କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ମୁଖ୍ୟମନ୍ତ୍ରୀ ଆସନକୁ ନେଇ ମୁହଁ ଖୋଲିଲେ ଡି.କେ ଶିବକୁମାର
ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆସନ୍ତା 10 ରେ ଅନୁଷ୍ଠିତ ହେବ । ଏହା ପରେ ମେ 13 ରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ଏଥି ମଧ୍ୟରେ କର୍ଣ୍ଣାଟକର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଗୁରୁବାର ଦିନ 42 ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଯଦି ମେ ମାସରେ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଜିତେ, ତା'ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରକାଶ କରାଯାଇ ନାହିଁ ।
ତେବେ କଂଗ୍ରେସ ଦଳରେ ମୁଖ୍ୟମନ୍ତ୍ରୀଙ୍କ ଆସନ ପାଇଁ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି । ଜଣେ ସିଦ୍ଧରମୈୟା ଏବଂ ଅନ୍ୟ ଝଣକ ହେଲେ ଡି.କେ ଶିବକୁମାର । କୁହାଯାଉଛି ଯେ ସିଏମ୍ ପଦବୀକୁ ନେଇ ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ମତଭେଦ ରହିଛି ।

ଯଦିଓ ସିଦ୍ଧରମୈୟା ସିଧାସଳଖ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ । ଏଥି ସହିତ ଡି.କେ ଶିବକୁମାର ପ୍ରଥମ ଥର ପାଇଁ ଏହି ପଦବୀକୁ ନେଇ ନିଜର ନିରବତା ଭାଙ୍ଗିଛନ୍ତି ।
କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କଂଗ୍ରେସର କୌଣସି ମତଭେଦକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ୟୁନିଟ୍ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି ଯେ ସେ ସଫଳ ହେବେ ଏଥିରେ କୌଣସି ସନ୍ଦେହ ନାହିଁ ।
ଶିବକୁମାର କହିଛନ୍ତି ଯେ ମୁଁ ଦଳର ଜଣେ ବିଶ୍ୱସ୍ତ ବ୍ୟକ୍ତି, କେବେ ବି ଦଳ ପ୍ରତି ବିଶ୍ୱାସଘାତକତା କରି ନାହିଁ ଏବଂ ଯଦି 2023 ନିର୍ବାଚନରେ କଂଗ୍ରେସ ଜିତେ, ତେବେ ପାର୍ଟି ହାଇକମାଣ୍ଡ କଠିନ ସମୟରେ ଦଳ ପାଖରେ ଠିଆ ହୋଇଥିବା ବ୍ୟକ୍ତି ପ୍ରତି ଧ୍ୟାନ ହେବେ ।
ଡି.କେ ଶିବକୁମାର କହିଛନ୍ତି ଯେ ଦଳର ନେତୃତ୍ୱ ନିଶ୍ଚିତ ଭାବରେ ବିଶ୍ୱସ୍ତତା ଏବଂ ପରିଶ୍ରମକୁ ପୁରସ୍କୃତ କରିବେ । ଯେତେବେଳେ ଦଳ ଦୁର୍ବଳ ସ୍ଥିତିରେ ଥିଲା ସେତେବେଳେ ସେ ଦଳକୁ ପୁନର୍ଜୀବିତ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ।
ଶିବକୁମାର କହିଛନ୍ତି ଯେ ମୁଁ ଶୋଇ ନାହିଁ ଏବଂ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ବୁଲୁଛି ଏବଂ ସେମାନଙ୍କୁ ସାଙ୍ଗରେ ନେଇଛି । ଆମେ ବିଜେପି ବିରୋଧରେ ଏକ ଶକ୍ତିଶାଳୀ ସଂଗଠନ ଏବଂ ଏକଜୁଟ ହୋଇଛୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ମତଭେଦ ଏବଂ ପ୍ରତିଦ୍ୱନ୍ଦ୍ୱିତା ସମ୍ପର୍କରେ ପ୍ରକାଶ ପାଇଥିବା ଖବରକୁ ଶିବକୁମାରଙ୍କୁ ଖାରଜ କରିଛନ୍ତି । ସେ କହିଛନ୍ତି ଯେ ସେମାନେ ଏକାଠି କାମ କରୁଛନ୍ତି ଏବଂ ବିଜେପି ସେମାନଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଛି । ଏହା ସହିତ ସେ ମିଥ୍ୟା ଗୁଜବ ପ୍ରଚାର ପାଇଁ ଗଣମାଧ୍ୟମର ଏକ ବିଭାଗକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତି ଆମେ ସମସ୍ତେ ଏକାଠି ଅଛୁ । ବିଜେପିକୁ ପରାସ୍ତ କରିବା ଏବଂ କର୍ଣ୍ଣାଟକର ସମ୍ମାନ ଫେରାଇ ଆଣିବା ଆମର ଏକ ସାଧାରଣ ଲକ୍ଷ୍ୟ ।
ଅନ୍ୟପକ୍ଷରେ ଡି.କେ ଶିବକୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଜନତା ଦଳ (ଧର୍ମନିରପେକ୍ଷ) ସହିତ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଗଠବନ୍ଧନର କୌଣସି ପ୍ରଶ୍ନ ନାହିଁ । ବିନା ଜନାଦେଶରେ ବିଜେପି ସହିତ ହାତ ମିଳାଇ ଜେଡିଏସ୍ ଦୁଇଥର ଲୋକଙ୍କୁ ଠକିଛନ୍ତି । ସେ କହିଛନ୍ତି ଯେ କୁମାରସ୍ୱାମୀ ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି ଏବଂ ଲୋକମାନେ ମଧ୍ୟ ତାହା ଦେଖିଛନ୍ତି । ସେ କହିଛନ୍ତି, "ଆମେ ଜେଡିଏସ ସହ ମେଣ୍ଟ କରିବୁ ନାହିଁ । ଆମେ ସେମାନଙ୍କ ସହ ସାରା ଜୀବନ ଲଢିବୁ ।"












Click it and Unblock the Notifications