଇବି କିନ୍ତୁ ଯେତେବେଳେ ମୁଁ ଜାଣିବାକୁ ପାଇଲି ଯେ ମୁଁ ଟିକେଟ୍ ପାଇନାହିଁ, ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କେହି ମୋ ସହ ଆଲୋଚନା କଲେ ନାହିଁ, କେହି ମୋତେ ଆଶ୍ୱାସନା ମଧ୍ୟ ଦେଲେ ନାହିଁ ଯେ ମୁଁ ପରବର୍ତ୍ତୀ ଅବସ୍ଥାରେ କେଉଁ ପଦ ପଇବି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+